Advertisment

Kapil Sharma: କାହିଁକି କପିଲଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ଗ୍ୟାଙ୍ଗଷ୍ଟାର? କ’ଣ ରହିଛି କାରଣ

ଚଳିତ ବର୍ଷ ପ୍ରଥମେ ବାବର ଖାଲସାର ଗ୍ୟାଙ୍ଗଷ୍ଟର ଓ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦ୍ୱାରା କପିଲ ଶର୍ମାଙ୍କ କାନାଡା ସ୍ଥିତ କାଫେକୁ ଟାର୍ଗେଟ କରାଯାଇଛି। ତାଙ୍କ କାଫେ ଉପରକୁ ଗୁଳିଚାଳନା ହୋଇଥିଲା।

author-image
Chinmayee Sahoo
Kapil Sharma

Kapil Sharma Photograph: (OTV)

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ବଲିଉଡର କମେଡି କିଙ୍ଗ କପିଲ ଶର୍ମା। ତାଙ୍କ କାଫେ କାପ୍ସ କାଫେ ଉପରେ ବାରମ୍ବାର ଆକ୍ରମଣ ହେଉଛି। ମାତ୍ର ଚାରି ମାସ ମଧ୍ୟରେ ତୃତୀୟ ଥର ପାଇଁ ଆକ୍ରମଣ ହୋଇଛି। ଗୁରୁବାର ସକାଳେ ବ୍ରିଟିଶ କଲମ୍ବିଆର ସରେରେ କରାଯାଇଥିବା ଏହି ଆକ୍ରମଣ ହୋଇଥିଲା। ଯାହା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀମାନେ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖା ଦେଇଥିଲା ଯେ, କାଫେର ସମ୍ମୁଖ ଭାଗକୁ ଲକ୍ଷ୍ୟ କରି ଗୁଳିମାଡ କରାଯାଇଥିଲା। ସୌଭାଗ୍ୟବଶତଃ, ଏଥିରେ କେହି ଆହତ ହୋଇ ନଥିଲେ।
ତେବେ ଏଥର ହୋଇଥିବା ଆକ୍ରମଣରେ ଗୋଲ୍ଡୀ ଢିଲୋନ ଓ କୁଲବୀର (କୁଲଦୀପ) ସିଦ୍ଧୁଙ୍କ ହାତ ଥିବା ସୋସିଆଲ ମିଡିଆରେ ନିଜକୁ ଦାୟୀ କରିଛନ୍ତି। ଏହି ବ୍ୟକ୍ତିମାନେ ଲରେନ୍ସ ଗ୍ୟାଙ୍ଗ ସହିତ ଜଡିତ ବୋଲି ଜଣା ପଡିଛି। ଏହି ଗ୍ୟାଙ୍ଗକୁ କାନାଡାରେ ଏକ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରାଯାଇଛି।
ଚଳିତ ବର୍ଷ ଜୁଲାଇ ୧୦ରେ ପ୍ରଥମ ଆକ୍ରମଣ ହୋଇଥିଲା। ଏହା ପରେ ଅଗଷ୍ଟ ୭ରେ ଦ୍ୱିତୀୟ ଥର ପାଇଁ ଗୁଳିକାଣ୍ଡ ଘଟିଥିଲା। ଯାହା ପରେ ଅସ୍ଥାୟୀ ଭାବରେ କାଫେ ବନ୍ଦ କରି ଦିଆଯାଇଥିଲା। ଏହା ପରେ କଡା ସୁରକ୍ଷା ମଧ୍ୟରେ ପୁଣି ଥରେ କ୍ୟାଫେ ଖୋଲିଥିଲା। କାଫେ ପୁଣି ଖୋଲିବାର ମାତ୍ର ଦୁଇ ସପ୍ତାହ ପରେ ଗତ ୧୬ ତାରିଖରେ ପୁଣି ଆକ୍ରମଣ ହୋଇଥିଲା।
ଏହି କାଫେଟି ଜୁଲାଇ ୪ ତାରିଖରେ ଖୋଲିଥିଲା। କିନ୍ତୁ ଆକ୍ରମଣ ଯୋଗୁଁ ବାରମ୍ବାର ବନ୍ଦ କରିବାକୁ ପଡୁଥିଲା।
କପିଲ ଶର୍ମାଙ୍କ କାଫେକୁ କାହିଁକି ଟାର୍ଗେଟ କରାଯାଉଛି?
ସାମ୍ପ୍ରତିକ ଆକ୍ରମଣ ପରେ, ଗୋଲ୍ଡି ଢିଲୋନ ଏକ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, “ଏହି ଆକ୍ରମଣ କୁଲବୀର ସିଦ୍ଧୁ ଓ ମୋ ଦ୍ବାରା କରାଯାଇଥିଲା। ସାଧାରଣ ଲୋକଙ୍କ ସହିତ ଆମର କୌଣସି ଶତ୍ରୁତା ନାହିଁ। କିନ୍ତୁ ଆମ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ବଲିଉଡ ବ୍ୟକ୍ତିମାନଙ୍କୁ ଜବାବ ଦିଆଯିବ। ଯେକୌଣସି ସ୍ଥାନରୁ ଗୁଳି ଆସିପାରେ।”
ସଲମାନ ଖାନ ଲିଙ୍କକୁ ନେଇ ବିଷ୍ଣୋଇ ଗ୍ୟାଙ୍ଗ କପିଲଙ୍କ କାଫେକୁ ଟାର୍ଗେଟ କି?
ଅଗଷ୍ଟ ମାସରେ ଦ୍ୱିତୀୟ ଥର ପାଇଁ କାଫେ ଉପରେ ଆକ୍ରମଣ ହେବା ପରେ, ବିଷ୍ଣୋଇ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ହ୍ୟାରି ବକ୍ସର କହିଥିଲେ ଯେ ଏହି କାଫେର ଉଦଘାଟନ ପାଇଁ ଅଭିନେତା ସଲମାନ ଖାନଙ୍କୁ ନିମନ୍ତ୍ରଣ କରିବାରୁ କାନାଡାରେ ଥିବା କପିଲଙ୍କ ରେଷ୍ଟୁରାଣ୍ଟକୁ ଟାର୍ଗେଟ କରାଯାଇଥିଲା।
ଜୁଲାଇ ୧୦ ତାରିଖରେ, ପ୍ରଥମ ଥର ପାଇଁ ରେଷ୍ଟୁରାଣ୍ଟ ଉପରେ ଆକ୍ରମଣ ହୋଇଥିଲା। ନିହାଙ୍ଗ ଶିଖଙ୍କ ବିଷୟରେ କପିଲ୍ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ବବର ଖାଲସା ଇଣ୍ଟରନ୍ୟାସନାଲ୍ (BKI)ର କାର୍ଯ୍ୟକର୍ତ୍ତା ହରଜିତ୍ ସିଂହ ଲାଡ୍ଡି, ଯିଏ ଜଣେ ଭାରତୀୟ ପଳାତକ ଏହି ଆକ୍ରମଣ ପାଇଁ ଦାବି କରିଥିଲେ।

Advertisment
Kapil Sharma
Advertisment
Advertisment