Advertisment

EPFO Introduces Major Reforms: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ପ୍ରାଧିକରଣର ବଡ଼ ନିଷ୍ପତ୍ତି: ଶତପ୍ରତିଶତ ଉଠାଇହେବ EPF ଟଙ୍କା

ଜମା ରାଶି ଉଠାଣ ନିୟମକୁ କୋହଳ କଲେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ପ୍ରାଧିକରଣ। ଜମାକାରୀ ଇପିଏଫ ଜମା ରାଶିର ଶତ ଶତ ପ୍ରତିଶତ ଉଠାଇ ପାରିବେ। ୧୩ଟି ଜଟିଳ ନିୟମକୁ ଗୋଟିଏ ଫ୍ଲାଟଫର୍ମକୁ ଅଣାଯାଇଛି।

author-image
Chinmayee Sahoo
epfo

epfo Photograph: (OTV)

EPFO ଅର୍ଥାତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ପ୍ରାଧିକରଣର ବଡ଼ ନିଷ୍ପତ୍ତି । ପାଣ୍ଠିରୁ ଜମା ରାଶି ଉଠାଣ ନେଇ ଥିବା ନିୟମକୁ କୋହଳ କରିଛନ୍ତି EPFO ବୋର୍ଡ । ଏଣିକି ଜମାକାରୀ ତାଙ୍କ ଇପିଏଫ ଜମା ରାଶିର ଶତ ଶତପ୍ରତିଶତ ଉଠାଇ ପାରିବେ । କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଥିବା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ଜମାକାରୀ ଯେମିତି ଅସୁବିଧାରେ ନ ପଡ଼ିବେ ଓ ଏହାକୁ କିଭିଳି ଅଧିକ ଡିଜିଟାଇଜ୍ କରାଯିବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଇପିଏଫ ଆକାଣ୍ଟରୁ ଜମା ରାଶି ଉଠାଣ ନେଇ ଥିବା ୧୩ଟି ଜଟିଳ ନିୟମକୁ ଗୋଟିଏ ଫ୍ଲାଟଫର୍ମକୁ ଅଣାଯାଇଛି । ଅସୁସ୍ଥତା, ଶିକ୍ଷାବାହାଘର, ଘର ନିର୍ମାଣ ଓ ସ୍ବତନ୍ତ୍ର ସ୍ଥିତିରେ ଜଣେ ନିଜ ଇପିଏଫ ଜମା ରାଶି ଉଠାଇ ପାରିବେ।
ନିଜ ଖାତାରେ ଥିବା ଜମା ରାଶିର ଶତ ପ୍ରତିଶତ ଉଠାଇବାକୁ ଅନୁମତି ମିଳିଛି । କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଦ୍ବାରା ଇଫିଏଫ୍ ଖାତାରେ ଜମା ହୋଇଥିବା ଶତ ପ୍ରତିଶତ ରାଶି ଉଠାଇ ପାରିବେ । ଏହାଛଡ଼ା ଶିକ୍ଷା ପାଇଁ ଜମା ଉଠାଣ ଲିମିଟ୍ ୧୦ ଥର କରାଯାଇଥିବା ବେଳେ ବାହାଘର ପାଇଁ ୫ ଥର ଉଠାଣ କରିପାରିବେ । 
ତେବେ ପୂର୍ବରୁ ଜମା ଉଠାଣ ଲିମିଟ୍ ୩ ଥର ଥିଲା । ତେବେ ୧୨ ମାସର ଚାକିରି ସମୟ ଅବଧି ଥିବା ବ୍ୟକ୍ତିଙ୍କ ପାଇଁ ଏହା ଲାଗୁ ହେବ। ସ୍ବତନ୍ତ୍ର ସ୍ଥିତିରେ କୌଣସି କାରଣ ନ ଦର୍ଶାଇ ବି ରାଶି ଉଠାଇ ହେବ । ଅବସରକାଳୀନ ଜମା ରାଶି ପାଇଁ ୨୫ ପ୍ରତିଶତ ରାଶି ଖାତାରେ ରହିବା ଉପରେ ଗୁରୁତ୍ବ ଦିଆଯାଇଛି । ଫଳରେ ଜମାକାରୀ ଇପିଏଫ୍ ର ସୁଦ୍ଧ ହାର ୮.୨୫ ପ୍ରତିଶତର ଲାଭ ଉଠାଇପାରିବେ ।

Advertisment

ଅଧିକ ଦେଖନ୍ତୁ:

  • କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ପ୍ରାଧିକରଣର ବଡ଼ ନିଷ୍ପତ୍ତି
    ଜମା ରାଶି ଉଠାଣ ନିୟମକୁ କୋହଳ କଲେ EPFO ବୋର୍ଡ
    ଜମାକାରୀ ଇପିଏଫ ଜମା ରାଶିର ଶତ ଶତପ୍ରତିଶତ ଉଠାଇପାରିବେ
    ୧୩ଟି ଜଟିଳ ନିୟମକୁ ଗୋଟିଏ ଫ୍ଲାଟଫର୍ମକୁ ଅଣାଯାଇଛି
    ଅସୁସ୍ଥତା, ଶିକ୍ଷା ଓ ବାହାଘର, ଘର ନିର୍ମାଣ ଓ ସ୍ବତନ୍ତ୍ର ସ୍ଥିତିରେ ଇପିଏଫ ଜମା ଉଠାଇ ପାରିବେ
    ନିଜ ଖାତାରେ ଥିବା ଜମା ରାଶିର ଶତ ପ୍ରତିଶତ ଉଠାଇବାକୁ ଅନୁମତି
    କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଦ୍ବାରା ଜମା ହୋଇଥିବା ଶତ ପ୍ରତିଶତ ରାଶି ଉଠାଇ ପାରିବେ
    ଶିକ୍ଷା ପାଇଁ ଜମା ଉଠାଣ ଲିମିଟ୍ ୧୦ ଥର କରାଯାଇଛି
    ବାହାଘର ପାଇଁ ୫ ଥର ଉଠାଣ କରିପାରିବେ 
    ପୂର୍ବରୁ ଜମା ଉଠାଣ ଲିମିଟ୍ ମାତ୍ର ୩ ଥର ଥିଲା
    ୧୨ ମାସର ଚାକିରି ସମୟ ଅବଧି ଥିବା ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ
    ସ୍ବତନ୍ତ୍ର ସ୍ଥିତିରେ କୌଣସି କାରଣ ନ ଦର୍ଶାଇ ବି ରାଶି ଉଠାଇ ହେବ
    ଅବସରକାଳୀନ ଜମା ରାଶି ପାଇଁ ୨୫ ପ୍ରତିଶତ ରାଶି ଖାତାରେ ରହିବା ଉପରେ ଗୁରୁତ୍ବ
EPFO
Advertisment
Related Articles
Advertisment