Advertisment

Landslide Crushes Bus: ବଡ଼ ଦୁର୍ଘଟଣା: ବସ୍ ଉପରେ ଧସିଲା ପଥର ଓ ମାଟି ଅତଡ଼ା, ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି

ବିଳାସପୁର ଜିଲ୍ଲା ବଲ୍ଲୁ ବ୍ରିଜ୍ ନିକଟରେ ଭୂସ୍ଖଳନ ହୋଇଛି। ଭଗ୍ନାବଶେଷ ତଳେ କିଛି ଚାପି ହୋଇ ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।

author-image
Chinmayee Sahoo
HIMACHAL_PRADESH

HIMACHAL_PRADESH Photograph: (OTV)

ପାହାଡରୁ ଖସିଲା ମୃତ୍ୟୁ। ଭୂସ୍ଖଳନ ପରେ ବସ୍ ଉପରେ ପଡ଼ିଲା ପଥର ଓ ମାଟି ଅତଡ଼ା। ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି। ହିମାଚଳ ପ୍ରଦେଶରେ (Himachal Pradesh) ଏହି ଅଭାବନୀୟ ଦୁର୍ଘଟଣା ଘଟିଛି। ବିଳାସପୁର ଜିଲ୍ଲା ବଲ୍ଲୁ ବ୍ରିଜ୍ ନିକଟରେ ଭୂସ୍ଖଳନ ହୋଇଥିଲା। ପାହାଡ଼ରୁ ମାଟି ଅତଡ଼ା ଓ ପଥର ଧସି ବସ୍ ଉପରେ ପଡ଼ିଲା। ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି।
ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ୍। ଘରୋଇ ବସଟି ୩୦ରୁ ଅଧିକ ଲୋକଙ୍କୁ ଧରି ହରିୟାଣାର ରୋହତକରୁ ଘୁମରୱିନ୍ ଯାଉଥିଲା। ଏତିକି ବେଳେ ପ୍ରବଳ ବର୍ଷା ପରେ ବିଳାସପୁର ଜିଲ୍ଲା ବଲ୍ଲୁ ବ୍ରିଜ୍ ନିକଟରେ ଭୂସ୍ଖଳନ ହୋଇଥିଲା। ପାହାଡ଼ରୁ ପଥର ଓ ମାଟି ଅତଡା ଖସି ବସ୍ ଉପରେ ପଡ଼ିଥିଲା। 
ସେପଟେ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୃତକଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ମୃତାହତଙ୍କ ପାଇଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ମୃତକଙ୍କ ପରିବାରକୁ ସମବେଦନା ସହ ଆହତଙ୍କୁ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

Advertisment

ଅଧିକ ଦେଖନ୍ତୁ:

Himachal Pradesh Landslide
Advertisment
Related Articles
Advertisment