Advertisment

Love Affair in Ujjain: ସୀମା ଟପିଗଲା ନୃଶଂସତା, ପ୍ରେମ ପାଇଁ ରାଜରାସ୍ତାରେ ଉଲଗ୍ନ

ଗୋଟିଏ ପରିବାର ପୁଅ ପାଇଁ ନ୍ୟାୟ ମାଗୁଛି । ପ୍ରେମିକ ଜଣକ ହେଉଛି ଜଣେ ନାବାଳକ । ବାୟସ ୧୬ ବର୍ଷ । କୁହାଯାଉଛି କି, ନାବାଳକ ଜଣକ ତା’ ସମାନ ବୟସର ଜଣେ ଝିଅକୁ ପ୍ରେମ କରୁଥିଲା । ଆଉ ଭୟର ଘରୁ ପଳାଯାଇଥିଲେ ।

author-image
Tanmay Kumar Mahalik
Ujjain 16 Year Old boy Harassment

Ujjain 16 Year Old boy Harassment Photograph: (OTV)

ସୀମା ଟପିଗଲା ନୃଶଂସତା । ପ୍ରେମ ପାଇଁ ରାଜରାସ୍ତାରେ ଉଲଗ୍ନ । ସର୍ବ ସମ୍ମୁଖରେ ଦେହରୁ ଖୋଲାଗଲା ପୋଷାକ । ଉଲଗ୍ନ କରି ଦେଢ଼ କିଲୋମିଟର ଚଲାଇଲେ । କାନ୍ଦି କାନ୍ଦି କାକୁତିମିନତି ହେଉଥିଲା ପ୍ରେମିକ । ଏମିତି ଏକ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହି ଘଟଣାକୁ ନିନ୍ଦା କରାଯାଉଛି ।

Advertisment

ଗୋଟିଏ ପରିବାର ପୁଅ ପାଇଁ ନ୍ୟାୟ ମାଗୁଛି । ପ୍ରେମିକ ଜଣକ ହେଉଛି ଜଣେ ନାବାଳକ । ବାୟସ ୧୬ ବର୍ଷ । କୁହାଯାଉଛି କି, ନାବାଳକ ଜଣକ ତା’ ସମାନ ବୟସର ଜଣେ ଝିଅକୁ ପ୍ରେମ କରୁଥିଲା । ଆଉ ଭୟର ଘରୁ ପଳାଯାଇଥିଲେ । ଆଉ ସେମାନଙ୍କୁ ଝିଅ ଘର ଲୋକ ପାଇବା ପରେ ନାବାଳକଟିକୁ ଏହିପରି ଦଣ୍ଡ ଦେଇଛନ୍ତି । 

ମଧ୍ୟପ୍ରଦେଶ ଉଜ୍ଜୟିନୀର ଏହି ଘଟଣା । ଏନେଇ ପୋଲିସ କହିଛି, ମାକ୍ସି ରୋଡର ପାନୱାସାରେ ରହୁଥିବା ନାବାଳକ ଜଣକ ସେହି ଅଞ୍ଚଳର ସମାନ ବୟସର ଜଣେ ଝିଅ ସହିତ ସମ୍ପର୍କରେ ଥିଲେ । ଦୁଇଜଣ ତିନି ମାସ ପୂର୍ବରୁ ପଳାଇ ଯାଇଥିଲେ । କିନ୍ତୁ ପରେ ପୋଲିସ ଷ୍ଟେସନରେ ସେମାନେ ଆତ୍ମସମର୍ପଣ କରିଥିଲେ ।

Advertisment

ଗୁରୁବାର ଦିନ ନାବାଳକ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା । ଯାହା ଫଳରେ ପୁଅଟି ଉଜ୍ଜୟିନୀର ଶ୍ରୀ ସିନ୍ଥେଟିକ୍ସ ଅଞ୍ଚଳକୁ ଫେରି ଜଣେ ବନ୍ଧୁଙ୍କୁ ଭେଟି ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ପାଣ୍ଠି ବ୍ୟବସ୍ଥା କରିଥିଲା । ସେହି ସମୟରେ ଝିଅର ପରିବାର ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ନାବାଳକଙ୍କ ଅଭିଯୋଗ ଅନୁସାରେ, ଭୋଳା ବୈରାଗୀ, ସୀମା ବୈରାଗୀ, ରାହୁଲ ବୈରାଗୀ, ରୁଦ୍ରାକ୍ଷ ବୈରାଗୀ ଏବଂ ବିଷ୍ଣୁ ବୈରାଗୀ ତାଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଛନ୍ତି । ତାଙ୍କ ପୋଷାକ ଚିରି ହାତକୁ ରଶିରେ ବାନ୍ଧିଥିଲେ । ପରେ ତାଙ୍କୁ ଉଲଗ୍ନ କରି ଦେଢ଼ କିଲୋମିଟର ଚଲାଥିବା ସେ ପୋଲିସ ନିକଟରେ କହିଛନ୍ତି ।

ଖାଲି ସେତିକି ନୁହେ, ତାଙ୍କୁ ଝିଅଟି ଘର ପରିବାର ଧମକ ଦେଇଥିବା ସେ କହିଛନ୍ତି । ନାବାଳକ ଜଣକ ଯଦି ଉଜ୍ଜୟିନୀ ଫେରିବେ ତେବେ ତାଙ୍କୁ ହତ୍ୟା କରାଯିବ । ଉଲଗ୍ନ କରି ରାସ୍ତାରେ ଚଲାଇବା ସମୟରେ ନାବାଳକ ଦେଖାଣାହାରୀଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ, କିନ୍ତୁ କେହି ହସ୍ତକ୍ଷେପ କରି ନଥିବା ସେ କହିଛନ୍ତି । 

ଶୁକ୍ରବାର ଦିନ, ନାବାଳକ ଏବଂ ତାଙ୍କ ବିକଳାଙ୍ଗ ମାଆ ଏହିପରି ଅଭିଯୋଗ ଥାନାରେ କହିଛନ୍ତି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିସାରିଛି । ଅତିରିକ୍ତ ପୋଲିସ ଅଧିକ୍ଷକ ଆଲୋକ ଶର୍ମା କହିଛନ୍ତି, ୧୬ ବର୍ଷୀୟ ନାବାଳକଙ୍କୁ ଉଲଗ୍ନ କରି ସର୍ବସାଧାରଣରେ ପ୍ରଦର୍ଶନ କରିବା ଘଟଣାରେ ଚାରି ଜଣ ବ୍ୟକ୍ତି ସାମିଲ ଥିଲେ । ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ମାମଲାକୁ ନେଇ ତଦନ୍ତ ଜାରି ରହିଛି । 

Love Affair Ujjain Minor
Advertisment
Related Articles
Advertisment