/odishatv-khabar/media/media_files/2026/01/22/arabinda-mohapatra-2026-01-22-17-08-24.jpg)
Arabinda Mohapatra Photograph: (OTV)
ବିଜେଡିରୁ ନିଲମ୍ବନ ସମ୍ପର୍କିତ ଅଭିଯୋଗକୁ ଚ୍ୟାଲେଞ୍ଜ୍ କଲେ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଆରୋପକୁ ନେଇ ସେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । କେତେବେଳେ ଆଣ୍ଟିପାର୍ଟି, କେତେବେଳେ ମିଡ୍ ଡେ ଅପରେସନ ଆରୋପ, ସାଂସଦ ପ୍ରାର୍ଥୀଙ୍କୁ ହରାଇବା ଓ ପାଟକୁରାବାସୀଙ୍କୁ ହଇରାଣ ଆରୋପ -ଏହା ଭିତରୁ କେଉଁଠି ଠିକ୍, ନା ତାଲିକା ଆଗକୁ ବଢ଼ିବ ତାଚ୍ଛଲ୍ୟ କରିଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ର ।
କେଉଁମାନେ ଏନେଇ ତଥ୍ୟ ଦେଉଛନ୍ତି ଜାଣିବାକୁ ଚାହୁଁଛି କହିଲେ ଅରବିନ୍ଦ । ନବୀନ ବାବୁ ଶେଷ ଦେଖାରେ ବାପା କିପରି ଅଛନ୍ତି ପଚାରିଥିଲେ - ଯଦି ମୁଁ କିଛି ଭୁଲ କରୁଥିଲି, ସେତେବେଳେ କହିପାରି ଥାନ୍ତେ ବୋଲି ସେ ପ୍ରଶ୍ନ ପଚାରିଛନ୍ତି । କୌଣସି ଆରୋପର କାହା ସହ କାହାର ତାଳମେଳ ରହୁନି । MLA ପାଣ୍ଠି ଖର୍ଚ୍ଚକୁ ହେରଫେର ଅଭିଯୋଗର ଖୋଲା ବିତର୍କ ଚାହୁଁଛି ବୋଲି କହି ବିଜେଡିକୁ ଚାଲେଞ୍ଜ କରିଛନ୍ତି ଅରବିନ୍ଦ ।
ଯଦି ତ୍ରୁଟି କରିଛି, ଗଣମାଧ୍ୟମ ସାମ୍ନାରେ ଖୋଲା ବିତର୍କକୁ ଆସନ୍ତୁ । ନବୀନ ବାବୁଙ୍କୁ ଦେଖା କରିବାକୁ ଭାବିଥିଲି ବୋଲି ଅରବିନ୍ଦ କହିବା ସହ ନବୀନ ବାବୁ ଗତକାଲି କହି ସାରିବା ପରେ ଆଉ କାହିଁକି ଦେଖା କରିବି ଜାଣିପାରୁନି ବୋଲି ମତ ରଖିଛନ୍ତି । ନବୀନ ବାବୁଙ୍କୁ ଡାଟା କିଏ ଦେଉଛି ଜାଣିନି ବୋଲି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ସାଂସଦଙ୍କୁ ହରାଇବା ପାଇଁ କାର୍ଯ୍ୟ କରିବା ଅଭିଯୋଗକୁ ମୁଁ ଖଣ୍ଡନ କରୁଛି । ଯିଏ ସାଂସଦ ପ୍ରାର୍ଥୀ ହୋଇଥିଲେ ତାଙ୍କ ସହ ପାରିବାରିକ ସମ୍ପର୍କ ରହିଛି ।
୨୦ ପ୍ରାର୍ଥୀଙ୍କୁ କିଏ ହରାଇଲା ?
ମହାକାଳପଡ଼ାରେ ସାଂସଦ ପ୍ରାର୍ଥୀ ସବୁଠୁ କମ୍ ଭୋଟ ପାଇଥିଲେ । ତାହେଲେ ମହାକାଳପଡ଼ାରେ କିଏ ଷଡ଼ଯନ୍ତ୍ର କରିଥିଲା ? ସେ ପଚାରିଛନ୍ତି, ମୁଁ ଯଦି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀଙ୍କୁ ହରାଇଲି, ଅନ୍ୟ ୨୦ ପ୍ରାର୍ଥୀଙ୍କୁ କିଏ ହରାଇଲା । ବିଜେଡିରେ ମିଶିବା ପ୍ରସ୍ତାବ ନବୀନ ବାବୁଙ୍କ ପାଖରୁ ଆସିଥିଲା । ପାଟକୁରାବାସୀଙ୍କ ମତାମତ ନେବା ପରେ ବିଜେଡିରେ ମିଶିଥିଲି । ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ମୁଁ ଅଭିଯୋଗକୁ ଖଣ୍ଡନ କରୁଛି ବୋଲି ଅରବିନ୍ଦ କହିଛନ୍ତି ।
Water Scarcity Triggers Public Outrage: ପାଣି ପାଇଁ ଲୋକଙ୍କ ରାସ୍ତାରୋକ, ବୁଝାସୁଝା ପାଇଁ ଆସିଥିବା ଜେଇଙ୍କୁ ଅଟକ ରଖିଛନ୍ତି ଲୋକେ

Bribery Bust: ଭିଜିଲାନ୍ସ ଜାଲରେ RI, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଟିମ୍

Major Anti-Maoist Success: କମ୍ବିଂ ବେଳେ ମାଓ କ୍ୟାମ୍ପ୍ ଠାବ ଓ ବିପୁଳ ମାଓ ସାମଗ୍ରୀ ଜବତ, ଜଙ୍ଗଲରେ ହାର୍ଡକୋର୍ ମାଓବାଦୀ ଲୁଚିଥିବା ସନ୍ଦେହ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)