/odishatv-khabar/media/media_files/2025/11/15/winter-2025-11-15-11-10-41.jpg)
Winter Photograph: (OTV)
ଥରାଇଲାଣି ଶୀତ । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୬ ଡିଗ୍ରୀକୁ ଖସିଲା ପାରଦ। ଗତକାଲି ସେମିଳିଗୁଡାଠାରେ ୬.୩ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ୮.୨ ଡିଗ୍ରୀ ଶୀତରେ ଥରୁଛି ଫୁଲୁବାଣୀ । ୧୦ ସହରରେ ୧୨ ଡ଼ିଗ୍ରୀ ତଳେ ରହିଛି ପାରଦ । ୧୫ ଡିଗ୍ରୀ ତଳେ ରେକର୍ଡ ହୋଇଛି ଟୁଇନସିଟି ଭୁବନେଶ୍ବର ଓ କଟକର ତାପମାତ୍ରା । ଉଭୟ ସହରରେ ୧୪.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ରହିବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ କୋରାପୁଟ ଲମତାପୁଟ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ହାଡ ଭଙ୍ଗା ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ଘନ କୁହୁଡି ଯୋଗୁଁ ରାସ୍ତା ଉପରେ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଛି l ବିଶେଷ କରି ମୌସୁମୀ ଫେରିଗଲା ପରେ ବିଳମ୍ବରେ ଲମତାପୁଟକୁ ଶୀତ ଆସିଛି। ଚାରି ଦିନ ହେଲା ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ସମଗ୍ର ଲମତାପୁଟ ସହର ଏବେ କୁହୁଡି ଚାଦର ତଳେ ଢାଙ୍କି ହୋଇ ରହିଛି।
• ଡେରିରେ ଆସି ଥରାଉଛି ଶୀତ
• ଖସୁଛି ତାପମାତ୍ରା, ବଢୁଛି ଶୀତ
• ଚଳିତବର୍ଷ ପ୍ରଥମ ଥର ୬ ଡିଗ୍ରୀକୁ ଖସିଲା ପାରଦ
• ସେମିଳିଗୁଡାଠାରେ ୬.୩ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ
• ୮.୨ ଡିଗ୍ରୀ ଶୀତରେ ଥରୁଛି ଫୁଲୁବାଣୀ
• ୧୦ ସହରରେ ୧୨ ଡିଗ୍ରୀ ତଳେ ପାରଦ
• ୧୫ ଡିଗ୍ରୀ ତଳେ କଟକ ଓ ଭୁବନେଶ୍ବର
Paradip: ପାରାଦୀପ ସମୁଦ୍ରରେ କୋଷ୍ଟ ଗାର୍ଡର ବଡ଼ ଅପରେସନ... ମଝି ସମୁଦ୍ରରେ ଚାଲିଛି ପ୍ରାକ୍ଟିସ

Man Found Dead: ନିର୍ବନ୍ଧ ପାଇଁ ଭିଡିଓ ସୁଟିଂ କରିବାକୁ ଆସିଥିଲେ... ମିଳିଲା ମୃତଦେହ

Bihar’s Next Chief Minister: କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ? କ’ଣ ରହିବ ନୀତିଶଙ୍କ ଭୂମିକା

PM Narendra Modi: ଏନଡିଏକୁ ମିଳିଲା ‘MY-ମହିଳା ଓ ୟୁଥ୍’ ଫର୍ମୁଲା, ବିରୋଧୀଙ୍କୁ ପ୍ରବଳ ଧୋଇଲେ ମୋଦି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)