/odishatv-khabar/media/media_files/2025/12/04/jharkhand-hemanta-shoren-politics-2025-12-04-08-11-25.jpg)
Jharkhand-Hemanta-Shoren-Politics Photograph: (OTV)
ଝାଡ଼ଖଣ୍ଡରେ ପଲିଟିକାଲ ଭୂକମ୍ପ । NDAରେ ସାମିଲ ହେବ କି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ? ବିଜେପି ମୁହାଁ JMM ମୁଖିଆ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନେଇ ଏବେ ଏମିତି କିଛି ଚର୍ଚ୍ଚା ଆରମ୍ଭ ହେଲାଣି । କାରଣ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ସୋରେନ ଦିଲ୍ଲୀରେ BJPର ଶୀର୍ଷ ନେତାଙ୍କୁ ଭେଟିଥିବା ସୂଚନା ମିଳିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଉଭୟ ସାକ୍ଷାତ କରିଛନ୍ତି । ଖାଲି ଏସତିକି ନୁହେଁ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ମଧ୍ୟ ମଙ୍ଗଳବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି କିଛି ଆଲୋଚନା କରିଛନ୍ତି । ଯାହାକି ହେମନ୍ତଙ୍କ ବିଜେପି ଯାତ୍ରା ଖବରକୁ ଆହୁରି ଖୋରାକ ଯୋଗାଇଛି ।
ଅମିତ ଶାହାଙ୍କୁ ହେମନ୍ତଙ୍କ ସାକ୍ଷାତ ଓ NDAରେ JMM ସାମିଲ କଥା ଯଦି ସତ ହୁଏ । ତା’ ହେଲେ ଝାଡ଼ଖଣ୍ଡ ରାଜନୀତିଏରେ ନିଶ୍ଚୟ ବଡ଼ ପରିବର୍ତ୍ତନ । ବିହାରରେ NDAର ବାଜିମାତ୍ ପରେ ଧୀରେ ଧୀରେ ଝାଡ଼ଖଣ୍ଡର ଅଙ୍କ ବଦଳିବା ଆରମ୍ଭ କରିଥିବା କୁହାଯାଉଛି । ବିହାରରେ ମହାଗଠବନ୍ଧନର ପରାଜୟ ପରେ ବିରୋଧୀ ଶିବିର ଏକପ୍ରକାର ଅସ୍ଥିର ହୋଇଛି । ମେଣ୍ଟ ଭିତରେ ବିଭିନ୍ନ ଫାଟ ସାମ୍ନାକୁ ଆସୁଛି । ତେଣୁ ମୁଖ୍ୟମନ୍ତ୍ରୀ ସୋରେନ ଏନଡିଏ ମୁହାଁ ହେବାକୁ ସଜ ହେଉଛନ୍ତି ବୋଲି କୁହାଯାଉଛି ।
ହେମନ୍ତ ସୋରେନ ବର୍ତ୍ତମାନ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଅଛନ୍ତି । JMM, କଂଗ୍ରେସ, ଆରଜେଡି ଓ ବାମ ଦଳ ମିଶି ଝାଡ଼ଖଣ୍ଡରେ ଗଢ଼ିଛନ୍ତି ମେଣ୍ଟ ସରକାର । ଝାଡ଼ଖଣ୍ଡ ବିଧାନସଭାର ସିଟ୍ ସଂଖ୍ୟା ୮୧ । ବହୁମତ ପାଇଁ ଆବଶ୍ୟକ ୪୧ ଆସନ । ତେଣୁ ଏହି ସମସ୍ତଙ୍କ ସିଟ୍ ସଂଖ୍ୟା ମିଶି ୫୬ ଥିବାରୁ ଝାଡ଼ଖଣ୍ଡରେ ହୋଇଛି ହେମନ୍ତ ସରକାର । କିନ୍ତୁ ଏବେ ଯଦି JMM ଭାଜପା ସହ ହାତ ମେଳାଏ ତେବେ ଝାଡ଼ଖଣ୍ଡରେ ହେବ ବଡ଼ ଧରଣର ଓଲଟପାଲଟ । JMMର ୩୪, BJPର ୨୧, LJP ଓ ଆଜ୍ସୁର ଗୋଟିଏ ଲେଖାଏଁ ଆସନ ମିଶାଇଲେ ସଂଖ୍ୟା ୫୮ରେ ପହଞ୍ଚିବ । ତେଣୁ ଇଣ୍ଡି ମେଣ୍ଟ ଭାଙ୍ଗିବା ସୁନିଶ୍ଚିତ । ଆଉ ଏନଡିଏ ସରକାର ଗଢ଼ିବା ଫାଇନାଲ୍ ।
Who is Devabrata Mahesh Rekhe: ଭାଙ୍ଗିଲେ ୨୦୦ ବର୍ଷର ରେକର୍ଡ , ସାବାସ୍ ବେଦମୂର୍ତ୍ତୀ ଦେବବ୍ରତ

Ragging Turns Violent: ହଷ୍ଟେଲରେ ଛାତ୍ରଙ୍କୁ ମାଡ଼, ଭିଡିଓ ଭାଇରାଲ୍ ... ଲହୁଲୁହାଣ ସହ ହାତ ଭାଙ୍ଗିଥିବା ସୂଚନା

No Jail for Gambling in Odisha: ଜୁଆ ଖେଳିଲେ ନୋ ଜେଲ୍ , ତେଜିଲା ରାଜନୀତି...ସରକାରଙ୍କୁ ଘେରିଲେ ବିରୋଧୀ

KIIT's Fatal Neglect: କୁଆଡ଼େ ଗଲା କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ତଦନ୍ତ ରିପୋର୍ଟ ? ଜଣଙ୍କ ପରେ ଜଣେ ଛାତ୍ରଛାତ୍ରୀ ଜୀବନ ହାରୁଛନ୍ତି

Illegal Bangladeshis: ଓଡ଼ିଶାରେ ବାଂଲାଦେଶୀଙ୍କୁ ଆଉ ରକ୍ଷା ନାହିଁ , ଟିକେ ବି ସନ୍ଦେହ ହେଲେ ପୋଲିସ ଉଠାଇ ନେଉଛି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)