Advertisment

Indian Air Force: ୯୩ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା

୯୩ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବାୟୁସେନା। ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା। ହିଣ୍ଡନ ଏୟାର ବେସରେ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶିତ ହେବ।

author-image
Chinmayee Sahoo
AIRFORCE_DAY

AIRFORCE_DAY Photograph: (OTV)

ଆଜି ଭାରତୀୟ ବାୟୁସେନା ଦିବସ । ୯୩ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ବାୟୁସେନାର ସାହସ, ବଳିଦାନ, ବୀରତ୍ବର ଗାଥାକୁ ପ୍ରଦର୍ଶିତ କରାଯାଉଛି । ଅପରେସନ ସିନ୍ଦୁର ବେଳେ ବାୟୁସେନାର ପରାକ୍ରମ ରହିଛି ଚଳିତ ବର୍ଷର ଥିମ୍ । 
୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ବର୍ତ୍ତମାନ ଭାରତୀୟ ବାୟୁସେନା ବିଶ୍ବର ଚତୁର୍ଥ ବୃହତ ଏୟାରଫୋର୍ସ । କେବଳ ଯୁଦ୍ଧ ନୁହେଁ ବିଭିନ୍ନ କଠିନ ଅପରେସନ, ଉଦ୍ଧାର କାର୍ଯ୍ୟ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦେବଦୂତର ଭୂମିକା ନିର୍ବାହ କରି ଆସୁଛି ବାୟୁସେନା । ୯୩ ତମ ପ୍ରତିଷ୍ଠା ଦିବସରେ MIG-21 କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ । 
ଏହା ସହ ରାଫେଲ, ସୁଖୋଇ 30MKI, C-17 ଗ୍ଲୋବ ମାଷ୍ଟର, C-130J ସୁପର ହରକ୍ୟୁଲେସ, ଆପାଚେ ହେଲିକପ୍ଟର ଫ୍ଲାଏପାଷ୍ଟ କରିବା କାର୍ଯ୍ୟକ୍ରମ ରହିଛି । ଏହି ଯୁଦ୍ଧ ବିମାନ ଆକାଶରେ ତ୍ରିରଙ୍ଗା ଫର୍ମେସନ କରିବେ । ଗାଜିଆବାଦର ହିଣ୍ଡନ ଏୟାର ବେସରେ ଚିତ୍ତାକର୍ଷକ ପରେଡ ପ୍ରଦର୍ଶିତ ହେବ । ୨୦୨୪ରେ ଚେନ୍ନାଇ ଓ ୨୦୨୩ରେ ପ୍ରୟାଗରାଜରେ ପାଳନ ହୋଇଥିଲା ବାୟୁସେନା ଦିବସ ।

Advertisment

ଅଧିକ ଦେଖନ୍ତୁ:

Indian Air Force
Advertisment
Related Articles
Advertisment