/odishatv-khabar/media/media_files/2026/02/05/gold-price-decrease-2026-02-05-14-44-16.jpg)
Gold Price Decrease Photograph: (OTV)
ସୁନାଠୁ ଆହୁରି ଚମକୁଛି ସୁନାର ଦାମ୍ । ସିଲଭର ଦରରେ ବି ଲାଗୁନି ଲଗାମ୍ । ଦୁଇ ଧାତୁର ଚମକଠୁ ଦାମ୍ ଚିକଚିକ୍ । ଧାଏଁକିଣା ବଢୁଛି, ଅଳପ କମୁଛି । ଗତକାଲି ୨୪ କ୍ୟାରେଟ୍ ସୁନା ଦର ୬ ହଜାର ୬୬୦ ଟଙ୍କା ବୃଦ୍ଧି ପାଇଥିଲା । ଆଉ ଆଜି ପୁଣି ୫ ହଜାର ୨୦ ଟଙ୍କା ହ୍ରାସ ପାଇଛି । ଫଳରେ ଏବେ ୨୪ କ୍ୟାରେକ୍ଟ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୫୪ ହଜାର ୪୨୦ ଟଙ୍କା ରହିଛି ।
ସେହିପରି ୨୨ କ୍ୟାରେକ୍ଟ ସୁନାର ଭାଉ ମଧ୍ୟ କହିଲେ ନସରେ । ଗତକାଲି ୧୦ ଗ୍ରାମ୍ ପିଛା ୬ ହଜାର ୫୦ ଟଙ୍କା ବଢ଼ିଥିଲା । ଆଉ ଆଜି ପୁଣି ୪ ହଜାର ୬ଶହ ଟଙ୍କା ହ୍ରାସ ପାଇଛି । ତେବେ ଏବେ ୨୪ କ୍ୟାରେକ୍ଟ ସୁନା ୧୦ ଗ୍ରମ୍ ପ୍ରତି ୧ ଲକ୍ଷ ୪୧ ହଜାର ୫୫୦ ଟଙ୍କା ରହିଛି । ସତେ ଯେମତି ସୁନା-ରୁପା ଦର ଏବେ ଗ୍ରାହକଙ୍କ ସହ ଲୁଚକାଳି ଖେଳୁଛି । ଖସୁଛି ଅଳପ ବଢ଼ୁଛି ବେଶି । ତେଣୁ ଏବେ ଗ୍ରାହକମାନେ ୧୮ କ୍ୟାରେଟ୍ ସୁନା କିଣୁଥିବା ଦେଖିବାକୁ ମଳିଲାଣି ।
ରୁପା ବଜାରରେ ବି ରୁପା ଦରକୁ ନେଇ ଏବେ ଗ୍ରାହକ ଟେନସନ୍ । ଗରିବ ମଧ୍ୟବିତ୍ତ ପରିବାର ଝିଅ ବାହାଘର କରିବାକୁ ପାଉଁଜିଟିଏ କିଣିବାକୁ ଭୟ କରୁଛନ୍ତି । କାରଣ ରୁପା ଦାମ୍ ଦିନକରେ ୫ କି ୩ ହଜାର ପରିବର୍ତ୍ତନ ହେଉନାହିଁ । ଏକାଥରେ ୨୦ ହଜାର ଉପରେ ଜମ୍ପ ମାରୁଛି ରୁପା । ଗତକାଲି ରୁପା କେଜି ପ୍ରତି ୨୦ ହଜାରର ଟଙ୍କା ବୃଦ୍ଧି ପାଇ ୩ ଲକ୍ଷ ୨୦ ହଜାର ଟଙ୍କା ହୋଇଥିଲା ।
ଆଉ ଆଜି ପୁଣି ସେହି ୨୦ ହଜାର ଟଙ୍କା ହ୍ରାସ ପାଇଛି । ତେଣୁ ରୁପା ଦର ପୁଣି ୩ ଲକ୍ଷ ଟଙ୍କାକୁ ଖସିଛି । ସୁନା ଓ ରୁପା ଦରକୁ ନେଇ ଏବେ ଗ୍ରହକ ଖୁବ୍ ଚିନ୍ତାରେ । ବିବାହ ଋତୁ ଚାଲୁଥିବାରୁ ଆଜିର ଏ ହ୍ରାସ ଗ୍ରାହକଙ୍କ ପାଇଁ କିଛି ଆଶ୍ବସ୍ତିକର ଖବର ନୁହେଁ । କାରଣ ଗତକାଲିର ବୃଦ୍ଧି ଏବଂ ଆଜିର ହ୍ରାସକୁ ଦେଖିଲେ ସୁନା ଦରରେ ଗ୍ରାହକଙ୍କ ଉପରେ ପଡ଼ିଛି ଆହୁରି ଅତିରିକ୍ତ ୧୪ଶହ ୫୦ ଟଙ୍କା । ଯାହାକି ଗୋଟିଏ ଦିନର ସୁନା ଦର ବୃଦ୍ଧି ।
ତେବେ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ଗ୍ରୀନଲାଣ୍ଡ ବିବାଦ, ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସ ଯୋଗୁ ସୁନା ଦରରେ ଅସ୍ଥିରତା ଲାଗି ରହୁଥିବା ବିଶେଷଜ୍ଞ ମାନେ କହିଛନ୍ତି । ସୁନା ଓ ରୁପା ଭଳି ନିରାପଦ ଧାତୁରେ ନିବେଶ ବୃଦ୍ଧି ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ହେଲେ ଏବେ ବିବାହ ଋତୁ ହୋଇଥିବାରୁ ସାଧାରଣ ଲୋକଟିଏ ପାଇଁ ସୁନାଦର ବୃଦ୍ଧି ଚିନ୍ତାର କାରଣ ସାଜିଛି ।
Gunmen Massacre: ଭୟଙ୍କର ଆତଙ୍କୀ ହମଲାରେ ଥରି ଉଠିଲା ଦେଶ, ୨୦୦ ମୃତ, ବିପଦରେ ଅନେକ ଜୀବନ

Angry Sun Puts India At Risk: ପୃଥିବୀକୁ ପାଇଁ ବଡ଼ ବିପଦ, ସତର୍କ କଲା ଇସ୍ରୋ; ଭାରତର ୫୦ରୁ ଅଧିକ ଉପଗ୍ରହ ନଷ୍ଟ ହୋଇଯିବ!

Constable Found Dead: କନେଷ୍ଟବଳଙ୍କ ସନ୍ଦେହଜନକ ମୃତ୍ୟୁ, ସଙ୍ଗୀନ ଅଭିଯୋଗ ଆଣିଲେ ପରିବାର

Gold And Silver Prices Drop Again: ଖସିଲା ସୁନା, ରୁପା ଦର; ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)