Advertisment

Accused Escapes: ବାନ୍ତି ବାହାନାରେ ଥାନାରୁ ଅଭିଯୁକ୍ତ ଫେରାର, ପୋଲିସ୍ ଜଳକା

ଭୁବନେଶ୍ବର ଚନ୍ଦକା ଥାନାରୁ ଅଭିଯୁକ୍ତ ଚମ୍ପଟ୍ ମାରିଛି। କନଷ୍ଟେବଳଙ୍କୁ ଧକ୍କା ଦେଇ ପଶ୍ଚିମବଙ୍ଗର ମୋବାଇଲ୍ ଚୋର ରାଜା ଫେରାର୍। ପଛ ଗେଟ୍ ଦେଇ ଦୌଡ଼ି ପଳାଇଥିଲା ଅଭିଯୁକ୍ତ।

author-image
Chinmayee Sahoo
CHANDAKA-POLICE-STATION

CHANDAKA-POLICE-STATION Photograph: (OTV)

ବାନ୍ତି ବାହାନାରେ ଥାନାରୁ ଅଭିଯୁକ୍ତ ଫେରାର । ପଦାରେ ପଡ଼ିଲା ଭୁବନେଶ୍ବର ଚନ୍ଦକା ଥାନାର ଢିଲା ସୁରକ୍ଷା । କନଷ୍ଟେବଳଙ୍କୁ ଧକ୍କା ଦେଇ ଚମ୍ପଟ୍ ମାରିଲା ମୋବାଇଲ ଚୋର । ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା । ସୂଚନା ଅନୁସାରେ, ଗତ ୨୮ ତାରିଖରେ ଏକ ଫୋନ୍ ଚୋରି ମାମଲାରେ ରାଜାକୁ ଧରି ପଚରାଉଚରା କରୁଥିଲା ପୋଲିସ । ଗତକାଲି ଅଭିଯୁକ୍ତ ବାନ୍ତି ହେବା ବାହାନା କରି ବାଥରୁମକୁ ଯାଇଥିଲା । 
ଏହି ସମୟରେ ତାକୁ ଦୁଇଜଣ କନଷ୍ଟେବଳ ଜଗିଥିଲେ । ହେଲେ କନଷ୍ଟେବଳଙ୍କୁ ଧକ୍କା ଦେଇ ପଛ ଗେଟ୍ ଦେଇ ଦୌଡ଼ି ପଳାଇଥିଲା ରାଜା । ପୋଲିସ ଗୋଡ଼ାଇଥିଲେ ବି ଆଉ ତାର ଟେର୍ ପାଇନଥିଲେ । ରାଜା ଖସିଯିବା ପରେ ପୋଲିସର ପାରିବାପଣିଆ ପ୍ରତି ଉଠିଛି ପ୍ରଶ୍ନ । ଦୁଇ କନଷ୍ଟେବଳ ଜଗିଥାଇ ବି କେମିତି ରାଜା ଖସିଗଲା ତାକୁ ନେଇ ସବୁଆଡ଼େ ଚର୍ଚ୍ଚା । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।

Advertisment

ଅଧିକ ଦେଖନ୍ତୁ:

Bhubaneswar
Advertisment
Related Articles
Advertisment