/odishatv-khabar/media/media_files/2025/11/17/rohini-shares-painful-experience-2025-11-17-17-04-47.jpg)
Rohini-Shares-Painful-Experience Photograph: (OTV)
ରୋହିଣୀ ପରି ଝିଅ କାହା ଘରେ ଜନ୍ମ ନ ହେଉ । ଆପଣମାନେ କେବେ ବି ମୋ ରାସ୍ତାରେ ଯାଆନ୍ତୁ ନାହିଁ । ଭୁଲରେ ବି ନିଜ ଭଗବାନ ଭଳି ବାପାଙ୍କୁ ରକ୍ଷା କର ନାହିଁ
ମୋ ଉପରକୁ ଚପଲ ଉଠାଯାଇଛି । ମୋତେ ଖରାପ ଗାଳି ଦିଆଯାଇଛି । ସୋସିଆଲ୍ ମିଡିଆରେ ଏମିତି କ୍ଷୋଭ ପ୍ରକାଶ କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ସେ କହିଛତି, ତାଙ୍କୁ ଦଳ ଭିତରେ ଅପମାନିତ କରାଯାଇଛି, ଦୁର୍ବ୍ୟବହାର କରାଯାଇଛି। ରୋହିଣୀ କହିଛନ୍ତି, ମୁଁ ମୋର ଆତ୍ମସମ୍ମାନ ସହିତ ସାଲିସ କରି ନଥିଲି, ସତ୍ୟକୁ ତ୍ୟାଗ କରି ନଥିଲି। କେବଳ ଏହି କାରଣରୁ ମୋତେ ଅପମାନର ସମ୍ମୁଖୀନ ହେବାକୁ ପଡିଲା।"
ରୋହିଣୀ ଲେଖିଛନ୍ତି, "କାଲି ଜଣେ ଝିଅ, ଜଣେ ଭଉଣୀ, ଜଣେ ବିବାହିତ ମହିଳା, ଜଣେ ମାଆଙ୍କୁ ଅପମାନିତ କରାଯାଇଛି। ତାଙ୍କୁ ଖରାପ ଗାଳି ଦିଆଯାଇଛି, ମାରିବା ପାଇଁ ଚପଲ ଉଠାଯାଇଛି।”
ରୋହିଣୀ ତାଙ୍କ ପୋଷ୍ଟରେ ଆହୁରି କହିଛନ୍ତି, "କାଲି ଜଣେ ଝିଅ ତା’ର କାନ୍ଦୁଥିବା ବାପାମାଆ ଏବଂ ଭଉଣୀମାନଙ୍କୁ ଅସହାୟ ଅବସ୍ଥାରେ ଛାଡି ଆସିଲା। ମୋତେ ମୋର ମାତୃଘର ଛାଡିବାକୁ ବାଧ୍ୟ କରାଯାଇଥିଲା। ମୋତେ ଅନାଥ କରିଦିଆଗଲା। ଆପଣମାନେ କେବେ ବି ମୋ ରାସ୍ତାରେ ଯାଆନ୍ତୁ ନାହିଁ, ରୋହିଣୀ ପରି ଝିଅ କିମ୍ବା ଭଉଣୀ କାହା ଘରେ ଜନ୍ମ ନ ହେଉ" ବୋଲି ଲେଖି ସେ ତାଙ୍କ ଯନ୍ତ୍ରଣା ପ୍ରକାଶ କରିଛନ୍ତି।
ଅନ୍ୟ ଏକ ପୋଷ୍ଟରେ ସେ କହିଛନ୍ତି, "ମୋତେ ଦୁର୍ବ୍ୟବହାର ସହ କୁହାଯାଇଥିଲା ଯେ ମୁଁ ଖରାପ ଆଉ ମୁଁ ମୋ ବାପାଙ୍କୁ ମୋର ଖରାପ କିଡନୀ ଲଗାଇଥିଲି। ଏନେଇ ମୁଁ କୋଟି କୋଟି ଟଙ୍କା ନେଇଥିଲି, ଟିକେଟ୍ ନେଇଥିଲି। ମୁଁ ସବୁ ବିବାହିତ ଝିଅ ଏବଂ ଭଉଣୀମାନଙ୍କୁ କହୁଛି, ଯଦି ଆପଣଙ୍କ ବାପ ଘରେ ପୁଅ କି ଭାଇ ଅଛନ୍ତି, ତେବେ ଭୁଲରେ ବି ତୁମର ଭଗବାନ ଭଳି ବାପାଙ୍କୁ ରକ୍ଷା କରନାହିଁ। ତୁମର ଭାଇକୁ, ସେ ଘରର ପୁଅକୁ କୁହ ଯେ ସେ ନିଜର କିଡନୀ ହିଁ ଦେଇଦଉ।"
ତେବେ ରୋହିଣୀଙ୍କ ଏଭଳି ବାର୍ତ୍ତା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ, ବରଂ ଏହା ପରିବାରରେ ଗମ୍ଭୀର ମତଭେଦ ଏବଂ ଉତ୍ତେଜନାର ବାତାବରଣକୁ ମଧ୍ୟ ପଦାରେ ପକାଇଛି। ଏହା ପୂର୍ବରୁ, ରୋହିଣୀ ସିଧାସଳଖ ତେଜସ୍ୱୀ ଯାଦବଙ୍କ ନିକଟତମ ସହଯୋଗୀ ସଞ୍ଜୟ ଯାଦବ ଏବଂ ରମିଜଙ୍କ ନା ନେଇ ଅଭିଯୋଗ କରିଥିଲେ ଯେ ସେମାନେ ତାଙ୍କୁ ପରିବାରରୁ ବାହାର କରିଦେଇଛନ୍ତି। ରୋହିଣୀଙ୍କ ଏଭଳି ଅଭିଯୋଗ ବିହାର ରାଜନୀତିରେ ହଇଚଇ ସୃଷ୍ଟି କରିଛି।
Indian Captain Rushed to ICU: ICUରେ ଭର୍ତ୍ତି ହେଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍, ଏବେ ତାଙ୍କ ଅବସ୍ଥା...

Paneer Recipe: ସୋମବାର ରୋଷେଇରେ ବନାନ୍ତୁ କଦଳୀପତ୍ର ସୋରିଷ ପନିର , ପାଟିରୁ ଛାଡ଼ିବନି

Smart School, Big Struggle: ସ୍କୁଲ ଚକାଚକ୍, କିନ୍ତୁ ଏହି କାମ ପାଇଁ ଯିବାକୁ ପଡୁଛି ୧୦ କିଲୋମିଟର

Is This Our Ramayana: ଛି ଛି…ବଦମାସ ରାବଣ, ଅଭିନୟ ନାଁରେ ମଞ୍ଚରେ ଚାଲିଛି ଫାର୍ସ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)