/odishatv-khabar/media/media_files/2025/11/15/jammu-and-kashmir-blast-2025-11-15-11-28-44.jpg)
Jammu And Kashmir Blast Photograph: (OTV)
ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ନୌଗାମ ଥାନାରେ ବିସ୍ଫୋରଣ ‘ଦୁର୍ଘଟଣାଜନିତ’। ଗଣମାଧ୍ୟମକୁ ଏନେଇ ସୂଚନା ଦେଲେ ଜମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ। ବିସ୍ଫୋରଣ କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ ବୋଲି ଡିଜିପି କହିଛନ୍ତି।
ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି । ୩୦ରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣରେ ଜଣେ SIA କର୍ମୀ, ୩ FSL କର୍ମୀ, ୨ କ୍ରାଇମସିନ୍ ଫୋଟୋଗ୍ରାଫରଙ୍କ ମୃତ୍ୟୁ ହୋଇଛି। ୨ ରାଜସ୍ବ ଅଧିକାରୀ ଓ ଜଣେ ଟେଲରଙ୍କ ମଧ୍ୟ ମୃତ୍ୟୁ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ନୌଗାମ୍ ଥାନାରେ ଏହି ବିସ୍ଫୋରଣ ହୋଇଥିଲା। ପୋଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ ବେଳେ ବିସ୍ଫୋରଣ ଘଟିଥିଲା। ତେବେ ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ଚାଲିଥିବା କହିଛନ୍ତି ଡିଜିପି।
ହରିୟାଣାର ଫରିଦାବାଦରୁ ଅଣାଯାଇଥିବା ବିସ୍ଫୋରକ ସାମଗ୍ରୀ (ଆମୋନିୟମ୍ ନାଇଟ୍ରେଟ୍) ର ଯାଞ୍ଚ କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା।
ଏହି ବିସ୍ଫୋରଣ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ହେବାର କିଛି ଦିନ ପରେ ଘଟିଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ରୁ ଅଧିକ ଆହତ ହୋଇଥିଲେ।
Bone-Chilling Cold: ଘନ କୁହୁଡି ସାଙ୍ଗକୁ ହାଡ ଭଙ୍ଗା ଶୀତ: ୬ ଡିଗ୍ରୀକୁ ଖସିଲା ପାରଦ

Paradip: ପାରାଦୀପ ସମୁଦ୍ରରେ କୋଷ୍ଟ ଗାର୍ଡର ବଡ଼ ଅପରେସନ... ମଝି ସମୁଦ୍ରରେ ଚାଲିଛି ପ୍ରାକ୍ଟିସ

Man Found Dead: ନିର୍ବନ୍ଧ ପାଇଁ ଭିଡିଓ ସୁଟିଂ କରିବାକୁ ଆସିଥିଲେ... ମିଳିଲା ମୃତଦେହ

Bihar’s Next Chief Minister: କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ? କ’ଣ ରହିବ ନୀତିଶଙ୍କ ଭୂମିକା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)