/odishatv-khabar/media/media_files/2026/01/01/ethiopia-2026-01-01-13-42-40.jpg)
Ethiopia Photograph: (OTV)
ଆଜି ଯେତେବେଳେ ଆପଣ ସକାଳୁ ଉଠିଥିବେ, ନିହାତି ଆପଣମାନଙ୍କ ମୋବାଇଲ୍କୁ ‘ହାପି ନ୍ୟୁ ଇୟର୍’ ମେସେଜ୍ ଆସିଥିବ, ନହେଲେ ଫୋନ୍ କଲ୍ ମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଥିବ। ଆଉ ଆପଣ ମଧ୍ୟ ଫୋନ୍ କରି ହେଉ ଅବା ଭିଡିଓ କଲ୍ ନହେଲେ ମେସେଜ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିବେ। ଏପରିକି ଜାନୁଆରୀ ୧ ନୂଆବର୍ଷ ଉତ୍ସବ ପାଳନ ପାଇଁ ମଧ୍ୟରାତ୍ରୀରୁ ଆରମ୍ଭ ହୋଇଯାଏ ସେଲିବ୍ରେସନ। ସାରା ରାତି ପାର୍ଟି, ଡ୍ୟାନ୍ସ ଆଉ ମଉଜ ମଜଲିସ୍।
କିନ୍ତୁ ଜାଣିଛନ୍ତି କି, ଆମ ପୃଥିବୀରେ ଏଭଳି ଏକ ଦେଶ ଅଛି, ଯେଉଁଠାରେ ଜାନୁଆରୀ ୧ ନୁହେଁ, ବରଂ ସେପ୍ଟେମ୍ବରରେ ପାଳନ ହୁଏ ନୂଆବର୍ଷ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ରୋଚକ କାରଣ।
ଏହା କେଉଁ ଦେଶରେ ଘଟେ?
ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କେଉଁ ଦେଶ ଜାନୁଆରୀ ବଦଳରେ ସେପ୍ଟେମ୍ବରରେ ନୂଆ ବର୍ଷ ପାଳନ କରେ? ସେହି ଦେଶ ହେଉଛି ଇଥିଓପିଆ। ଏହି ଦେଶ ଉତ୍ତର-ପୂର୍ବ ଆଫ୍ରିକାରେ ଅବସ୍ଥିତ। ପ୍ରକୃତରେ, ଏଠାରେ ବର୍ଷରେ ୧୨ ମାସ ବଦଳରେ ୧୩ ମାସ ହୋଇଥାଏ। ୧୩ ତମ ମାସରେ ସାଧାରଣତଃ ୫ ଦିନ ଥାଏ, କିନ୍ତୁ ଅଧିବର୍ଷରେ ୬ ଦିନ ଥାଏ। ଏଠାରେ, ନୂତନ ବର୍ଷ ୧୧ ସେପ୍ଟେମ୍ବରରେ ପାଳନ କରାଯାଏ ଏବଂ ଅଧିବର୍ଷରେ ଏହା ସେପ୍ଟେମ୍ବର ୧୨ ରେ ପାଳନ କରାଯାଏ।
କୁହାଯାଏ ଯେ ଯେତେବେଳେ ୫୨୫ ଖ୍ରୀଷ୍ଟାବ୍ଦରେ ରୋମାନ ଚର୍ଚ୍ଚ ଏହାର ପୁରୁଣା କ୍ୟାଲେଣ୍ଡରକୁ ପରିବର୍ତ୍ତନ କରିଥିଲା, ଇଥିଓପିଆ ଏହାକୁ ଗ୍ରହଣ କରିନଥିଲା ଏବଂ ତାର ପୁରୁଣା କ୍ୟାଲେଣ୍ଡରକୁ ଜାରି ରଖିଥିଲା। ଏହି କାରଣରୁ ସେଠାକାର ଲୋକମାନେ ଏବେ ବି ଗ୍ରେଗୋରିଆନ କ୍ୟାଲେଣ୍ଡରକୁ ଅନୁସରଣ କରନ୍ତି। ଏହି କାରଣରୁ ଦେଶଟି ଏହାର ବର୍ଷରେ ଅନ୍ୟ ଦେଶଠାରୁ ପଛରେ ରହିଛି। ଏପରିକି ସାରା ବିଶ୍ବରେ ଏବେ ୨୦୨୬ ଆରମ୍ଭ ହୋଇଥିବା ବେଳେ ଏଠାରେ ଚାଲିଛି ୨୦୧୮ ମସିହା।
ଇଥିଓପିଆ କ୍ୟାଲେଣ୍ଡରରେ ମାସଗୁଡିକ ନାଁ ଏମିତି- ମସ୍କରମ୍, ଟିକମ୍ଟି, ହିଦର, ତେହସାସ୍, ଟିର୍, ୟେକତାତିତ୍, ମଗବିତ୍, ମିୟାଜିଆ, ଗିନବୁଟ୍, ସେନେ, ହାମ୍ଲି, ନେହାସା ଓ ପଗୁମେ । ଇଥିଓପିଆରେ କେବଳ ମାସ ନୁହେଁ, ସମୟ ବି ଅଲଗା ପ୍ରକାରେ ଗଣାଯାଏ । ଆମେ ରାତି ୧୨ଟାକୁ ଅଧ ରାତି ଓ ଦିନ ୧୨ଟାକୁ ଅଧା ଦିନ କହୁ, ସେଠି ୬ଟାରୁ ଅଧା ଦିନ ରାତି ଗଣାଯାଏ । ଯେଉଁଥିପାଇଁ ଇଥିଓପିଆ ଅନ୍ୟ ଦେଶଗୁଡିକଠୁ ନିଆରା ଓ ଭିନ୍ନ।
Elephant Attack: ପୁଣି ଦନ୍ତା ନେଲା ଜୀବନ; ଲଗାତର ୨ ଦିନରେ ୨ ମୁଣ୍ଡ ନେଲାଣି ଦନ୍ତା

Pade Akasha: ଲୋକସେବା ଭବନରେ ‘ପାଦେ ଆକାଶ’ ପ୍ରଦର୍ଶିତ

Several killed after explosion: ନ୍ୟୁ ଇୟର୍ ପାର୍ଟିରେ ଭୟଙ୍କର ବମ୍ ବ୍ଲାଷ୍ଟ, ଜୀଅନ୍ତା ଜଳିଗଲେ ଅନେକ

CM Issues 15 Key Directives to Boost Governance; ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ୧୫ଟି ନିର୍ଦ୍ଦେଶନାମା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)