/odishatv-khabar/media/media_files/2026/02/20/operation-black-forest-2026-02-20-09-12-49.jpg)
Operation Black Forest Photograph: (OTV)
ନକ୍ସଲ ନିପାତ ପାଇଁ ଅପରେସନ୍ ବ୍ଲାକ୍ ଫରେଷ୍ଟ-୨। ଏନକାଉଣ୍ଟରରେ ୫ ନକ୍ସଲ ନିପାତ। ଛତିଶଗଡ଼ ଓ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ଜଙ୍ଗଲରେ ଚାଲିଛି ଅପରେସନ୍। ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ୫ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଅପରେସନ୍ ବ୍ଲାକ୍ ଫରେଷ୍ଟ-୨ରେ ୨ ହଜାରରୁ ଊର୍ଦ୍ଧ୍ୱ ଯବାନ ସାମିଲ୍ ହୋଇଛନ୍ତି।
କାରେଗୁଟ୍ଟା ଜଙ୍ଗଲରେ ନକ୍ସଲ ମେଳି କରୁଥିବା ଖବର ପାଇ ଚଢ଼ାଉ କରାଯାଇଛି। ଗତବର୍ଷ ଏପ୍ରିଲ ୨୧ରୁ ମେ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୧ ଦିନ ଧରି ୧୦ ହଜାର ଯବାନ କାରେଗୁଟ୍ଟା ଜଂଗଲରେ ପଶି ଅପରେସନ କରିଥିଲେ। ଏଥିରେ ଛତିଶଗଡ ଏବଂ ତେଲେଙ୍ଗାନାର ସିଆରପିଏଫ, ଡିଆରଜି, ଏସଟିଏଫ ଏବଂ ତେଲେଙ୍ଗାନାରେ ରାଜ୍ୟ ପୁଲିସ।
ଏହି ଅପରେସନରେ ୩୧ ଜଣ ନକ୍ସଲଙ୍କୁ ମରାଯାଇଥିବା ବେଳେ ପ୍ରାୟ ୧ କୋଟି ୭୨ ଲକ୍ଷ ଟଂକା ଜବତ କରାଯାଇଥିଲା। ଏଥିସହ ସେଠାରୁ ୨୧୪ ଜଣ ନକ୍ସଲଙ୍କୁ ତଡାଯାଇଥିଲା ଏବଂ ୪୦୫ଟି ଲ୍ୟାଣ୍ଡମାଇନ ଜବତ କରାଯାଇଥିଲା। ୮୯୯ ବଣ୍ଡଲ କୋଡେସ୍କ ତାର, ୮୧୮ଟି ବଜିଏଲ ସେଲ, ପ୍ରଚୁର ମାତ୍ରାରେ ଡିଟୋନେଟର,ବିସ୍ଫୋରକ ଜବତ କରାଯାଇଥିଲା।
ପୁଣି ନକ୍ସଲ ଲୁଚାଇ ରଖିଥିବା ୧୨ ହଜାର କ୍ବିଣ୍ଟାଲ ଖାଦ୍ୟକୁ ମଧ୍ୟ ଯବାନ ଜବତ କରିଥିଲେ। ଗତ ବର୍ଷ ଅପରେସନରେ ହିଡମା ଭଳି ବଡ ବଡ ନେତା ଖସି ପଳାଇବାରେ ସଫଳ ହୋଇଥିଲେ। କିନ୍ତୁ ଚଳିତ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ସଂପୂର୍ଣ୍ଣ ମୂଳପୋଛ କରାଯିବା ନେଇ ଯବାନ ଅଣ୍ଟା ଭିଡିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)