Advertisment

Operation Blue Star: କଂଗ୍ରେସକୁ ଖୋଲା ଟାର୍ଗେଟ୍ କଲେ ଚିଦାମ୍ବରମ, କହିଲେ ଇନ୍ଦିରା ଥିଲେ ଭୁଲ୍

କଂଗ୍ରେସ ନେତା ପି. ଚିଦାମ୍ବରମ ଆଜିକାଲି ଦଳୀୟ ଲାଇନରୁ ଅଲଗା ହୋଇ ମତ ଦେଉଛନ୍ତି। ପୂର୍ବରୁ, ସେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ ଉପରେ ଆକ୍ରମଣ ନ କରିବା ଏକ "ବଡ଼ ଭୁଲ" ବୋଲି କହିଥିଲେ। ଏବେ, ସେ ଅପରେସନ ବ୍ଲୁ ଷ୍ଟାରକୁ ଭୁଲ ବୋଲି କହି ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି।

author-image
Manas Ranjan Mohanty
Chidambaram-Against-Indira-Gandhi

Chidambaram-Against-Indira-Gandhi Photograph: (OTV)

କଂଗ୍ରେସ ନେତା ପି. ଚିଦାମ୍ବରମ ଆଜିକାଲି ଦଳୀୟ ଲାଇନରୁ ଅଲଗା ହୋଇ ମତ ଦେଉଛନ୍ତି। ପୂର୍ବରୁ, ସେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ ଉପରେ ଆକ୍ରମଣ ନ କରିବା ଏକ "ବଡ଼ ଭୁଲ" ବୋଲି କହିଥିଲେ। ଏବେ, ସେ ଅପରେସନ ବ୍ଲୁ ଷ୍ଟାରକୁ ଭୁଲ ବୋଲି କହି ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି।

Advertisment

କସୌଲିରେ ଅନୁଷ୍ଠିତ ଖୁଶୱନ୍ତ ସିଂହ ସାହିତ୍ୟ ମହୋତ୍ସବରେ ଏମିତି କହିଛନ୍ତି ଚିଦାମ୍ବରମ। ସେ କହିଛନ୍ତି, ଆତଙ୍କବାଦୀଙ୍କ କବଳରୁ ସ୍ୱର୍ଣ୍ଣ ମନ୍ଦିରକୁ ମୁକ୍ତ କରିବାର ଭୁଲ୍ ଉପାୟ ଥିଲା ‘ଅପରେସନ ବ୍ଲୁ ଷ୍ଟାର’। ଇନ୍ଦିରା ଗାନ୍ଧୀ ଏହି ଭୁଲକୁ ତାଙ୍କର ଜୀବନ ଦେଇ ସୂଯାଇଛନ୍ତି। ତାଙ୍କ ଏଭଳି ବିବାଦୀୟ ମତ କେବଳ ୧୯୮୪ର ଯନ୍ତ୍ରଣାଦାୟକ ଅଧ୍ୟାୟକୁ ଆଉ ଥରେ ଉଜାଗର କରି ନାହିଁ ବରଂ କଂଗ୍ରେସ ଦଳ ଭିତରେ ଥିବା ଆଭ୍ୟନ୍ତରୀଣ କଳହକୁ ମଧ୍ୟ ପଦାକୁ ପକାଇ ଦେଇଛି।

ଚିଦାମ୍ବରମଙ୍କ ଏଭଳି ବିରୋଧାତ୍ମକ କଥା ଶୁଣିବା ପରେ ମନେହୁଏ, ସେ ମଧ୍ୟ ଶଶି ଥରୁର ଏବଂ ମନୀଷ ତିୱାରୀଙ୍କ ରାସ୍ତାରେ ଯାଉଛନ୍ତି। ଏହି ଦୁଇ କଂଗ୍ରେସ ନେତା ମଧ୍ୟ ପ୍ରାୟତଃ ଏପରି ମତ ଦିଅନ୍ତି ଯାହା କଂଗ୍ରେସକୁ ଅଡୁଆରେ ପକାଇଦିଏ।

Advertisment

ତେବେ ସବୁଠାରୁ ବଡ କଥା ହେଲା, ଚିଦାମ୍ବରମ, ଯିଏ ଦିନେ ଅର୍ଥମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ, ତାଙ୍କର କଂଗ୍ରେସ ଦଳରେ ଏକ ଓଜନ ଅଛି। ସେ ହଠାତ୍ କାହିଁକି ଏପରି ମତ ଦେଇ ଦଳକୁ ଅସ୍ଥିର କରୁଛନ୍ତି? ଏହା କ’ଣ ବ୍ୟକ୍ତିଗତ ବିଶ୍ୱାସର ପ୍ରକାଶ, ନା କଂଗ୍ରେସର ଆନ୍ତରିକ ରାଜନୀତିର ଏକ ନୂଆ ଖେଳ? ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଭଳି ବିବାଦୀୟ ମତ ଦେଇ ଚିଦାମ୍ବରମ କେବଳ ଇନ୍ଦିରା ଗାନ୍ଧୀଙ୍କୁ ଦାୟୀ କରି ନାହାନ୍ତି। ସେ କହିଛନ୍ତି, "ଅପରେସନ୍ ବ୍ଲୁ ଷ୍ଟାର’ କେବଳ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ନଥିଲା। ଏଥିରେ ସେନା, ପୋଲିସ, ଗୁଇନ୍ଦା ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ। ସମସ୍ତେ ମିଶି ସ୍ୱର୍ଣ୍ଣ ମନ୍ଦିରକୁ ସେନା ପଠାଇବାକୁ ନିଷ୍ପତ୍ତି ନେଇଥିଲେ, ଯାହାକି ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି।

Advertisment