Advertisment

Indigo Airlines Faces Massive Losses: ସପ୍ତାହେ ପରେ ବି ସୁଧୁରୁନି ଇଣ୍ଡିଗୋ ଯନ୍ତ୍ରଣା , ଯାତ୍ରୀଙ୍କୁ କଂପାନୀ ଫେରାଇଲାଣି ୮୨୭ କୋଟି

ଖାଲି ଘାଟା ହିଁ ଘାଟା। କ୍ରିଉ ରୋଷ୍ଟରିଂ ସମସ୍ୟାରୁ ମୁକୁଳିପାରୁନି ଇଣ୍ଡିଗୋ ଏୟାରଲାନ୍ସ। ସରକାରଙ୍କ କୋହଳ ମନୋଭାବ ପରେ ବି ସ୍ଥିତିରେ ସୁଧାର ଆସି ପାରୁନି। କେତେଦିନ ଲାଗିବ ତାହା ବି କେହି କହିପାରୁ ନାହାନ୍ତି।

author-image
Manas Ranjan Mohanty
INDIGO-TROUBLE

INDIGO-TROUBLE Photograph: (OTV)

ଖାଲି ଘାଟା ହିଁ ଘାଟା। କ୍ରିଉ ରୋଷ୍ଟରିଂ ସମସ୍ୟାରୁ ମୁକୁଳିପାରୁନି ଇଣ୍ଡିଗୋ ଏୟାରଲାନ୍ସ। ସରକାରଙ୍କ କୋହଳ ମନୋଭାବ ପରେ ବି ସ୍ଥିତିରେ ସୁଧାର ଆସି ପାରୁନି। କେତେଦିନ ଲାଗିବ ତାହା ବି କେହି କହିପାରୁ ନାହାନ୍ତି। କମ୍ପାନୀ ଏଯାଏଁ ମୋଟ ୫ ଲକ୍ଷ ୮୬ ହଜାର ୭୦୫ ଟିକେଟ ବାତିଲ କରିଥିବା ବେଳେ ଯାତ୍ରୀଙ୍କୁ ୮୨୭ କୋଟି ଟଙ୍କା ଫେରାଇ ସାରିଲାଣି। ଏପରିକି ଯାତ୍ରୀଙ୍କୁ ପ୍ରାୟ ୪ ହଜାର ୫୦୦ ଲଗେଜ୍ ଫେରାଇଥିବା ଜଣାପଡିଛି। ପ୍ରତିଦିନ ଶହ ଶହ ବିମାନ ବାତିଲ ଆର୍ଥିକ କ୍ଷତି ସାଙ୍ଗକୁ ସ୍ଥିତିକୁ ଆହୁରି ବିଗାଡୁଛି। ଗତକାଲି ୪୦୦ ବିମାନ ବାତିଲ କରିଥିବା ଏହି ସଂସ୍ଥା ଆଜି ୫ଶହ ବିମାନ ବାତିଲ କରିଛି।

Advertisment

ଦିଲ୍ଲୀ-ବେଙ୍ଗାଲୁରୁ ସ୍ଥିତି ତ ଆହୁରି ସାଂଘାତିକ। ଉଭୟ ବିମାନବନ୍ଦରରେ ୧୦୦ରୁ ଅଧିକ ଲେଖାଏ ବିମାନ ବାତିଲ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ଏହା କମ୍ପାନୀର କ୍ରିଉ ରୋଷ୍ଟରିଂ ଜନିତ ସମସ୍ୟା। ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ କମ୍ପାନୀ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ହେବ ଯାହାକି ଅନ୍ୟ ଏୟାରଲାନ୍ସ ପାଇଁ ଉଦାହରଣ ହେବ ବୋଲି ସେ କହିଛନ୍ତି। ସେପଟେ ସଂସଦରେ ଇଣ୍ଡିଗୋ ସଙ୍କଟ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ସେପଟେ ସ୍ଥିତିରେ ସୁଧାର ଆଣିବାକୁ କମ୍ପାନୀ ଏକ କ୍ରାଇସିସ ମ୍ୟାନେଜମେଣ୍ଟ ଗ୍ରୁପ ଗଠନ କରିଛି। ସବୁ ସ୍ଥାନକୁ ଯେମିତି ଶତ ପ୍ରତିଶତ ବିମାନ ଉଡାଣ ହେବ ତାର ସୁନିଶ୍ଚିତ ଏମାନେ କରିବେ। ସେପଟେ ଲଗାତାର ଭାବରେ ପରିଚାଳନାଗତ ତ୍ରୁଟି ଲାଗି ରହିଥିବାରୁ କମ୍ପାନୀର ଶେୟାର ମୂଲ୍ୟରେ ୧୬ ପ୍ରତିଶତ ହ୍ରାସ ହେଲାଣି। ବିମାନ ଶିଳ୍ପରେ ଇଣ୍ଡିଗୋର ୬୦ ପ୍ରତିଶତ ବଜାର ଅଂଶ ରହିଛି। ତେବେ ସେହି ସ୍ଥିତିକୁ ବଜାୟ ରଖିବାକୁ କମ୍ପାନୀ ଆଖିବୁଝା ପ୍ରୟାସ ଜାରି ରଖିଛି। ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ସବୁକିଛି ସ୍ବାଭାବିକ ହୋଇଯିବ ବୋଲି କମ୍ପାନୀ ଆଶା କରିଛି। ଠିକ ସମୟରେ ବିମାନ ଉଡାଣ ପାଇଁ ପୁରା ଟିମ କସରତ କରୁଥିବା କଥା ଏକ ଭିଡିଓ ମେସେଜରେ କହିଛନ୍ତି କମ୍ପାନୀ ସିଇଓ। ସେପଟେ ପୁରା ଘଟଣାକୁ ନେଇ ଡିଜିସିଏ ପାଖରେ ୨୪ ଘଣ୍ଟା ମଧ୍ୟରେ ନିଜର ପକ୍ଷ ରଖିବାକୁ ଇଣ୍ଡିଗୋର ସିଇଓ ଓ କମ୍ପାନୀର ମୁଖ୍ୟ ପରିଚାଳକଙ୍କୁ ନୋଟିସ କରାଯାଇଥିବା ବେଳେ ଏନେଇ ଅଧିକ ସମୟ ମାଗିଛି କମ୍ପାନୀ। 

ଅନ୍ୟପଟେ ବିମାନ ଉଡାଣ ବାତିଲ ସାଙ୍ଗକୁ ବିଳମ୍ବ ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ତେବେ ଏ ସଂକ୍ରାନ୍ତୀୟ ଏକ ପିଟିସନକୁ ତୁରନ୍ତ ଲିଷ୍ଟିଂ କରିବାକୁ ମନା କରିଦେଇଥିଲେ କୋର୍ଟ।.

Advertisment