Advertisment

Big Anti-Naxal Operation: ବିପୁଳ ପରିମାଣର ଗୁଳିଗୋଳା ଓ ବିସ୍ଫୋରକ ଜବତ, ଜଙ୍ଗଲରେ ଚାଲିଥିଲା ନକ୍ସଲ କ୍ୟାମ୍ପ

ନାରାୟଣପୁରରେ ଧ୍ବଂସ ହେଲା ନକ୍ସଲ କ୍ୟାମ୍ପ। ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର। ନକ୍ସଲ ବିରୋଧୀ ଅଭିଯାନରେ ITBPର 53 ବାଟାଲିୟନକୁ ବଡ଼ ସଫଳତା ମିଳିଛି।

author-image
Tapan Swain
Anti-Naxal

Anti-Naxal Photograph: (OTV)

ଛତିଶଗଡ଼ରେ ନକ୍ସଲ ଦମନ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ନାରାୟଣପୁରରେ ଧ୍ବଂସ ହେଲା ନକ୍ସଲ କ୍ୟାମ୍ପ। ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର। ନକ୍ସଲ ବିରୋଧୀ ଅଭିଯାନରେ ITBPର 53 ବାଟାଲିୟନକୁ ବଡ଼ ସଫଳତା ମିଳିଛି। କୁମୁରାଡି ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ସୂଚନା ପାଇ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ।

Advertisment

ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି। ସେହିପରି IED ତିଆରି ପାଇଁ ବ୍ୟବହୃତ ବିସ୍ଫୋରକ ବି ଜବତ କରାଯାଇଛି। ନକ୍ସଲମାନେ କୌଣସି ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଏହି ସବୁ ସାମଗ୍ରୀ ମହଜୁଦ ରଖିଥିଲେ। 

ଛତିଶଗଡ଼ ନାରାୟଣପୁରରେ ନକ୍ସଲ କ୍ୟାମ୍ପ ଧ୍ୱଂସ

ନାରାୟଣପୁରରେ ITBPକୁ ବଡ଼ ସଫଳତା
ବ୍ୟାପକ ଅସ୍ତ୍ରଶସ୍ତ୍ର ଓ IED ତିଆରି ସାମଗ୍ରୀ ଜବତ
କୁମୁରାଡି ଗ୍ରାମ ନିକଟ ଜଙ୍ଗଲରେ ଚାଲିଥିଲା ନକ୍ସଲ କ୍ୟାମ୍ପ

Advertisment

Anti Naxal Operation
Advertisment
Related Articles
Advertisment