/odishatv-khabar/media/media_files/2026/02/26/farmer-death-2026-02-26-18-19-10.jpg)
Farmer Death Photograph: (OTV)
ରାଜନଗର କୁଣାଗଡ଼ି ଗାଁର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି। ଚାଷୀ ମୃତ୍ୟୁ ପାଇଁ କିଏ ଦାୟୀ ବୋଲି ପଚାରିବା ସହ ଯୋଗାଣ ମନ୍ତ୍ରୀ ଇସ୍ତଫା ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ଏଥିସହ ୨୪ ଘଣ୍ଟା ମଧ୍ୟରେ ବକେୟା ଧାନ ଉଠାଇବାକୁ ଦାବି କରିଛି ବିଜେଡି। ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଧାନ ମଣ୍ଡିରେ ନିର୍ଯାତନା କାରଣରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମିଲ୍ ରୁ ଫେରିବା ପରେ ହୃଦଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଜାନୁଆରୀ ୧୬ରେ ଧାନ ଦେବାକୁ ତ୍ରିଲୋଚନଙ୍କୁ ମେସେଜ ଆସିଥିଲା।
ସମବାୟ ସମିତିକୁ ଦୀର୍ଘ ୪୦ ଦିନ ଦୌଡିବା ପରେ ମଣ୍ଡି ପରିବର୍ତ୍ତେ ମିଲକୁ ଧାନ ନେବାକୁ ସମବାୟ ସମିତି ସମ୍ପାଦକ କହିଥିଲେ। ରାମଚଣ୍ଡୀ ମିଲ୍ ରେ ୩ ଦିନ ଧରି ଅଖିଆ ଅପିଆ ଧାନ ଜଗି ରହିଥିଲେ ତ୍ରିଲୋଚନ। କ୍ୱିଣ୍ଟାଲ ପିଛା ୬ କେଜି ଧାନ ସହ ୩ ହଜାର ଟଙ୍କା ଦେବା ପରେ ଧାନ ଉଠିଥିଲା। ସମୁଦାୟ ୯ କ୍ୱିଣ୍ଟାଲ ଧାନ କାଟିବା ସହ ୧୮ ହଜାର ଖର୍ଚ୍ଚ ହୋଇଥିବା ପରିବାର ଲୋକେ କହିଛନ୍ତି।
ସରକାରଙ୍କୁ ବିଜେଡିର ପ୍ରଶ୍ନ
"ଚାଷୀ ମୃତ୍ୟୁ ପାଇଁ କିଏ ଦାୟୀ'
ଯୋଗାଣ ମନ୍ତ୍ରୀ ଇସ୍ତଫା ଦେବେ କି: ଦେବୀ ମିଶ୍ର
ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ: କୃଷ୍ଣଚନ୍ଦ୍ର ପାତ୍ର
Peace Makes a Comeback:୨୦ରୁ ଉର୍ଦ୍ଧ୍ବ ସହିଦ ସ୍ତମ୍ଭ ଭାଙ୍ଗିଲେ ଗାଁ ଲୋକେ, ନକ୍ସଲ ଗତିବିଧି କମିଥିବା ବେଳେ ଫେରିଛି ଶାନ୍ତି

‘Modi Hug’ Goes Global: ୱାର୍ଲଡ ଫେମସ୍ 'ମୋଦି ହଗ୍', ପ୍ରତି ଦେଶରେ ମୋଦିଙ୍କ ଅଭିବାଦନ ଶୈଳୀ ଭିନ୍ନ ଭିନ୍ନ

Padma Shri Utsav Charan Das No More: ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)