Advertisment

Elephant Attack: ପୁଣି ଦନ୍ତା ନେଲା ଜୀବନ; ଲଗାତର ୨ ଦିନରେ ୨ ମୁଣ୍ଡ ନେଲାଣି ଦନ୍ତା

ଅନୁଗୁଳରେ ଲଗାତର ୨ ଦିନରେ ୨ ମୁଣ୍ଡ ନେଲାଣି ଦନ୍ତା। ଆଜି ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ଅନୁଗୁଳ ରେଞ୍ଜ ବଡକେରା ନିକଟସ୍ଥ ଗୁରଙ୍ଗରେ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଦେଇଛି ଦନ୍ତା ହାତୀ।

author-image
Sujit kumar Swain
Elephant Attack

Elephant Attack Photograph: (OTV)

ଅନୁଗୁଳରେ ଲଗାତର ୨ ଦିନରେ ୨ ମୁଣ୍ଡ ନେଲାଣି ଦନ୍ତା। ଆଜି ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ଅନୁଗୁଳ ରେଞ୍ଜ ବଡକେରା ନିକଟସ୍ଥ ଗୁରଙ୍ଗରେ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଦେଇଛି ଦନ୍ତା ହାତୀ। ଆଜି ଭୋରରୁ ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଦେଖାଯାଉ ନଥିବା ବେଳ ହାତୀ ତାଙ୍କୁ ଦଳି ଦେଇଥିବା ସୂଚନା ମିଳିଛି। ଖବର ପାଇ ବନ ବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି। ଗତକାଲି ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ସୁନାଭୂଇଁ ସାହିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ହୋଇଥିଲା। ହାତୀ ଆକ୍ରମଣରେ ଦୁଇ ଦିନରେ ଦୁଇ ଜଣଙ୍କ ଜୀବନ ଯିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଭୟ ବଢ଼ୁଛି ।

Advertisment
Tusker Attack Elephant
Advertisment
Related Articles
Advertisment