/odishatv-khabar/media/media_files/2025/11/15/death-case-2025-11-15-10-41-29.jpg)
Death Case Photograph: (OTV)
ନିର୍ବନ୍ଧ ପାଇଁ ଭିଡ଼ିଓ ଶୁଟିଂ କରିବାକୁ ଆସିଥିଲେ। କିନ୍ତୁ ପୋଖରୀ ଭିତରୁ ମିଳିଲା ମୃତଦେହ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ମଠ ନିକଟରେ ଥିବା ପୋଖରୀରୁ ପରଜଙ୍ଗ ଥାନା ସାଆନ୍ଦା ଗ୍ରାମର ରାଜେଶ କୁମାର ପାଣିଙ୍କ ମୃତଦେହ ଉଦ୍ଧାର ହୋଇଛି।
ରାଜେଶ ଏକ ନିର୍ବନ୍ଧ ପାଇଁ ଭିଡ଼ିଓ ଶୁଟିଂ କରିବାକୁ ମୁକ୍ତାପଶି ଆସିଥିବା ବେଳେ ଗତକାଲି ପୋଖରୀରେ ତାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ରାଜେଶ ଦୁଇ ଦିନ ତଳେ ମୁକ୍ତାପଶି ଗାଁରେ ଏକ ନିର୍ବନ୍ଧ ଶୁଟିଂ ଥିବା କହି ଆସିଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ ନଫେରିବାରୁ ପରିବାର ଲୋକ ବିଭିନ୍ନ ଆଡେ ଖୋଜାଖୋଜି କରି ପରେ ପରଜଙ୍ଗ ଥାନାରେ ଏକ ଏତଲା ଦେଇଥିଲେ।
ତେବେ ଗତକାଲି ମୁକ୍ତାପଶି ଗାଁ ନିକଟରେ ଥିବା ମଠ ପୋଖରୀରୁ ରାଜେଶଙ୍କ ମୃତଦେହ ଭାସୁଥିବା ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଂଚିଥିଲେ। ରାଜେଶଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି l ପୋଲିସ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରୁଛି। ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
Bihar’s Next Chief Minister: କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ? କ’ଣ ରହିବ ନୀତିଶଙ୍କ ଭୂମିକା

PM Narendra Modi: ଏନଡିଏକୁ ମିଳିଲା ‘MY-ମହିଳା ଓ ୟୁଥ୍’ ଫର୍ମୁଲା, ବିରୋଧୀଙ୍କୁ ପ୍ରବଳ ଧୋଇଲେ ମୋଦି

Nuapada: ଉପ ନିର୍ବାଚନରେ ନୂଆପଡ଼ା ଲେଖିଲା ନୂଆ ଇତିହାସ: ବାଜି ମାରିଲେ ଜୟ

Shreemayee Mishra: ଶ୍ରୀମୟୀଙ୍କ କଟାକ୍ଷ: ନବରାତ୍ରିରେ ଅପମାନିତ କରିଥିଲେ, ମାର୍ଗଶୀରରେ ଲକ୍ଷ୍ମୀ ଛାଡ଼ିଗଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)