Advertisment

Pharma Factory: ଗୁଜରାଟର ଏକ ଔଷଧ ଫ୍ୟାକ୍ଟ୍ରିରେ ବଡ଼ ଅଘଟଣ , ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ...୨୦ରୁ ଊର୍ଦ୍ଧ୍ବ ଆହତ

ଗୁଜରାଟର ଏକ ଔଷଧ ଫ୍ୟାକ୍ଟ୍ରିରେ ବଡ଼ ଅଘଟଣ। ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ, ୨୦ରୁ ଊର୍ଦ୍ଧ୍ବ ଆହତ। ବରୁଚ ଜିଲ୍ଲାରେ ଘଟିଥିବା  ଏହି ବିସ୍ଫୋରଣରେ ଔଷଧ ଫ୍ୟାକ୍ଟ୍ରି ଛାରଖାର ହୋଇଯାଇଛି।

author-image
Manas Ranjan Mohanty
BLAST

BLAST Photograph: (OTV)

ଗୁଜରାଟର ଏକ ଔଷଧ ଫ୍ୟାକ୍ଟ୍ରିରେ ବଡ଼ ଅଘଟଣ। ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ, ୨୦ରୁ ଊର୍ଦ୍ଧ୍ବ ଆହତ। ବରୁଚ ଜିଲ୍ଲାରେ ଘଟିଥିବା  ଏହି ବିସ୍ଫୋରଣରେ ଔଷଧ ଫ୍ୟାକ୍ଟ୍ରି ଛାରଖାର ହୋଇଯାଇଛି। ସମସ୍ତ ଆହତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫ୍ୟାକ୍ଟ୍ରିରେ ଫସି ଯାଇଥିବା ୨ଜଣ କର୍ମଚାରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି ।

Advertisment

ଏବେ ବି ଭଗ୍ନାବଶେଷ ତଳେ ଜଣେ ଫସି ରହିଥିବା ଆଶଙ୍କା କରାଯାଉଛି। ଫ୍ୟାକ୍ଟ୍ରିର ବଏଲର୍ ଫାଟିବାରୁ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିଆଁ ସାରା ଫ୍ୟାକ୍ଟ୍ରିକୁ ବ୍ୟାପି ଯାଇଥିଲା। ବହୁ ସମୟର ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ। ଏନେଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି।

Advertisment
Related Articles
Advertisment