/odishatv-khabar/media/media_files/2026/02/07/nandu-dhala-2026-02-07-08-35-04.jpg)
Nandu Dhala Photograph: (OTV)
ପୁଣି ନୂଆ ବିବାଦରେ ଛନ୍ଦି ହେଲେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ। ନାଣ୍ଡୁ ବାବୁ ନାଁରେ ଥାନାରେ ଏତଲା। ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ଯାତ୍ରା କଳାକାର ସାଇ ସତ୍ୟଜିତ୍ ପଣ୍ଡାଙ୍କ ମାଆ ପଦ୍ମିନୀ ଦାଶ। ତେବେ ନାଣ୍ଡୁ ବାବୁ ତାଙ୍କ ପୁଅକୁ ମାନସିକ ନିର୍ଯାତନା ଦେବା ସହ ଧମକ ଚମକ ଦେଉଥିବା ସାଇ ସତ୍ୟଜିତଙ୍କ ମାଆ ଦେଇଥିବା FIRରେ ଉଲ୍ଲେଖ ରହିଛି।
ସାଇ ସତ୍ୟଜିତ୍ ତୁଳସୀ ଗଣନାଟ୍ୟରେ ଖଳନାୟକ ଭାବେ ଅଭିନୟ କରନ୍ତି। ତେବେ ସେ ଅସୁସ୍ଥ ଥିବା ଜଣାପଡିଛି। ସାଇ ସତ୍ୟଜିତଙ୍କ ମାଆ କହିଛନ୍ତି ଯେ, ମୋ ପୁଅର ଜୀବନ ପ୍ରତି ବିପଦ ଅଛି। ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ମୋ ପୁଅକୁ ୫-୬ ଦିନ ହେବ ଗୁଣ୍ଡା ଲଗାଇ ଧମକ ଦେଉଛନ୍ତି। ଏମିତିକି ଗ୍ରୀନ୍ ରୁମ୍ କୁ ଆସି ମଧ୍ୟ ସେଠାରେ ସେ ଧମକାଉଛନ୍ତି।
ମୋ ପୁଅର ଜୀବନ ପ୍ରତି ବିପଦ ଥିବାରୁ ମୁଁ ଆଉ ତାକୁ ଯାତ୍ରାପାର୍ଟିକୁ ଛାଡ଼ିବି ନାହିଁ ବୋଲି କହିଛନ୍ତି ସାଇଙ୍କ ମାଆ। ଅନ୍ୟପଟେ ଖଣ୍ଡଗିରି ଥାନାରେ ହଜାର ହେବା ପରେ ନାଣ୍ଡୁଙ୍କୁ ପଚରାଉଚରା କରୁଛି ପୋଲିସ। ନାଣ୍ଡୁ କହିଛନ୍ତି ମୋ ଅନୁଷ୍ଠାନ ସହ ସାଇ ୫ ବର୍ଷର ଚୁକ୍ତି କରିଛନ୍ତି। ସେ ଅନ୍ୟ ପାର୍ଟିରୁ ଟଙ୍କା ଆଣି ଏ ଅଭିନୟ କରୁଛନ୍ତି ଏବଂ ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରୁଛନ୍ତି।
Inside the India-US interim agreement: ତେଲ ଉପରୁ ହଟିଲା ଟାରିଫ୍, ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୧୮%କୁ ହ୍ରାସ

Daily Horoscope 7th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 7th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

India Creates History: ଇତିହାସ ରଚିଲା ଭାରତୀୟ ଯୁବ କ୍ରିକେଟ୍ ବାହିନୀ; ଇଂଲଣ୍ଡକୁ ଦେଲା ପାନେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)