Advertisment

PM Narendra Modi: ଏନଡିଏକୁ ମିଳିଲା ‘MY-ମହିଳା ଓ ୟୁଥ୍’ ଫର୍ମୁଲା, ବିରୋଧୀଙ୍କୁ ପ୍ରବଳ ଧୋଇଲେ ମୋଦି

କଂଗ୍ରେସକୁ ଧୋଇଲେ, ନିଶାନାରେ ବେଙ୍ଗଲ୍। ବିରୋଧୀଙ୍କୁ ପ୍ରବଳ ଧୋଇଲେ ମୋଦି। ବିଜେପିର ବିଶାଳ ‘ବିହାର’ ସେଲିବ୍ରେସନ୍। ବିରୋଧୀଙ୍କ MY ଫର୍ମୁଲା ଫେଲ୍। ଏନଡିଏକୁ ମିଳିଲା ‘MY-ମହିଳା ଓ ୟୁଥ୍’ ଫର୍ମୁଲା।

author-image
Chinmayee Sahoo
PM Narendra Modi

PM Narendra Modi Photograph: (OTV)

ମିଛ ହାରେ, ଜନତାଙ୍କ ବିଶ୍ବାସର ବିଜୟ ହୁଏ। ଜାମିନରେ ଆସିଥିବା ଲୋକଙ୍କୁ ଜନତା କେବେ ବି ସାଥ୍ ଦେବେନି। କଂଗ୍ରେସ ଓ ଆରଜେଡିକୁ ଏମିତି କିଛି କହି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାରରେ ବିଜେପି ଏବଂ ଏନଡିଏର ବିଶାଳ ବିଜୟ ପରେ ନୂଆଦିଲ୍ଲୀ ପାର୍ଟି ଅଫିସରେ ଦଳୀୟ ନେତା ଓ କର୍ମୀଙ୍କ ସହ ସେଲିବ୍ରେସନ୍ କରିଛନ୍ତି ପ୍ରଧାନମନ୍ତ୍ରୀ। 
ଏହି ଅବସରରେ କଂଗ୍ରେସକୁ ସିଧା ନିଶାନା କରିଛନ୍ତି। କିଛି ବର୍ଷ ଧରି ବିହାରରେ ତୃଷ୍ଟିକରଣ ରାଜନୀତି ଚାଲୁଥିଲା, ଏବେ ସନ୍ତୁଷ୍ଟିକରଣ ପାଇଁଛନ୍ତି ଜନତା। ବିରୋଧୀ ମୁସଲିମ୍ ଓ ସଂଖ୍ୟାଲଂଘୁଙ୍କ ସହାୟତାରେ ‘MY ଫର୍ମୁଲା’ ବନାଇଥିଲେ। ଏବେ ତାହା ‘MY-ମହିଳା ଓ ୟୁଥ୍’ ଫର୍ମୁଲା ଭାବେ ବିଜେପି ସହ ଅଛନ୍ତି। 
ଦିନେ ମାଓବାଦୀଙ୍କ କବଳରେ ଥି‍ବା ବିହାରରେ ଅପରାହ୍ନ ୩ଟା ବେଳେ ଭୋଟିଂ ସାରିବାକୁ ପଡ଼ୁଥିଲା। ଶତାଧିକ ବୁଥରେ ରିପୋଲିଂ ହେଉଥିଲା। କିନ୍ତୁ ଏଥର ଗୋଟିଏ ବି ବୁଥରେ ରିପୋଲିଂ ହେଇନି। ଜଙ୍ଗଲ ରାଜ୍ ର ସେଇ ଦିନ ସବୁ ଏବେ ଇତିହାସ ପାଲଟିଥିବା ସେ କହିଛନ୍ତି। 
ଖାଲି ଏତିକି ନୁହେଁ, କଂଗ୍ରେସକୁ କଡ଼ା କଥା କହି ଧୋଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପରେ ୬ ରାଜ୍ୟରେ ଭୋଟ୍ ହେଇଛି, ଏସବୁରେ ଯେତେ ସିଟ୍ ଜିତିପାରିନି କଂଗ୍ରେସ ତାଠୁ ଅଧିକ ସିଟ୍ ବିହାରରେ ଆଜି ଜିତିଛି ବିଜେପି ବୋଲି କହି କଟ୍ଟାକ୍ଷ କରିଛନ୍ତି ପିଏମ୍ । ତାସହ ଆଉ ଏକ ପ୍ରସଙ୍ଗକୁ ବି ବେଶ୍ ଗଭୀରତା ସହ କହିଛନ୍ତି।  
ଦେଶର ଶତ୍ରୁଙ୍କ ଏଜେଣ୍ଡାରେ କାମ କରି କଂଗ୍ରେସ ଏବେ ‘ମୁସଲିମ୍ ଲିଗ୍ ମାଓବାଦୀ କଂଗ୍ରେସ’-MMCରେ ପରିଣତ ହୋଇଛି। ତାସହ ଏବେ ବିହାର ଆଗକୁ ବେଙ୍ଗଲ। ଗଙ୍ଗା ନଦୀ ବିହାରରୁ ହେଇ ବେଙ୍ଗଲକୁ ଯାଇଛି। ସେମିତି ପଶ୍ଚିମ ବଙ୍ଗରେ ବି ବିଜେପି ସରକାର ଗଠନ ହେବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି।
•    କଂଗ୍ରେସକୁ ଧୋଇଲେ, ନିଶାନାରେ ବେଙ୍ଗଲ୍ 
•    ବିରୋଧୀଙ୍କୁ ପ୍ରବଳ ଧୋଇଲେ ମୋଦି
•    ବିଜେପିର ବିଶାଳ ‘ବିହାର’ ସେଲିବ୍ରେସନ୍ 
•    ବିରୋଧୀଙ୍କ MY ଫର୍ମୁଲା ଫେଲ୍ 
•    ଏବେ ଏନଡିଏକୁ ମିଳିଲା ‘MY-ମହିଳା ଓ ୟୁଥ୍’ ଫର୍ମୁଲା
•    ଜଙ୍ଗଲ ରାଜ୍ ଗଲା, ଏବେ ରିପୋଲିଂ ହୋଇନି
•    ମିଛ ହାରେ, ଜନତାଙ୍କ ବିଶ୍ବାସ ବିଜୟ ହୁଏ 
•    ଜାମିନରେ ଥିବା ଲୋକଙ୍କୁ ଜନତା ସାଥ୍ ଦେବେନି
•    ଆତଙ୍କର ସେଇ ଦିନ ଏବେ ଇତିହାସ 
•    ଦେଶର ଶତ୍ରୁଙ୍କ ଏଜେଣ୍ଡାରେ କାମ କରୁଛି କଂଗ୍ରେସ 
•    କଂଗ୍ରେସ ଏବେ ‘ମୁସଲିମ୍ ଲିଗ୍ ମାଓବାଦୀ କଂଗ୍ରେସ’
•    ଗଙ୍ଗା ବିହାରରୁ ବାହାରି ବେଙ୍ଗଲ୍ ଯାଉଛି
•    ସେମିତି ବିହାର ପରେ ବେଙ୍ଗଲରେ ବିଜେପି ସରକାର କରିବ 

Advertisment
PM Narendra Modi
Advertisment
Related Articles
Advertisment