/odishatv-khabar/media/media_files/2026/01/17/cashless-toll-2026-01-17-17-20-38.jpg)
Cashless Toll Photograph: (OTV)
ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର ! ଏପ୍ରିଲରୁ ବଦଳିଯିବ ନିୟମ ! ଟୋଲ୍ ଟାକ୍ସରେ ପରିବର୍ତ୍ତନ ଆଣିବେ ସରକାର ! କ୍ୟାସଲେସ୍ ପାଇଁ ପଦକ୍ଷେପ ନେବ ବିଭାଗ ! ଏପ୍ରିଲ ପହିଲାରୁ ପରିବହନ ବିଭାଗ ଟୋଲ୍ ଗେଟ୍ ଗୁଡ଼ିକରେ ବ୍ୟପକ ପରିବର୍ତ୍ତନ ଆଣିବାକୁ ଯାଉଛି ।
ଜାତୀୟ ରାଜପଥ ଟୋଲ୍ ପ୍ଲାଜାରେ ନଗଦ ଦେୟ ବନ୍ଦ କରିବାକୁ ଯୋଜନା କରୁଛି । ଫଳରେ ଗାଡ଼ି ଚାଳକମାନେ ଟୋଲ୍ ଗେଟରେ ଆଉ ନଗଦ ଟଙ୍କା ଦେଇପାରିବେ ନାହିଁ । କେବଳ FASTag କିମ୍ବା UPI ମାଧ୍ୟମରେ ସେମାନଙ୍କୁ ଟୋଲ୍ ଦେୟ ଦେବାକୁ ପଡ଼ିବ ।
ଏନେଇ ଜାତୀୟ ଗଣାମାଧ୍ୟମରେ ଖବର ପ୍ରକାଶ ପାଇଛି । ହେଲେ ବିଭାଗ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିପାରେ ବୋଲି କୁହାଯାଉଛି । ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ଟୋଲ୍ ଗେଟରେ ଆଉ ଭିଡ଼ ଜମିବ ନାହିଁ ।
ବର୍ତ୍ତମାନ ଟୋଲ୍ ଗେଟ୍ ଗୁଡ଼ିକରେ ଦେୟ ଦେବାକୁ ଗାଡ଼ିଗୁଡ଼ିକର ଭିଡ଼ ଜମୁଛି । ଫଳରେ ଅନେକ ସମୟର ଅଟକି ରହି ଯାତ୍ରୀମାନେ ହଇରାଣ ହେଉଛନ୍ତି । ତେଣୁ ଯାତ୍ରାମାନଙ୍କ ଯାତ୍ରା ସୁବିଧା କରାବାକୁ ସରକାର ଏପରି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି ।
ଟୋଲ ଗେଟ୍ ଗୁଡ଼ିକରୁ ନଗଦ ଟଙ୍କା କାରବାର ବନ୍ଦ ହେଲେ ଯାତ୍ରୀମାନଙ୍କୁ ଆଉ ଅପେକ୍ଷା କରିବାକୁ ବଡ଼ିପନାହିଁ ବୋଲି ଆଶା କରାଯାଉଛି । ଏହାକୁ ନେଇ ଅଧିକାରୀମାନେ କହିଛନ୍ତି, ପରିବର୍ତ୍ତନ ଭାରତର ଟୋଲ୍ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ଦିଗରେ ଇଏ ଆଉ ଏକ ପଦକ୍ଷେପ ।
ସରକାର ଏକ ବାଧାମୁକ୍ତ ଟୋଲିଂ ମଡେଲ ପାଇଁ କାମ କରୁଛନ୍ତି । ଯାହାକୁ ମଲ୍ଟି-ଲେନ୍ ଫ୍ରି ଫ୍ଲୋ କୁହାଯାଏ । ଯେଉଁଠାରେ ଯାନବାହନଗୁଡ଼ିକ ନ ଅଟକି ସିଧାସଳଖ ଯାଇପାରିବ । ଏହି ଉଦ୍ଦେଶ୍ୟରେ ଅନ୍ୟ ଦେଶରେ ବ୍ୟବହୃତ ଉନ୍ନତ ପ୍ରଯୁକ୍ତିବିଦ୍ୟାର ଅଧ୍ୟୟନ କରାଯାଉଛି ।
ଦେଶର ୨୫ଟି ଟୋଲ୍ ପ୍ଲାଜାରେ ଏହି ନୋ-ଷ୍ଟପ୍ ଟୋଲ୍ ସିଷ୍ଟମ ପରୀକ୍ଷା ମୂଳକ ଭାବେ କରାଯାଉଛି । ଏହାର ସଫଳତା ଉପରେ ଆଧାର କରି, ଭବିଷ୍ୟତରେ ଏହି ସିଷ୍ଟମକୁ ଦେଶବ୍ୟାପୀ ବିସ୍ତାର କରାଯାଇପାରିବ । ଏହି ନିୟମ କାର୍ଯ୍ୟକାରୀ ହେବା ପରେ, ଡିଜିଟାଲ୍ ପେମେଣ୍ଟ ବିକଳ୍ପ ନଥିବା ଯାନଗୁଡ଼ିକ ଟୋଲ୍ ଗେଟରେ ବିଳମ୍ବ କିମ୍ବା ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି ।
Love Affair in Ujjain: ସୀମା ଟପିଗଲା ନୃଶଂସତା, ପ୍ରେମ ପାଇଁ ରାଜରାସ୍ତାରେ ଉଲଗ୍ନ

Countdown to Panchayat Elections Begins: ଆସନ୍ତାବର୍ଷ ହେବ ପଞ୍ଚାୟତ ନିର୍ବାଚନ, ରାଜ୍ୟ ନିର୍ବାଚନ କମିଶନର କହିଲେ କେବେ ସରିବ ଭୋଟର୍ ସର୍ଭେ

Priest Found Dead Inside Temple: ମନ୍ଦିରକୁ ପୂଜା କରିବାକୁ ଗଲେ, ଆଉ ଫେରିଲେନି

158-Dish For Son-in-Law: ପ୍ରଥମ ସଂକ୍ରାନ୍ତିରେ ଜ୍ୱାଇଁକୁ ଏତେ ସମ୍ମାନ! ବାଢିଦେଲେ ୧୫୮ ଆଇଟମ୍; ଭିଡିଓ ଭାଇରାଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)