/odishatv-khabar/media/media_files/2026/01/22/new-traffic-rule-2026-01-22-17-26-20.jpg)
New Traffic Rule Photograph: (OTV)
୫ ଥର ଚାଲାଣ କଟିଲେ ଡିଏଲ୍ ବାତିଲ୍ । ୩ ମାସ ପାଇଁ ଗାଡ଼ି ଚଲାଇବା ମନା । ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ । ଅମାନିଆଙ୍କୁ ସାବାଡ଼ ପାଇଁ କଠୋର ହେଲା ବିଭାଗ । ଗୋଟିଏ ବର୍ଷରେ ପାଞ୍ଚ କିମ୍ବା ତା’ଠାରୁ ଅଧିକ ଟ୍ରାଫିକ୍ ନିୟମ ଭଙ୍ଗ କଲେ ଏବେ ୩ ମାସ ପାଇଁ ଗାଡ଼ି ଚଲାଇବାରୁ ବାରଣ କରାଯାଇପାରିବ ।
ଅଭ୍ୟାସଗତ ତ୍ରୁଟିପୂର୍ଣ୍ଣ ଚାଳକମାନଙ୍କ ଉପରେ ଲଗାମ ଲଗାଇବାକୁ ଏପରି ଏକ ପଦକ୍ଷେପ ନିଆଯାଇଛି । ମୋଟର ଯାନ ନିୟମରେ ସଂଶୋଧନ କରାଯାଇ ସଡ଼କ ପରିବହନ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ଫଳରେ ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ କୁହାଯାଇଛି ।
ଅମାନିଆ ଚାଳକଙ୍କ ଲାଇସେନ୍ସ ରଦ୍ଦ କରିପାରିବ RTO । ଜିଲ୍ଲା ପରିବହନ କାର୍ଯ୍ୟାଳୟକୁ ମଧ୍ୟ ଏପରି ପଦକ୍ଷେପ ନେବାକୁ କୁହାଯାଇଛି । ନୂଆ ଟ୍ରାଫିକ୍ ନିୟମରେ ଆହୁରି ମଧ୍ୟ କୁହାଯାଇଛି, କର୍ତ୍ତୃପକ୍ଷ ଲାଇସେନ୍ସ ଧାରୀଙ୍କୁ ଶୁଣାଣିର ସୁଯୋଗ ଦେବା ଆବଶ୍ୟକ ।
ବୁଧବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ ପାଞ୍ଚ କିମ୍ବା ତା’ଠାରୁ ଅଧିକ ଆଇନ୍ ଉଲ୍ଳଂଘନ ଟଦି କରନ୍ତି ତେବେ ତାଙ୍କ DL ରଦ୍ଦ କରାଯିବ । ଜାନୁଆରୀ ୧ରୁ ଏହି କଟକଣା ଆରମ୍ଭ ହେବ ବୋଲି କୁହାଯାଇଛି ।
ପୂର୍ବରୁ ଟ୍ରାଫିକ୍ ନିୟମରେ ଅମାନିଆଙ୍କ ପାଇଁ ୨୪ଟି ବ୍ୟବସ୍ଥା ରହିଥିଲା । ଯେଉଁଥିରେ ଗାଡ଼ି ଚୋରି, ଯାତ୍ରୀଙ୍କ ଉପରେ ଆକ୍ରମଣ, ଯାତ୍ରୀଙ୍କୁ ଅପହରଣ, ଅଧିକ ବେଗରେ ଗାଡ଼ି ଚାଳନା, ଓଭରଲୋଡିଂ ଏବଂ ସାର୍ବଜନୀନ ସ୍ଥାନରେ ଗାଡ଼ି ପାର୍କିଂ କରିବା ଭଳି ଦଣ୍ଡନୀୟ ନିୟମ କରାଯାଇଥିଲା ।
ଆଉ ଏହିଭଳି କିଛି ନିୟମ ସହ ଏବେ ଅମାନିଆଙ୍କୁ ସାବାଡ଼ ପାଇଁ ଲାଇସେନ୍ସ ବାତିଲ ଭଲି କଡ଼ା ପଦକ୍ଷେପ ନିଆଯାଇଛି । ତା’ ଛଡ଼ା ଏବେ ହେଲମେଟ ନ ପିନ୍ଧିବା, ସିଟ୍ ବେଲ୍ଟ ନବାନ୍ଧିବା ଏବଂ ଲାଲ ସିଗନାଲ ଡେଇଁବା ଭଳି ପାଞ୍ଚ କିମ୍ବା ତା'ଠାରୁ ଅଧିକ ଟ୍ରାଫିକ୍ ନିୟମ ଭାଙ୍ଗିଲେ DL ବାତିଲ ପାଇଁ ନିଷ୍ପତ୍ତି ନେଇଛି ବିଭାଗ ।
ଏନେଇ ଦିଲ୍ଲୀର ପୂର୍ବତନ ଡେପୁଟି ଟ୍ରାନ୍ସପୋର୍ଟ କମିଶନର ଅନିଲ ଛିକାରା କହିଛନ୍ତି, ପାଞ୍ଚଟି ଅପରାଧ ପରେ ଅଯୋଗ୍ୟତା ଘୋଷଣା ସଠିକ୍ ପଦକ୍ଷେପ । କିନ୍ତୁ ଦ୍ୱନ୍ଦ୍ୱ ହେଉଛି, ବିପଦପୂର୍ଣ୍ଣ ଭାବରେ ଗାଡି ଚାଳନା କରୁଥିବା ଲୋକମାନେ ଟ୍ରାଫିକ୍ ପୋଲିସ ଦ୍ୱାରା ଧରାପଡ଼ନ୍ତି ନାହିଁ ।
ଏବଂ CCTV କ୍ୟାମେରା ବ୍ୟବହାର କରି ରେକର୍ଡ ହୋଇଥିବା ଟ୍ରାଫିକ୍ ଅପରାଧଗୁଡ଼ିକୁ ପ୍ରାୟତଃ କୋର୍ଟରେ ଚ୍ୟାଲେଞ୍ଜ କରାଯାଏ ବୋଲି ଅନିଲ ଛିକାରା କହିଛନ୍ତି ।
Arabind vs BJD: ବିଜେଡିକୁ ଖୋଲା ଚାଲେଞ୍ଜ କଲେ ଅରବିନ୍ଦ, କହିଲେ ଗଣମାଧ୍ୟମ ସାମ୍ନାରେ ଖୋଲା ବିତର୍କକୁ ଆସ

Water Scarcity Triggers Public Outrage: ପାଣି ପାଇଁ ଲୋକଙ୍କ ରାସ୍ତାରୋକ, ବୁଝାସୁଝା ପାଇଁ ଆସିଥିବା ଜେଇଙ୍କୁ ଅଟକ ରଖିଛନ୍ତି ଲୋକେ

Bribery Bust: ଭିଜିଲାନ୍ସ ଜାଲରେ RI, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଟିମ୍

Major Anti-Maoist Success: କମ୍ବିଂ ବେଳେ ମାଓ କ୍ୟାମ୍ପ୍ ଠାବ ଓ ବିପୁଳ ମାଓ ସାମଗ୍ରୀ ଜବତ, ଜଙ୍ଗଲରେ ହାର୍ଡକୋର୍ ମାଓବାଦୀ ଲୁଚିଥିବା ସନ୍ଦେହ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)