Advertisment

Parents Suicide: ଚାଲିଗଲା ଏକମାତ୍ର ପୁଅ, ଗଛରେ ଫାଶୀ ଲଗାଇ ଝୁଲିପଡିଲେ ବାପାମାଆ

ଆମ ପୁଅ ବିନା ଆମେ ବଞ୍ଚିପାରିବୁନୁ । ସେ ଆମ ଜୀବନ ଥିଲା, ଆମର ଦୁନିଆ ଥିଲା । ତା' ପାଇଁ ଆଜି ଆମେ ଦୁନିଆ ଛାଡି ଚାଲିଯାଉଛୁ । ୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖି ଗଛରେ ଝୁଲିପଡିଲେ ସ୍ୱାମୀ-ସ୍ତ୍ରୀ ।

author-image
Namita Biswal
Chhattisgarh-Couple-Suicide

Suicide Photograph: (OTV)

ପୁଅ ପାଇଁ ବାପାମା'ଙ୍କ ଆତ୍ମହତ୍ୟା । ଗଛରେ ଫାଶୀ ଲଗାଇ ଝୁଲିପଡିଲେ । ସୁଇସାଇଡ୍ ନୋଟରେ ଲେଖିଲେ କରୁଣ କାହାଣୀ । ''ଆମ ପୁଅ ବିନା ଆମେ ବଞ୍ଚିପାରିବୁନୁ । ସେ ଆମ ଜୀବନ ଥିଲା, ଆମର ଦୁନିଆ ଥିଲା । ତା' ପାଇଁ ଆଜି ଆମେ ଦୁନିଆ ଛାଡି ଚାଲିଯାଉଛୁ ।'' ୪ ପୃଷ୍ଠାର ଏମିତି ସୁଇସାଇଡ୍ ନୋଟ୍ ଲେଖି ଗଛରେ ଝୁଲିପଡିଲେ ସ୍ୱାମୀ-ସ୍ତ୍ରୀ ।

Advertisment

ଏକମାତ୍ର ପୁଅକୁ ହରାଇ ଭାଙ୍ଗିପଡିବା ପରେ ଦୁଇ ଅସହାୟ ବାପାମା' ବି  ଆତ୍ମହତ୍ୟା କରିଦେଲେ । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ପଡୋଶୀ ଛତିଶଗଡର ଜାଞ୍ଜଗିର ଜିଲ୍ଲା ଧାରଦେଇ ଅଞ୍ଚଳରୁ । ସୋମବାର ସକାଳେ ନିମ୍ବ ଗଛରେ ଦୁଇ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ସାରା ଗାଁକୁ ସ୍ତବ୍ଧ କରିଦେଇଛି । 

ମୃତ ଦଂପତି ହେଲେ କ୍ରିଷ୍ଣା ପଟେଲେ ଓ ତାଙ୍କ ପତ୍ନୀ ରାମା ବାଇ । କ୍ରିଷ୍ଣା ଜଣେ ରାଜମିସ୍ତ୍ରୀ ଥିଲେ । ଦୁଇ ବର୍ଷ ତଳେ ଦଂପତିଙ୍କ ଏକମାତ୍ର ପୁଅ ଆଦିତ୍ୟର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଯଜ୍ଞ କାର୍ଯ୍ୟ ପାଇଁ ପୁଅକୁ ଗୋଟିଏ ଗାଁକୁ ପଠାଇଥିବା ବେଳେ ଦୁର୍ଘଟଣାରେ ତା'ର ମୃତ୍ୟୁ ଘଟିଥିଲା ।
ଭେଣ୍ଡିଆ ପୁଅକୁ ହରାଇ ସେବେଠୁ ବଞ୍ଚିବା ଭୁଲି ଯାଇଥିଲେ ବାପାମାଆ । ସବୁବେଳେ ଘରେ ବନ୍ଦ ରହୁଥିଲେ । କାହା ସହ କଥାବାର୍ତ୍ତା କରୁନଥିଲେ । ଶେଷରେ ମାନସିକ ଭାରସାମ୍ୟ ହରାଇ ଦୁହେଁ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା କୁହାଯାଉଛି ।

Advertisment

ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ଜବତ ହୋଇଛି । ଯେଉଁଥିରେ ଲେଖାଅଛି- 'ଆମ ପୁଅ ଆମ ଦୁନିଆ ଥିଲା । ଭଗବାନଙ୍କ ଆଶୀର୍ବାଦ ଥିଲା । ଆମ ଘରକୁ ହସଖୁସିରେ ଭରି ଦେଉଥିଲା । ହେଲେ ସେ ଆମକୁ ସବୁଦିନ ପାଇଁ ଛାଡି ଚାଲିଗଲା । ସେ ଯିବା ପରଠୁ ଆମର ଜୀବନ ଥିଲା, ହେଲେ ଆମେ ଜୀବିତ ନଥିଲୁ । ତେଣୁ ଆମେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଛୁ ।' ପୋଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରି  ଅଧିକ ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଓଟିଭି 

Chhattisgarh Suicide Mental Health Awareness Couple Suicide
Advertisment
Related Articles
Advertisment