Advertisment

India Set to Sell Indigenous BrahMos Missile: ଭାରତ ବିକିବ ବ୍ରହ୍ମୋସ୍, ମିସାଇଲ୍ କିଣିବା ପାଇଁ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ

ବ୍ରହ୍ମୋସ କିଣିବ ଇଣ୍ଡୋନେସିଆ। ସାମରିକ ଶକ୍ତି, ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବାକୁ ଇଣ୍ଡୋନେସିଆର ପ୍ରୟାସ। ଫିଲିପାଇନ୍ସ ପରେ ଇଣ୍ଡୋନେସିଆ ଭାରତରୁ ବ୍ରାହ୍ମୋସ କିଣୁଥିବା ଦ୍ୱିତୀୟ ଦେଶ।

author-image
Chinmayee Sahoo
BrahMos Missile

BrahMos Missile Photograph: (OTV)

ଭାରତରୁ ବ୍ରହ୍ମୋସ ମିସାଇଲ୍ କିଣିବ ଇଣ୍ଡୋନେସିଆ। ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତର ଶକ୍ତିଶାଳୀ ବ୍ରହ୍ମୋସ ମିସାଇଲ୍ କିଣିବା ପାଇଁ ଇଣ୍ଡୋନେସିଆ ଚୁକ୍ତି କରିଛି। ଇଣ୍ଡୋନେସିଆ ନିଜର ସାମରିକ ଶକ୍ତି, ବିଶେଷ କରି ସାମୁଦ୍ରିକ ସୁରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ଭାରତଠାରୁ ବ୍ରାହ୍ମୋସ (BrahMos) ସୁପରସୋନିକ କ୍ରୁଜ୍ ମିସାଇଲ୍ କିଣିବାକୁ ନିଷ୍ପତ୍ତି ନେଇଛି। 

Advertisment

ଫିଲିପାଇନ୍ସ ପରେ ଇଣ୍ଡୋନେସିଆ ହେଉଛି ଭାରତରୁ ବ୍ରାହ୍ମୋସ କିଣିବାକୁ ଯାଉଥିବା ଦ୍ୱିତୀୟ ଦେଶ। ଇଣ୍ଡୋନେସିଆ ଏହି କ୍ଷେପଣାସ୍ତ୍ରକୁ ମୁଖ୍ୟତଃ ନିଜର ସାମୁଦ୍ରିକ ସୀମା ଓ ଉପକୂଳ ସୁରକ୍ଷା ପାଇଁ ବ୍ୟବହାର କରିବ। ୨୦୨୫ରେ ଅନୁଷ୍ଠିତ ଭାରତ-ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ପରେ ଏହି ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇଥିଲା।

Indonesia BrahMos Supersonic Cruise Missile BrahMos Missile
Advertisment
Related Articles
Advertisment