Advertisment

Shilpa Shetty visits Puri: ପୁରୀରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଚତୁର୍ଦ୍ଧା ବିଗ୍ରହଙ୍କୁ ପୂଜାର୍ଚ୍ଚନା କଲେ

ପୁରୀରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି। ଆଜି ପୂର୍ବାହ୍ନରେ ସେ ପରିବାର ସହ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ସ୍ବାଗତ କରିଥିଲା।

author-image
Chinmayee Sahoo
Shilpa Shetty

Shilpa Shetty Photograph: (OTV)

ପୁରୀରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି। ଆଜି ପୂର୍ବାହ୍ନରେ ସେ ପରିବାର ସହ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସୁରକ୍ଷା ମଧ୍ୟରେ ସେ ଶ୍ରୀମନ୍ଦିର ସିଂହଦ୍ବାରଠାରେ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡାଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ସେ ତାଙ୍କ ମା ସୁନନ୍ଦା ସେଟ୍ଟି, ପରିବାରର ଅନ୍ୟ ସଦସ୍ୟ ଆକାଂକ୍ଷା ଅଗ୍ରୱାଲ, ରବି କୁମାର ଓ ଅନ୍ୟ ମାନଙ୍କ ସହ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରି ବାଇଶି ପାହାଚ ଦେଇ ଯାଇଥିଲେ। 

Advertisment

ସେ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏଥିସହ ମା ମହାଲକ୍ଷ୍ମୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ସେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଶ୍ରୀମନ୍ଦିର ଭିତରେ ବିତାଇଥିଲେ। ତାଙ୍କ କୌଳିକ ପଣ୍ଡା ଇପ୍ସିତ ପ୍ରତିହାରୀ ସକାଳ ଧୂପରେ ବାହାରିଥିବା ମହାପ୍ରଭୁଙ୍କ ଖେଚୁଡ଼ି ଭୋଗ ଦେଇଥିଲେ।

ଶିଳ୍ପାଙ୍କ ମା ପୂର୍ବରୁ ପୁରୀ ଆସି ରତ୍ନସିଂହାସନ ପାଖକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। “ମହାପ୍ରଭୁଙ୍କ ଡାକରା ପାଇଁ ଆଜି ପୁରୀ ଆସି ଦର୍ଶନ କରିବାର ସୌଭାଗ୍ୟ ମିଳିଲା। ଦର୍ଶନ କରି ସେ ଆଜି ବେଶ୍ ,ଖୁସି ଓ ଆନନ୍ଦିତ। ଜୟ ଜଗନ୍ନାଥ ଧ୍ବନି ଦେଇ ସେ କହିଥିଲେ ଚାରି ଧାମ ଯାତ୍ରା ମଧ୍ୟରୁ ଏହା ଶ୍ରେଷ୍ଠ ଧାମ” ବୋଲି ଦର୍ଶନ ପରେ ପ୍ରତିକ୍ରିୟା ଦେଇ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଏହା କହିଛନ୍ତି। ଏଠାକାର ପ୍ରଶାସନ ମଧ୍ୟ ବେଶ୍ ସହଯୋଗ କରିଛି। ଶିଳ୍ପାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ପାଖରେ ଲୋକଙ୍କ ବେଶ୍ ଭିଡ ଲାଗିଥିଲା।

Advertisment

ପୁରୀରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଶିଳ୍ପା
ମାଆଙ୍କ ସହ ଆସି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କଲେ ଶିଳ୍ପା
ଶ୍ରୀମନ୍ଦିରରେ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ରହିଲେ ଶିଳ୍ପା

Jagannath Temple Puri Shilpa Shetty
Advertisment
Related Articles
Advertisment