/odishatv-khabar/media/media_files/2025/11/27/world-cup-victory-2025-11-27-12-51-43.jpg)
World Cup Victory Photograph: (OTV)
ଆଖିରେ ଦେଖିବାକୁ ଶକ୍ତି ନାହିଁ । କିନ୍ତୁ ଝାଟିମାଟି ଘରର ଏମାନେ କଥାକୁହା ହୀରା । ଫୁଲ, ବାସନ୍ତୀ, ଜମୁନା ଆଉ ପାର୍ବତୀ… ଏମାନେ ଚାଳଘରୁ ଚକଚକ୍ କରି ବିଶ୍ବକୁ ଉଜ୍ଜ୍ବଳ କରିଛନ୍ତି । କାହାର ଶତ ପ୍ରତିଶତ ଦୃଷ୍ଟିଶକ୍ତି ନାହିଁ, ଦୁନିଆକୁ ଭଲକି ଦେଖିପାରନ୍ତିନି । କିନ୍ତୁ ମହିଳା ଓ୍ବାଲ୍ଡ କପ୍ ଜିତି ପୂରା ଭାରତ ପାଇଁ ଗର୍ବ ଆଣିଛନ୍ତି । ଇଏ ହେଉଛନ୍ତି, ବାଲେଶ୍ଵର ରେମୁଣା ବ୍ଲକ ଶାଳବଣି ଗାଁର ଫୁଲ ସୋରେନ । ଫୁଲଙ୍କ ପ୍ରତିଭାର ବାସ୍ନାରେ ସାରା ଦେଶଟା ମହକାଉଛି । ଛୋଟିଆ କୁଡ଼ିଆ ଘରୁ ଗରିବୀ ସହ ବଢି, ମାତ୍ର ୧୮ ବର୍ଷ ବୟସରେ ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମର ଉପ ଅଧିନାୟିକା ହୋଇଥିଲେ । ଆଉ ଏବେ ଭାରତୀୟ ଟିମର ବିଜୟ ପରେ ସେ ଦେଶ ପାଇଁ ଗୌରବ ଆଣିଛନ୍ତି । ଝିଅର ସଫଳତା ଦେଖି ପରିବାର ବି ବେଶ୍ ଖୁସି ।
ପାର୍ବତୀ, ବାସନ୍ତୀ ଆଉ ଜମୁନା ଏମାନେ ସମସ୍ତେ ମୟୂରଭଞ୍ଜର ଝିଅ । ସମସ୍ତେ ଆଦିବାସୀ । ବାରିପଦା ସଦର ବ୍ଲକ ଭୋଦୁଶୋଷ ଗାଁରେ ଜମୁନାଙ୍କ ଘର ହୋଇଥିବା ବେଳେ ଉଦଳାର ସସକୁଲଗି ଗାଁର ବାସିନ୍ଦା ବାସନ୍ତୀ ହେମ୍ବ୍ରମ । ସେହିଭଳି ଖୁଣ୍ଟା ବ୍ଲକ ବାଲିମୁଣ୍ଡଳୀ ଗାଁରେ ରୁହନ୍ତି ପାର୍ବତୀ । ପାର୍ବତୀ ଦୁର୍ଘଟଣାରେ ଆଖି ହରାଇଥିଲେ । ସେହିଭଳି ଅନ୍ୟ ସମସ୍ତେ ମଧ୍ୟ ଦୃଷ୍ଟି ବାଧିତ । ତଥାପି ସମସ୍ତଙ୍କ ଇଚ୍ଛାଶକ୍ତି ସେମାନଙ୍କୁ ଜଣେ ଜଣେ ତାରକା ବାନାଇଦେଇଛି । ଶ୍ରୀଲଙ୍କାରେ ବିଶ୍ଵ ବିଜୟୀ ହୋଇ ଜାତୀୟ ପତାକା ଉଡ଼ାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଏମାନଙ୍କ ପରିବାର ଆର୍ଥିକ ସ୍ବଚ୍ଛଳ ନୁହେଁ, କି ଏମାନେ ସାଧାରଣ ଲୋକଙ୍କ ପରି ଭଲକି ଦେଖିପାରନ୍ତିନି ।
ଇଚ୍ଛାଶକ୍ତି ଆଗରେ ସବୁ କିଛି ସମ୍ଭବ । ଦୃଷ୍ଟି ବାଧିତ ହୋଇ ଏହି ୪ ଜଣ ଯୁବତୀଙ୍କ ଉଚ୍ଛାଶକ୍ତି ଆଉ ଅଦମ୍ୟ ସାହସ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।
Questions Raised: ହ୍ୟୁମାନଙ୍କ ମୃତ୍ୟୁ, କାହିଁକି ଉଠୁଛି ଅର୍ପିତାଙ୍କ ନାଁ ?

Big Revelations on Delhi Blast: ବିସ୍ଫୋରକ ପାଇଁ ନେଲ୍ ପଲିସ୍ ରିମୁଭର ଓ ଚିନି ବ୍ୟବହାର କରୁଥିଲା ଆତଙ୍କୀ ଉମର; ମାଣ୍ଡାରିନ୍ ଭାଷା ଶିଖିବାକୁ ଯାଇଥିଲା ଚୀନ୍

Maoists Surrender: ଭୟରେ ଥରହର ଲାଲବାହିନୀ: ସଂଗଠନ ଛାଡ଼ି ସରେଣ୍ଡର କଲେ ୪୧ ମାଓବାଦୀ

UIDAI: ୨ କୋଟି ଆଧାର ନମ୍ବର ନିଷ୍କ୍ରିୟ କଲା UIDAI

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)