/odishatv-khabar/media/media_files/2026/01/26/viral-audio-2026-01-26-12-23-55.jpg)
viral audio Photograph: (OTV)
ଭାରତ (India) –ଆମେରିକା (US) ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି (Trade Deal) ହେବାର ବହୁ ସମ୍ଭାବ୍ୟ ଥିଲା, ଯାହା ବର୍ତ୍ତମାନ ଅନିଶ୍ଚିତତାରେ ରହିଛି। ଗତ କିଛି ମାସ ଧରି ସେହି ଚୁକ୍ତି ଅଟକି ରହିଛି। ଦୁଇ ଦେଶ ମଧ୍ୟରେ ଆଲୋଚନାର କୌଣସି ଫଳାଫଳ ମିଳିନାହିଁ। ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ମଧ୍ୟରେ ବାଣିଜ୍ୟ ଚୁକ୍ତି ସମ୍ପର୍କରେ କ’ଣ ଚାଲିଥିଲା ତାହା ଏବେ ସାମ୍ନାକୁ ଆସିଛି। ଆମେରିକୀୟ ସେନେଟର ଟେଡ୍ କ୍ରୁଜ୍ଙ୍କ ଏକ ଅଡିଓ ରେକର୍ଡିଂ ଲିକ୍ (Viral Audio Row) ହେବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ମଧ୍ୟରେ ଆଭ୍ୟନ୍ତରୀଣ ତ୍ରୁଟି ଦେଖାଦେଇଛି।
ସେହି ଅଡିଓରେ ଟେଡ୍ କ୍ରୁଜ୍ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ହ୍ୱାଇଟ୍ ହାଉସ୍ ପରାମର୍ଶଦାତା ପିଟର ନାଭାରୋ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି। ଲିକ୍ ହୋଇଥିବା ସେହି ୧୦ ମିନିଟ୍ର ଅଡିଓଟି ୨୦୨୫ ମସିହାର।
ଭାଇରାଲ ଅଡିଓ କ୍ଲିପ୍:-
ଅଡିଓ (Audio Clip Viral) ରେ ଜଣାପଡୁଛି ଯେ, କ୍ରୁଜ୍ ତାଙ୍କ ବିଶ୍ବସ୍ତ ବ୍ୟକ୍ତିଙ୍କ ସହିତ କଥା ହେବା ବେଳେ ନିଜକୁ ମୁକ୍ତ ବ୍ୟବସାୟ ପାଇଁ ସମର୍ଥକ ଭାବରେ ଦର୍ଶାଉଥିବା ବେଳେ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଅତ୍ୟନ୍ତ ବିଚ୍ଛିନ୍ନତାବାଦୀ ଭାବେ ଚିତ୍ରଣ କରୁଛନ୍ତି। ଏବଂ ୨୦୨୮ରେ ହେବାକୁ ଥିବା ନିର୍ବାଚନରେ ସମ୍ଭାବ୍ୟ ରିପବ୍ଲିକାନ୍ ପ୍ରାର୍ଥୀ ଭାନ୍ସକୁ ଚ୍ୟାଲେଞ୍ଜ କରିବାକୁ ନିଜର ପ୍ରସ୍ତୁତି ସମ୍ପର୍କରେ ପ୍ରକାଶ କରିଥିଲେ। କ୍ରୁଜ୍ ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ମଧ୍ୟ ପରିହାସ କରିଥିଲେ ଏବଂ କହିଥିଲେ ଯେ ଏହି ଟାରିଫ୍ ଆମେରିକାର ଅର୍ଥନୀତିକୁ ଧ୍ୱଂସ କରିପାରେ।
ଅଡିଓରେ କ୍ରୁଜ କହିଛନ୍ତି ଯେ, ୨୦୨୫ ଏପ୍ରିଲରେ ଟ୍ରମ୍ପ୍ ଶୁଳ୍କ ଲାଗୁ କରିବା ପରେ, ସେ ଏବଂ ଅନ୍ୟ କିଛି ସିନେଟର ରାଷ୍ଟ୍ରପତିଙ୍କୁ ଭେଟି ଏପରି ନକରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଆଲୋଚନା ବେଳେ ଟ୍ରମ୍ପ ସେମାନଙ୍କ ଚିତ୍କାର କରିଥିଲେ ଏବଂ ଗାଳି ଦେଇଥିଲେ। ସେଦିନ ଟ୍ରମ୍ପ୍ ବହୁତ ଖରାପ ମୁଡ୍ରେ ଥିଲେ। ମୁଁ ତାଙ୍କ ସହିତ ଅନେକ ଆଲୋଚନା କଲି, କିଛି ତାହା କିଛି ବି ଭଲ ନଥିଲା।"
କ୍ରୁଜ୍ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚେତାବନୀ ଦେଇଥିଲେ ଯେ, ଯଦି ନଭେମ୍ବର ୨୦୨୬ ସୁଦ୍ଧା ଅବସର ଆକାଉଣ୍ଟ ୩୦ ପ୍ରତିଶତ କମିଯାଏ ଏବଂ ଗ୍ରୋସରୀ ସାମଗ୍ରୀ ୧୦ରୁ ୨୦ ପ୍ରତିଶତ ବଢିଯାଏ, ତାହାଲେ ରିପବ୍ଲିକାନଙ୍କୁ ନିର୍ବାଚନରେ ବହ କ୍ଷତି ସହିବାକୁ ପଡିବ। ଆପଣଙ୍କ ହାତରୁ ହାଉସ୍ ଚାଲିଯିବ, ଆପଣ ସିନେଟ୍ ହାରିଯିବେ।
ଏପରିକି କ୍ରୁଜ୍ ଉପରାଷ୍ଟ୍ରପତି ଭାନ୍ସଙ୍କୁ କନଜରଭେଟିଭ୍ ପୋଡକାଷ୍ଟର ଟକର କାର୍ଲସନଙ୍କ ଶିଷ୍ୟ ବୋଲି କହିଥିଲେ। ସେ କାର୍ଲସନଙ୍କୁ ଯିହୂଦୀ ବିରୋଧୀ ଭାବନା ଏବଂ ଇସ୍ରାଏଲ ବିରୋଧୀ ବୈଦେଶିକ ନୀତିକୁ ପ୍ରୋତ୍ସାହିତ କରିବାର ଅଭିଯୋଗ କରିଥିଲେ।
Walking Barefoot at Home Problems: ଘରେ ଖାଲି ପାଦରେ ଚାଲୁଛନ୍ତି କି? ସାବଧାନ! ଆଣ୍ଠୁ-ଗଣ୍ଠି, ମେରୁଦଣ୍ଡ ପାଇଁ ବିପଦ

Atal Pension Yojana: ଅଟଳ ପେନସନ୍ ଯୋଜନାରେ ସର୍ବାଧିକ କେତେ ପେନସନ? ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା।

Republic Day At Barabati Stadium: ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ, ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

State-Level Republic Day Celebrations: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)