Advertisment

Big Relief for Government Employees: ଆଜିଠୁ ଲାଗୁ ହେବ ଅଷ୍ଟମ ବେତନ କମିଶନ, ବଢ଼ିଯିବ ସରକାରୀ କର୍ମଚାରୀଙ୍କ ଦରମା

ପେନସନଧାରୀ ବି ହେବେ ଉପକୃତ । ଅଷ୍ଟମ ବେତନ କମିଶନ ୧ ଜାନୁଆରୀ ୨୦୨୬ ଅର୍ଥାତ୍ ଆଜି ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । କାରଣ ୭ମ ବେତନ କମିଶନର ଅବଧି ଶେଷ ହୋଇସାରିଛି ।

author-image
Tapan Swain
8th-Pay-Commission

8th-Pay-Commission Photograph: (OTV)

ଆଜିଠୁ ଲାଗୁ ହେବ ଅଷ୍ଟମ ବେତନ କମିଶନ । ୨୦୨୬ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ବର୍ଷ । ମୋଟା ଅଙ୍କର ବଢ଼ିବ ଦରମା ! ପେନସନଧାରୀ ବି ହେବେ ଉପକୃତ । ଅଷ୍ଟମ ବେତନ କମିଶନ ୧ ଜାନୁଆରୀ ୨୦୨୬ ଅର୍ଥାତ୍ ଆଜି ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । କାରଣ ୭ମ ବେତନ କମିଶନର ଅବଧି ଶେଷ ହୋଇସାରିଛି । ସରକାରୀ ନିୟମ ଅନୁସାରେ, ପ୍ରତି ୧୦ ବର୍ଷ ବ୍ୟବଧାନ ପରେ ବେତନ କମିଶନର ସୁପାରିଶ କାର୍ଯ୍ୟକାରୀ ହୋଇଥାଏ । ଏହି ଧାରା ଅନୁସାରେ ଅଷ୍ଟମ ବେତନ କମିଶନ ଆଜି ଠାରୁ ଆରମ୍ଭ ହେଉଛି । 

Advertisment

ଅଷ୍ଟମ ବେତନ କମିଶନ ଆଜି ଠାରୁ ଲାଗୁ ହେଉଥିବାବେଳେ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରିପାରନ୍ତି । ଅର୍ଥାତ୍ କର୍ମଚାରୀମାନେ ବିଳମ୍ବରେ ନୂଆ ଦରମା ପାଇବା ସହ ଏରିଅର ଆକାରରେ ସେମାନେ ଟଙ୍କା ପାଇବେ । ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନଭିସଙ୍କ କହିବା ଅନୁଯାୟୀ, ଅଷ୍ଟମ ବେତନ କମିଶନ ଦରମା ୨୦୨୭-୨୮ ଆର୍ଥିକ ବର୍ଷ କିମ୍ବା ୨୦୨୮-୨୯ ଆର୍ଥିକ ବର୍ଷରେ କର୍ମଚାରୀଙ୍କୁ ମିଳିବାର ସମ୍ଭାବନା ରହିଛି । 

ଏରିଅର ଆକାରରେ ମିଳିବ ଅର୍ଥ 

ସେହିପରି ସିଂଘାନିଆ ଆଣ୍ଡ କୋର ପରିଚାଳନା ଅଂଶୀଦାର ରୋହିତ ଜୈନଙ୍କ ମତରେ ଅଷ୍ଟମ ବେତନ କମିଶନ ଟଙ୍କା କର୍ମଚାରୀମାନେ ଏରିଅର ଆକାରରେ ପାଇବେ । ଉଦାହରଣ ସ୍ୱରୂପ, ଯଦି ଅଷ୍ଟମ ବେତନ କମିଶନ ମେ’ ୨୦୨୭ରେ କାର୍ଯ୍ୟକାରୀ ହୁଏ, ତେବେ କର୍ମଚାରୀ ଏବଂ ପେନସନଭୋଗୀମାନେ ଜାନୁଆରୀ ୨୦୨୬ରୁ ଏପ୍ରିଲ ୨୦୨୭ ପର୍ଯ୍ୟନ୍ତ ଥିବା ସେମାନଙ୍କ ବକେୟା ଅର୍ଥ ପାଇବେ ।

Advertisment

ଅଷ୍ଟମ ବେତନ କମିଶନକୁ ନେଇ ୨୦୨୫ ନଭେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାର ବିସ୍ତୃତ ରିପୋର୍ଟ ଦାଖଲ କରାଯିବା ପାଇଁ ୧୮ ମାସ ସମୟ ଦିଆଯାଇଥିଲା । ଅଷ୍ଟମ ବେତନର କାର୍ଯ୍ୟକାରୀ ତାରିଖ ୧ ଜାନୁଆରୀ ୨୦୨୬ ହୋଇଥିଲେ ମଧ୍ୟ ନୂତନ ବେତନ ସ୍ଲାବ୍‌ର ପ୍ରକୃତ ଚୂଡ଼ାନ୍ତ ଘୋଷଣା ୨୦୨୬ ଶେଷ କିମ୍ବା ୨୦୨୭ ପ୍ରାରମ୍ଭରେ ହେବ ବୋଲି ଆଶା କରାଯାଉଛି । ତା’ ଛଡ଼ା ଏହି ବକେୟା କରଯୋଗ୍ୟ ।

ଅଷ୍ଟମ ବେତନ କମିଶନ ପରିବର୍ତ୍ତନ ଯୋଗୁଁ ବେତନ ବୃଦ୍ଧି ପରେ ଅଧିକାଂଶ ସରକାରୀ କର୍ମଚାରୀଙ୍କୁ ୩୦% ଆୟକର ସ୍ଲାବରେ ରଖାଯିବାର ସମ୍ଭାବନା ରହିଛି । ବକେୟା ପାଇଁ ସେମାନଙ୍କୁ ସେହି ହାରରେ ଆୟକର ଦେବାକୁ ପଡିବ ବୋଲି କୁହାଯାଉଛି ।

Govt Employee 8TH PAY COMMISSION
Advertisment
Related Articles
Advertisment