/odishatv-khabar/media/media_files/2025/11/15/jay-dholakia-2025-11-15-09-38-07.jpg)
JAY-DHOLAKIA Photograph: (OTV)
ନୂଆପଡ଼ା ଉପନିର୍ବାଚନରେ ବମ୍ପର ବିଜୟ ହାସଲ କରି ନୂଆ ଇତିହାସ ଲେଖିଲା ବିଜେପି । ବାପା ରାଜୁ ଢୋଲକିଆ ଯାହା କରିପାରିନଥିଲେ, ତାହା କରିଦେଖାଇଲେ ପୁଅ ଜୟ ଢୋଲକିଆ । ନୂଆପଡ଼ା ରାଜନୀତି ମୈଦାନରେ ଯେଉଁ ଦଳ ଦିନେ ତୃତୀୟ ସ୍ଥାନରେ ଥିଲା, ସେହି ଦଳ ଆଜି ୧ ଲକ୍ଷରୁ ଅଧିକ ଭୋଟ୍ ସହ ଅବିଶ୍ବସନୀୟ ବିଜୟ ହାସଲ କରି ଶୀର୍ଷକୁ ଉଠିଛି।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସ୍ନେହାଙ୍ଗିନି ଛୁରିଆଙ୍କୁ ଭରସା କରିଥିବା ବିଜେଡି ତୃତୀୟ ସ୍ଥାନକୁ ଖସିଛି। ଡବଲ ଇଞ୍ଜିନ୍ ସରକାରରେ ପ୍ରଥମ ଉପ ନିର୍ବାଚନରେ ଅଭୂତପୂର୍ବ ବିଜୟ ପରେ ଶିଖରକୁ ଛୁଇଁଛି ସମସ୍ତଙ୍କ ଖୁସି। ବିଜୟ ପ୍ରାର୍ଥୀ ଜୟ ଢୋଲକିଆ ବି ଭାବବିହ୍ବଳ ହୋଇଛନ୍ତି। କହିଛନ୍ତି, ଏହି ସଫଳତା ପଛରେ ବାପା ରାଜୁ ଢୋଲକିଆଙ୍କ ଆଶୀର୍ବାଦ ରହିଛି।
• ଉପ ନିର୍ବାଚନରେ ନୂଆପଡ଼ା ଲେଖିଲା ନୂଆ ଇତିହାସ
• ୮୩ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ ଢୋଲକିଆ
• କଂଗ୍ରେସକୁ ହରାଇ ବାଜି ମାରିଲେ ବିଜେପି ପ୍ରାର୍ଥୀ ଜୟ
• ଦ୍ବିତୀୟ ସ୍ଥାନରେ ରହିଗଲେ କଂଗ୍ରେସର ଘାସିରାମ ମାଝୀ
• ୩୮ ହଜାର ଭୋଟ୍ ପାଇ ତୃତୀୟ ସ୍ଥାନକୁ ଖସିଲା ବିଜେଡି
• ୧୬ ମାସର ଡବଲ ଇଞ୍ଜିନ୍ ସରକାରର ଲୋକପ୍ରିୟତା
Shreemayee Mishra: ଶ୍ରୀମୟୀଙ୍କ କଟାକ୍ଷ: ନବରାତ୍ରିରେ ଅପମାନିତ କରିଥିଲେ, ମାର୍ଗଶୀରରେ ଲକ୍ଷ୍ମୀ ଛାଡ଼ିଗଲେ

Nowgam Police Station Blast: ବଡ଼ ବିସ୍ଫୋରଣ: ଉଡ଼ିଲା ଥାନା, ଏକାଧିକ ପୋଲିସ୍ ମୃତ...ଅନେକ ଆହତ

PM Narendra Modi: ବିହାରରେ ବିଜେପିର ବିଶାଳ ବିଜୟ ପରେ... ମୋଦିଙ୍କ ଭିନ୍ନ ଅନ୍ଦାଜ

Modi Signals Future Plans: ବିହାର ପରେ ମୋଦିଙ୍କ ନିଶାନାରେ ପଶ୍ଚିମବଙ୍ଗ.. କହିଦେଲେ ବଡ କଥା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)