/odishatv-khabar/media/media_files/2026/03/10/lpg-cylinder-2026-03-10-08-44-23.jpg)
LPG Cylinder Photograph: (OTV)
LPG ସଙ୍କଟ ପାଇଁ ବନ୍ଦ ରହିବ ହୋଟେଲ। LPG ସିଲିଣ୍ଡର ଯୋଗାଣରେ ହଠାତ୍ ବାଧା ଉପୁଜିବାରୁ ଆଜିଠାରୁ ବେଙ୍ଗାଲୁରୁ ହୋଟେଲ ବନ୍ଦ ହୋଇପାରେ। ଏହାଦ୍ବାରା ଦୈନନ୍ଦିନ ଖାଦ୍ୟ ପାଇଁ ହୋଟେଲ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ପ୍ରଭାବିତ ହୋଇପାରନ୍ତି।
ଗତକାଲି ଜାରି ହୋଇଥିବା ଏକ ନୋଟସରେ କୁହାଯାଇଛି, ଆଜିଠାରୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ କରାଯାଇଛି। ହଟେଲ ଗୁଡ଼ିକୁ ପୁନଃ ଗ୍ୟାସ୍ ଯୋଗାଣ ଆରମ୍ଭ ନହେବା ପର୍ଯ୍ୟନ୍ତ ସବୁ ସେବାକୁ ବନ୍ଦ କରିବାକୁ କୁହାଯାଇଛି। ହୋଟେଲ ଉପରେ ଦୈନନ୍ଦିନ ଖାଦ୍ୟ ପାଇଁ ସାଧାରଣ ଲୋକ, ବରିଷ୍ଠ ନାଗରିକ, ଛାତଛାତ୍ରୀ ନିର୍ଭର କରୁଥିବାରୁ ସେମାନ ଅସୁବିଧାର ସମ୍ମୁଖୀନ ହେବେ।
ହୋଟେଲ ଆସୋସିଏସନ କହିଛି, ତୈଳ କମ୍ପାନୀଗୁଡ଼ିକ ପୂର୍ବରୁ ସୂଚାଇ ଦେଇଥିଲେ ଯେ ୭୦ ଦିନ ପାଇଁ ଏଲପିଜି ଯୋଗାଣରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ତେଣୁ ହଠାତ୍ ବନ୍ଦ ହେବା ଦ୍ବାରା ହୋଟେଲ ଶିଳ୍ପକୁ ଏକ ବଡ଼ ଝଟକା ଲାଗିଛି। ଏଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଯଥାଶୀଘ୍ର ଗ୍ୟାସ୍ ଯୋଗାଣ ପୁନରୁଦ୍ଧାର କରିବାକୁ ସଂଘ ଦାବି କରିଛି। ଯଦି ଗ୍ୟାସ୍ ଯୋଗାଣ ନହେବ ସହର ସାରା ହୋଟେଲଗୁଡ଼ିକ ବନ୍ଦ ହୋଇଯିବ ବୋଲି ସଂଘ ଚେତାବନୀ ଦେଇଛି।
Iran Military Severely Weakened: ଦୁର୍ବଳ ହୋଇ ପଡିଛି ଇରାନ୍ ସେନାର ଶକ୍ତି; ଟ୍ରମ୍ପଙ୍କ ବଡ ଘୋଷଣା

Daily Horoscope 10th March 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 10th March 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Russia Declares Support for Iran: ଇରାନକୁ ସମର୍ଥନ ଘୋଷଣା କଲା ଋଷ, ନୂତନ ନେତା ମୋଜତାବାଙ୍କୁ ଅଭିନନ୍ଦନ ଜଣାଇଲେ ପୁଟିନ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)