/odishatv-khabar/media/media_files/2026/01/26/parade-at-kartavya-path-2026-01-26-12-41-22.jpg)
Parade at Kartavya Path Photograph: (OTV)
ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ଉଡିଲା ତ୍ରିରଙ୍ଗା। ଦିଲ୍ଲୀ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭବ୍ୟ ପରେଡରେ ଦେଖିବାକୁ ମିଳିଲା ଆତ୍ମନିର୍ଭର ଭାରତର ଝଲକ।
ସାରା ବିଶ୍ବ ଦେଖିଲା ଭାରତର ଶକ୍ତି, ଶୌର୍ଯ୍ୟ ଓ ପରାକ୍ରମ। କର୍ତ୍ତବ୍ୟପଥରେ ଦମ୍ ଦେଖାଇଥିଲେ ତିନି ସେନା। ଆକାଶ ମାର୍ଗରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିଲେ ବାୟୁ ଯୋଦ୍ଧା। ଫାଇଟର୍ ଜେଟ୍ ଅପରେସନ୍ ସିନ୍ଦୂର ଫର୍ମେସନ୍ ଦେଖାଇଥିଲା। ୪ଟି ମିଗ୍-17 1V ହେଲିକପ୍ଟର ଧ୍ବଜା ଫର୍ମେସନରେ ଉଡି ଫୁଲ ବର୍ଷା କରିଥିଲେ।
ସେହିପରି ପ୍ରହାର ଫର୍ମେସନ୍ କରିଥିଲେ ଭାରତୀୟ ସେନା ହେଲିକପ୍ଟର। ରୁଦ୍ର ALH-WSI ଓ ଭାରତୀୟ ବାୟୁସେନାର ALH ମାର୍କ-IV ହେଲିକପ୍ଟର କୌଶଳ ଦେଖାଇଥିଲେ। ସେହିପରି କର୍ତ୍ତବ୍ୟ ପଥରେ ଆକାଶ, ବ୍ରହ୍ମୋସ ମିସାଇଲ୍ ସମେତ ଭାରତୀୟ ସେନାର ଟ୍ୟାଙ୍କ ଓ ଅନ୍ୟାନୟ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରଦର୍ଶିତ ହୋଇଥିଲା।
ଏଥିସହ ଗଣତନ୍ତ୍ର ଦିବସ ପରେଡରେ ଭାରତର ସମୃଦ୍ଧ ଐତିହ୍ୟ, ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତା ବି ଦେଖିବାକୁ ମିଳିଥିଲା। ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ମନ ମୋହିଥିଲା। ଏ ବର୍ଷ ମୋଟ ୩୦ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ଯେଉଁଥିରେ ବିଭିନ୍ନ ରାଜ୍ୟର ୧୭ଟି ଏବଂ ବିଭିନ୍ନ ମନ୍ତ୍ରଣାଳୟର ୧୩ଟି ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିଲା।
ଚଳିତବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଛନ୍ତି ୟୁରୋପୀୟ କାଉନସିଲ ସଭାପତି ଆଣ୍ଟୋନିଓ କୋଷ୍ଟା ଓ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିୟେନ୍।
ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ
କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
ପରେଡରେ ଆତ୍ମନିର୍ଭର ଭାରତର ଝଲକ
ବିଶ୍ୱ ଦେଖିଲା ଭାରତର ଶକ୍ତି, ସାମର୍ଥ୍ୟ ଓ ପରାକ୍ରମ
ଶକ୍ତି, ଶୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶନ କଲା ଭାରତୀୟ ସେନା
ଆକାଶ ମାର୍ଗରେ ବାୟୁ ଯୋଦ୍ଧାଙ୍କ ସାମରିକ ଶକ୍ତି ପ୍ରଦର୍ଶନ
କର୍ତ୍ତବ୍ୟ ପଥ ଆକାଶରେ ଗର୍ଜିଲା ଆପାଚେ ହେଲିକପ୍ଟର
ଅପରେସନ ସିନ୍ଦୂରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ମଡେଲ୍ ପ୍ରଦର୍ଶିତ
CRPF, SSB ଯବାନଙ୍କ ଦ୍ବାରା ଡେୟାର ଡେଭିଲ୍ ସୋ' ପ୍ରଦର୍ଶିତ
କର୍ତ୍ତବ୍ୟ ପଥରେ ଗଡ଼ିଲା ଆଖି ଝଲସିଲା ଭଳି ପ୍ରଜ୍ଞାପନ ମେଢ଼
ବିଭିନ୍ନ ରାଜ୍ୟ ଓ ମନ୍ତ୍ରାଳୟ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ
ୟୁରୋପୀୟ ୟୁନିଅନର ୨ ପ୍ରମୁଖ ନେତା ମୁଖ୍ୟ ଅତିଥି
Who is blocking US-India trade deal? କାହିଁକି ଅଟକିଲା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି; ଅଡିଓ ଲିକ୍, ଏ ହେଉଛନ୍ତି ମେନ୍ ଭିଲେନ

Walking Barefoot at Home Problems: ଘରେ ଖାଲି ପାଦରେ ଚାଲୁଛନ୍ତି କି? ସାବଧାନ! ଆଣ୍ଠୁ-ଗଣ୍ଠି, ମେରୁଦଣ୍ଡ ପାଇଁ ବିପଦ

Atal Pension Yojana: ଅଟଳ ପେନସନ୍ ଯୋଜନାରେ ସର୍ବାଧିକ କେତେ ପେନସନ? ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା।

Republic Day At Barabati Stadium: ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ, ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)