Advertisment

Priest Found Dead Inside Temple: ମନ୍ଦିରକୁ ପୂଜା କରିବାକୁ ଗଲେ, ଆଉ ଫେରିଲେନି

ଜଗତସିଂହପୁର ଜିଲ୍ଲା ସଦର ଥାନା ପୁନଙ୍ଗ ଗାଁରେ ଅଘଟଣ। ଗାଁ ଭିତରେ ଥିବା ଏକ ଶିବ ମନ୍ଦିର ଭିତରୁ ପୂଜକଙ୍କ ସନ୍ଦେହ ଜନକ ଭାବରେ ପଡିଥିବା ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ପୁନଙ୍ଗ ଗାଁର ଓମ ପ୍ରକାଶ ପଣ୍ଡା।

author-image
Pramod Behera
Priest Found Dead Inside Temple

ମନ୍ଦିରକୁ ପୂଜା କରିବାକୁ ଗଲେ, ଆଉ ଫେରିଲେନି Photograph: (OTV)

ଜଗତସିଂହପୁର ଜିଲ୍ଲା ସଦର ଥାନା ପୁନଙ୍ଗ ଗାଁରେ ଅଘଟଣ। ଗାଁ ଭିତରେ ଥିବା ଏକ ଶିବ ମନ୍ଦିର ଭିତରୁ ପୂଜକଙ୍କ ସନ୍ଦେହ ଜନକ ଭାବରେ ପଡିଥିବା ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ପୁନଙ୍ଗ ଗାଁର ଓମ ପ୍ରକାଶ ପଣ୍ଡା।
   
ସୂଚନା ମୁତାବକ ଶନିବାର ମଧ୍ୟାହ୍ନରେ ସେ ମନ୍ଦିର ଭିତରକୁ ପୂଜା କରିବାକୁ ଯାଇ ଆଉ ଫେରି ନଥିଲେ। ପରେ ଗ୍ରାମବାସୀ ମନ୍ଦିର ଭିତରେ ଥିବା ଶିବ ଲିଙ୍ଗ ଉପରେ ତାଙ୍କର ମୃତ ଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। 

Advertisment

ସଦର ପୋଲିସ ସାଇଣ୍ଟିଫିକି ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି। ତେବେ ମୃତ୍ୟୁର ସଠିକ କାରଣ ଜଣା ପଡି ନଥିଲେ ମଧ୍ୟ ମନ୍ଦିର ଭିତରେ ଗୋଡ଼ ଖସି ତଳେ ପଡିଯିବା ପରେ ମୁଣ୍ଡରେ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି। ଏହି ଘଟଣା ପରେ ସାରା ଗାଁ ରେ ଶୋକ ର ଛାୟା ଖେଳିଯାଇଛି। 

Temple Odisha Crime Jagatsinghpur
Advertisment
Advertisment