Advertisment

Is This Our Ramayana: ଛି ଛି…ବଦମାସ ରାବଣ, ଅଭିନୟ ନାଁରେ ମଞ୍ଚରେ ଚାଲିଛି ଫାର୍ସ ?

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମୌଳାଭଣଜା ଗାଁରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ଗାଁରେ ଦୁଇଟି ଦଳ ନାଟକ ପରିବେଶଣ କରିଥିଲେ । ଉଭୟଙ୍କ ମଧ୍ୟରେ ବିଜେତା ହେବାକୁ  କମ୍ପିଟିସନ୍ ହୋଇଥିଲା ।

author-image
Manas Ranjan Mohanty
Digapahandi-Ramayan-Natak

Digapahandi-Ramayan-Natak Photograph: (OTV)

ନାଟକ ନାଁରେ ଇଏ କ’ଣ ? ରାବଣ ଭୂମିକାରେ କିଏ ଏ ରାକ୍ଷସ ? ଅଭିନୟ ନାଁରେ ମଞ୍ଚରେ ଚାଲିଛି ଫାର୍ସ ? ଆମ କଳା ଓ ସଂସ୍କୃତିର କଥା କୁହେ ଏହି ରାମାୟଣ । ଆମେ ଓ ଆମ ପରବର୍ତ୍ତୀ ପିଢ଼ି ଏଥିରୁ ଷଣ୍ଠଣା ଶିଖନ୍ତି । ସମାଜରେ ସଭ୍ୟ ହୋଇ ବଞ୍ଚିବା ଶିଖନ୍ତି ।

Advertisment

ହେଲେ ସେହି ରାମାୟଣକୁ ନେଇ କିଭଳି କଦର୍ଥ ଚିତ୍ରଣ କରାଯାଇଛି । ରାବଣ ଭୂମିକାରେ ଅଭିନୟ କରୁଥିବା ଏ ବ୍ୟକ୍ତି ସୀତା ଭୂମିକାରେ ଅଭିନୟ କରୁଥିବା ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି । ରାମାୟଣ ପରି ଏକ ପବିତ୍ର ନାଟକରେ ଅପସଂସ୍କୃତିକୁ ସ୍ଥାନ ଦିଆଯାଇଛି ।  ଯାହାକୁ ନେଇ ଏବେ ବଢ଼ିଲାଣି ତୀବ୍ର ଅସନ୍ତୋଷ । 

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମୌଳାଭଣଜା ଗାଁରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ଗାଁରେ ଦୁଇଟି ଦଳ ନାଟକ ପରିବେଶଣ କରିଥିଲେ । ଉଭୟଙ୍କ ମଧ୍ୟରେ ବିଜେତା ହେବାକୁ  କମ୍ପିଟିସନ୍ ହୋଇଥିଲା । ତେଣୁ ଏଭଳି ଅପସଂସ୍କୃତିକୁ ଆପଣାଯାଇଥିବା କୁହାଯାଉଛି । ଖାଲି ରାବଣ ଅଭିନୟରେ ଅଶ୍ଳୀଳତା ନଥିଲା  ଆଇଟମ୍ ଡ୍ୟାନ୍ସର ନିଶା ମହାରଣା ଏଠାରେ ସବୁ ସୀମା ଟପିଛନ୍ତି । ତା’ ଛଡ଼ା ୨୦ରୁ ଊର୍ଦ୍ଧ୍ବ ଆଇଟମ ଡ୍ୟାନ୍ସର ଓ ୫୦ରୁ ଊର୍ଦ୍ଧ୍ବ କିନ୍ନର ଏଠାରେ ଅଙ୍ଗପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଏହି ସବୁ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ସବୁଆଡ଼ୁ ନିନ୍ଦା କରାଯାଇଛି । 

ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡନାଚ ପାଇଁ କିଛି ନିୟମ ରହିଛି । ଦଣ୍ଡନାଚରେ ଅଶ୍ଳୀଳ, ଅପସଂସ୍କୃତି ଓ ଅସାମାଜିକ ନାଟକ ପରିବେଷଣ ପାଇଁ ବାରଣ କରାଯାଇଛି । ତା’ ସହ ନିୟମ ଉଲ୍ଲଂଘନ କଲେ ପରିଚାଳନା କମିଟି ଉପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ହେଲେ ସବୁ କିଛି ନିୟମକୁ ଏମାନେ ଯେମିତି ଫୁ’ କରି ଉଡାଇ ଦେଇଛନ୍ତି । ତେବେ ଏସମ୍ପର୍କରେ ନାଟ୍ୟ ପରିଚାଳନା କମିଟି କି କଳାକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 

Advertisment