/odishatv-khabar/media/media_files/2026/01/22/vigilance-2026-01-22-16-15-26.jpg)
VIGILANCE Photograph: (OTV)
ଭିଜିଲାନ୍ସ ଜାଲରେ RI । ଲାଞ୍ଚ ନେଇ ଧରାପଡ଼ିଲେ କଖଡ଼ି ଆର୍ ଆଇ ଜାନକୀ ରଂଜନ ମଲ୍ଲିକ । କଟକ ସଦର ତହସିଲ୍ କଖଡ଼ି ସର୍କଲ ଆର୍ ଆଇ ଜାନକୀ ରଂଜନ ମଲ୍ଲିକ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।
ଜମିଜମା ମାମଲାର ମ୍ୟୁଟେସନ ଓ ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆର୍ ଆଇଙ୍କର ୩ଟି ସ୍ଥାନରେ ରେଡ୍ । ଭିଲିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି । ପୂର୍ବ ଅପେକ୍ଷା ଭିଜିଲାନ୍ସ ଏବେ ଅଧିକ ସକ୍ରିୟ ହୋଇଛି । ଲାଞ୍ଚ କାରବାରକୁ ରୋକିବା ପାଇଁ ଭିଜିଲାନ୍ସ ବିଭାଗ କାର୍ଯ୍ୟ କରୁଛି ।
ଲୋକଙ୍କ ଠାରୁ ପୂର୍ବ ସୂଚନା ପାଇ ଭିଜିଲାନ୍ସ ବିଭାଗର କର୍ମଚାରୀ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ନେବାବେଳେ ମାଡି ବସୁଛନ୍ତି । ଜମିଜମା ମାମଲାର ମ୍ୟୁଟେସନ ପାଇଁ ଲାଞ୍ଚ ନେବା ବେଳେ କଟକ ଜିଲ୍ଲାରେ ଧରାପଡିଛନ୍ତି ଜଣେ ଆରଆଇ ।
ଲାଞ୍ଚ ନେଇ ଧରାପଡ଼ିଲେ କଖଡ଼ି ଆର୍ ଆଇ ଜାନକୀ ରଂଜନ ମଲ୍ଲିକ
କଟକ ସଦର ତହସିଲ୍ କଖଡ଼ି ସର୍କଲ ଆର୍ ଆଇ ଜାନକୀ ରଂଜନ ମଲ୍ଲିକ
୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍
ଜମିଜମା ମାମଲାର ମ୍ୟୁଟେସନ ଓ ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆର୍ ଆଇଙ୍କର ୩ଟି ସ୍ଥାନରେ ରେଡ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)