/odishatv-khabar/media/media_files/2026/01/31/it-raid-2026-01-31-09-13-40.jpg)
IT Raid Photograph: (OTV)
ଆଇଟି ରେଡ୍ ପରେ ପ୍ରତିଷ୍ଠିତ ଉଦ୍ୟୋଗପତି ସିଜେ ରୟଙ୍କ ଆତ୍ମହତ୍ୟା। ବନ୍ଧୁକରୁ ନିଜକୁ ଗୁଳିକରି ଜୀବନ ହାରିଛନ୍ତି କନଫିଡେଣ୍ଟ ଗ୍ରୁପର ମାଲିକ ସିଜେ ରୟ । ଅଫିସରୁ ହିଁ ତାଙ୍କୁ ଗୁଳି ମାଡ଼ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ମଧ୍ୟାହ୍ନ ସମୟରେ ସିଜେଙ୍କୁ ଘଣ୍ଟାଏ ଧରି ଆଇଟି ଅଧିକାରୀ ପଚରାଉଚରା କରିଥିଲେ ।
Advertisment
ପରେ ପରେ ସେ ନିଜେ ନିଜକୁ ଗୁଳି କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା ପଛର ସଠିକ୍ କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ, ଚାପରେ ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ପୋଲିସ ଉପସ୍ଥିତ କର୍ମଚାରୀଙ୍କୁ ପଚରାଉଚରା ସହିତ ଏକାଧିକ ଦିଗରୁ ଘଟଣାର ତଦନ୍ତ କରୁଛି। କନଫିଡେଣ୍ଟ ଗ୍ରୁପ୍ ରିଅଲ୍ ଇଷ୍ଟେଟ୍ ଦୁନିଆରେ ଏକ ପ୍ରତିଷ୍ଠିତ ନାଁ ।
ତାଙ୍କର ସମ୍ପତ୍ତି ୧ ବିଲିୟନ ଡଲାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ରୟଙ୍କ ମୃତ୍ୟୁ ଖବରରେ କର୍ମଚାରୀ, ସହଯୋଗୀ ଓ ରିଅଲ୍ ଇଷ୍ଟେଟ୍ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।
Advertisment
Advertisment



Related Articles
Sunetra Pawar Maharashtra DCM: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାୱାର, ଏନସିପି ମୁଖିଆ ପଦ ସମ୍ଭାଳି ପାରନ୍ତି
POSTED

Historic Supreme Court Verdict: ମହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ଋତୁସ୍ରାବ ସ୍ବଚ୍ଛତା ମୌଳିକ ଅଧିକାର
POSTED

Corruption Case: ଭୁବନେଶ୍ବର ସିବିଆଇ VS ଦିଲ୍ଲୀ ସିବିଆଇ: MCLରେ ଚଢ଼ଉ ପରେ ସାମ୍ନାକୁ ଆସିଲା ନୂଆ ତଥ୍ୟ
POSTED

Daily Horoscope 31st January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)