Advertisment

Questions Raised: ହ୍ୟୁମାନଙ୍କ ମୃତ୍ୟୁ, କାହିଁକି ଉଠୁଛି ଅର୍ପିତାଙ୍କ ନାଁ ?

ହ୍ୟୁମାନ ମା’ଙ୍କ ପରେ ୨୦ ଲକ୍ଷ ଟଙ୍କାର ଗାଡ଼ି, ୪୦ ହଜାର ଟଙ୍କାର ଘର ଭଡ଼ାକୁ ନେଇ ଏବେ ପ୍ରଶ୍ନ ଉଠାଇଲାଣି ଓଲିଉଡ୍ ଇଣ୍ଡଷ୍ଟ୍ରୀ। ଅର୍ପିତାଙ୍କ ଲାଇଫ୍ ଷ୍ଟାଇଲକୁ ନେଇ ଏବେ ସବୁଠି ଚର୍ଚ୍ଚା।

author-image
Chinmayee Sahoo
Arpita Choudhury Controversy

Arpita Choudhury Controversy Photograph: (OTV)

ହ୍ୟୁମାନଙ୍କ ମୃତ୍ୟୁ ପାଇଁ କ’ଣ ଅର୍ପିତା ଦାୟୀ ? କାହିଁକି ବାରମ୍ବାର ଉଠୁଛି ଅର୍ପିତାଙ୍କ ନାଁ ? ହ୍ୟୁମାନ ମା’ଙ୍କ ପରେ ଏବେ ପ୍ରଶ୍ନ ଉଠାଲାଣି ଓଲିଉଡ୍ ଇଣ୍ଡଷ୍ଟ୍ରୀ ? ୨୦ ଲକ୍ଷ ଟଙ୍କାର ଗାଡ଼ି, ୪୦ ହଜାର ଟଙ୍କାର ଘର ଭଡ଼ା । ଆଉ ଅର୍ପିତାଙ୍କ ଲାଇଫ୍ ଷ୍ଟାଇଲକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏପରି ସମୟରେ ସେହି ଚର୍ଚ୍ଚାରେ ଆହୁରି ମସଲା ମିଶାଇଛନ୍ତି ସିନେ ପ୍ରଯୋଜକ ଟୁଟୁ ନାୟକ । ଟୁଟୁଙ୍କ କହିବା କଥା, ଅର୍ପିତା ଯଦି ନିର୍ଦ୍ଦୋଷ ତେବେ ହ୍ୟୁମାନଙ୍କ ମୃତ୍ୟୁ ଦିନ ସେ କାହିଁକି ମୁହଁରେ କପଡ଼ା ଘୋଡ଼ାଇଥିଲେ । ଘଟଣା ଦିନ ହ୍ୟୁମାନଙ୍କ ଶେଷ ଦର୍ଶନ ପାଇଁ ବହୁ ବରିଷ୍ଠ ଅଭିନେତା, କଣ୍ଠଶିଳ୍ପୀ ହସ୍ପିଟାଲକୁ ଆସିଥିଲେ । ଅସୀମା ଓ ଅନ୍ତରା ବି ଯାଇଥିଲେ । କାହିଁକି ସେମାନେ ତ ମୁହଁରେ କପଡ଼ା ଘୋଡ଼ାଇ ଆସିନଥିଲେ । ଅର୍ପିତା କାହିଁକି କପଡ଼ା ଘୋଡ଼ାଇଥିଲ ବୋଲି ପ୍ରଶ୍ନ କରିଛନ୍ତି ଟୁଟୁ ।

Advertisment

ପୁଅର ମୃତ୍ୟୁ ଦିନ ଅର୍ପିତାଙ୍କୁ ନେଇ ହ୍ୟୁମାନଙ୍କ ମା' ସାଙ୍ଘାତିକ ଅଭିଯୋଗ ଆଣିଥିଲେ l ମୋ ପୁଅ ମୃତ୍ୟୁ ପାଇଁ ଅର୍ପିତା ଦାୟୀ ବୋଲି କହିଥିଲେ । ତା’ ଛଡ଼ା, ରତି ୨ଟାରେ ମୋ ପୁଅ ପାଖକୁ ଅର୍ପିତା ଆସିଥିଲା l ମୋ ପୁଅ ମୃତ୍ୟୁ ପାଇଁ ତିନି ତିନିଜଣ ଦାୟୀ ବୋଲି କହିଥିଲେ ହ୍ୟୁମାନଙ୍କ ମା’ ଶେଫାଳୀ ସୁନା l ତେବେ ଏପରି ସମୟରେ ଅର୍ପିତାଙ୍କ ସାଥ୍ ଦେଇଛନ୍ତି ମ୍ୟୁଜିକ ଭିଡିଓ ପ୍ରଯୋଜକ ସ୍ଥିତ ପଟ୍ଟନାୟକ । ସ୍ଥିତ କହିଛନ୍ତି, ମୁଁ ଅର୍ପିତାଙ୍କ ସହ କଥା ହୋଇଛି । ଅର୍ପିତା ଏବଂ ତାଙ୍କ ପରିବାର ବହୁତ ଅପ୍‌ସେଟ୍‌ ଅଛନ୍ତି । ଗଣମାଧ୍ୟମ ଆଗରେ କିଛି ନକହିବାକୁ କୁହାଯାଇଛି ।

କିନ୍ତୁ ମାମଲାର କୋର୍ଟକୁ ଗଲେ ବା ତଦନ୍ତ ହେଲେ ସେ ନିଶ୍ଚିତ ନିଜ ପକ୍ଷ ରଖିବେ ବୋଲି ଅର୍ପିତା ତାଙ୍କୁ କହିଥିବା କହିଛନ୍ତି ସ୍ଥିତ । 
ହ୍ୟୁମାନଙ୍କ ମୃତ୍ୟୁ ପରେ ହ୍ୟୁମାନଙ୍କ ମା’, ଟୁଟୁ ନାୟକ ଏବଂ ଆହୁରି ଏନେକ ଅର୍ପିତାଙ୍କ ନାଁକୁ ନେଇ ଅଭିଯୋଗ କଲେଣି । ତଥାପି ଅର୍ପିତା ନିଜର ପକ୍ଷ ରଖୁନାହାନ୍ତି । ଏନେଇ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅର୍ପିତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
humane sagar case
Advertisment
Related Articles
Advertisment