• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

coronavirus
ଓଡ଼ିଶାରେ ଦିନକରେ ୧,୬୯୫ କରୋନା ପଜିଟିଭ୍‌ ଚିହ୍ନଟ, କମୁଛି କ୍ୱାରେଣ୍ଟିନ୍ ଓ ଲୋକାଲ୍ କେସ୍‌

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୬୯୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୭୦୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୯,୫୮୨ରେ ପହଞ୍ଚିଛି। 6. Boudh: 11 7. Cuttack: 103 […]

  • Friday, 02 July 2021
କରୋନାରେ ଆଖି ବୁଜିଲେ ଆଉ ୧୫ ଜଣ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧୨୨୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Regret to inform the demise of fifteen #COVID19 positive patients while under treatment in hospitals. 1.A 60-year old male of Angul district.2.A 51-year old male of Boudh district […]

  • Friday, 02 July 2021
dutta
'ମନ୍ତ୍ରୀଙ୍କ ମନ୍ତବ୍ୟ ବାଲେଶ୍ୱରବାସୀଙ୍କ ପ୍ରତି ଅପମାନ'

ବାଲେଶ୍ୱର: ବାଲେଶ୍ୱର ଉପ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରଣେନ୍ଦ୍ରଙ୍କ ମନ୍ତବ୍ୟକୁ ବାଲେଶ୍ୱରବାସୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ସମାଲୋଚନା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଛନ୍ତି ଯେ ମନ୍ତ୍ରୀ ସମଗ୍ର ବାଲେଶ୍ୱରବାସୀଙ୍କୁ ଅପମାନିତ କରିଛନ୍ତି। ମନ୍ତ୍ରୀ ନିଜର ରୁଚିହୀନ ଓ ସମ୍ବେଦନହୀନତାର ପରିଚୟ ଦେଇଛନ୍ତି। […]

  • Friday, 02 July 2021
parcel-bomb
ଜେଲ୍‌ରେ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ

ବଲାଙ୍ଗିର: ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ। ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ। ବଲାଙ୍ଗିର ଜେଲରେ ଜେଲର୍ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ପାଟଣାଗଡ଼ SDJM କୋର୍ଟରେ ମାଡ଼ ନେଇ ତାଙ୍କର ଓକିଲ ଜଣାଇଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥା କରିବାକୁ ଓକିଲ କହିଛନ୍ତି। ପ୍ରକାଶଥାଉକି, ଆଜକୁ ୨ ବର୍ଷ ତଳେ ଅର୍ଥାତ ୨୦୧୮ ମସିହା ଫେବ୍ରୁଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। […]

  • Friday, 02 July 2021
fharmendra
ବିଜେଡିକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ: ଅହଙ୍କାରୀଙ୍କ ସଦ୍‌ବୁଦ୍ଧି ହେଉ

ଭୁବନେଶ୍ୱର: ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ। ବାଲେଶ୍ୱର ରୁପ୍‌ସାରେ ଉପନିର୍ବାଚନ ପ୍ରଚାରରେ ଯୋଗ ଦେଇ ଧର୍ମେନ୍ଦ୍ର କଟାକ୍ଷ କରି କହିଛନ୍ତି, ଅହଙ୍କାରୀଙ୍କ ସଦ୍‌ବୁଦ୍ଧି ହେଉ। ପ୍ରଜାତନ୍ତ୍ରରେ ଅହଙ୍କାରର ସ୍ଥାନ ନାହିଁ। ବିଜେଡି ବାଲା କାରବାର ଆରମ୍ଭ କଲେଣି ବୋଲି ଚର୍ଚ୍ଚା ହେଲାଣି। ସ୍ୱୟଂ ସହାୟିକାଙ୍କୁ ଜଣ ପିଛା ୨ ଶହ ଟଙ୍କା ଲେଖାଏଁ ଦିଆଯାଉଥିବା କୁହାଯାଉଛି। ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି, ଯଦି ଦେବାର ଥିଲା, କରୋନା ବେଳେ କାହିଁକି ଦେଲ ନାହିଁ? ବାଲେଶ୍ୱରର ବିକାଶ ପାଇଁ […]

  • Friday, 02 July 2021
durag puja baripada
ହିନ୍ଦୁ-ମୁସଲିମ ମିଶି କଲେ ମା' ଦୁର୍ଗାଙ୍କ ପୂଜା

ବାରିପଦା: ଆନନ୍ଦ, ଉଲ୍ଲାସର ସହ ପାର୍ବଣ ପାଳନ ନ ହେଲା ନାହିଁ। ଦଶଭୂଜାଙ୍କ ଆବାହନରେ କିନ୍ତୁ କୌଣସି କମି ନାହିଁ।  ଭକ୍ତିମୟ ପରିବେଶରେ ପୂଜା ମଣ୍ଡପ ଓ ପୀଠରେ କୋଭିଡ ନିୟମ ମାନି ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ଏ ଦୃଶ୍ୟ ହେଉଛି ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାର ସାର୍ବଜନୀନ ଦୁର୍ଗାପୂଜାର। ୩୫ ବର୍ଷ ଧରି ସାର୍ବଜନୀନ ଦୁର୍ଗାପୂଜାର ମଙ୍ଗ ଧରିଛନ୍ତି ୬୫ ବର୍ଷୀୟ କୋହିନୁର ଇସଲାମ। ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ପୂଜା ପାଉଛନ୍ତି ମୂର୍ତ୍ତି ବଦଳରେ […]

  • Friday, 02 July 2021
bhadrak-durga-puja
କରୋନା କଟକଣା ଭୁଲିଗଲେ ଭକ୍ତ; ଦୁର୍ଗା ମନ୍ଦିରରେ ଜମିଲା ଭିଡ଼

ଭଦ୍ରକ: କରୋନା କଟକଣାକୁ ଭୁଲିଗଲେ ଲୋକେ। ମନ୍ଦିରେ ଜମିଲା ଲୋକଙ୍କ ଭିଡ଼। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଦୁର୍ଗା ମନ୍ଦିରରେ। ମନ୍ଦିର ବନ୍ଦ ଥିବା ସତ୍ତ୍ୱେ ବାହାରେ ବହୁ ପରିମାଣର ଲୋକ ଜମା ହୋଇଥିଲେ। ପୂଜାର୍ଚ୍ଚନା କରିବାକୁ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। କୋଭିଡ୍ କଟକଣାକୁ ଭୁଲି ଲୋକେ ମନ୍ଦିର ସମ୍ମୁଖରେ ଜମା ହୋଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଲୋକେ ଏହାକୁ ମାନୁନଥିବା ଅଭିଯୋଗ ହୋଇଛି। ସେହିଭଳି […]

  • Friday, 02 July 2021
raja-swain
ବୟାନକୁ ନେଇ ବିବାଦ ଘନେଇବା ପରେ ମୁହଁ ଖୋଲିଲେ ରଣେନ୍ଦ୍ର

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପ୍ରଚାର ବେଳେ ରଣେନ୍ଦ୍ର ବୟାନକୁ ନେଇ ବିବାଦ ଘନାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଦିବଙ୍ଗତ ମଦନ ମୋହନ ଦତ୍ତ ତାଙ୍କର ପ୍ରିୟ ସାଥି ଥିଲେ। ସେ ଏଭଳି କୌଣସି କାମ କରିନଥିଲେ। ବିଧାୟକ ଥାନ୍ତୁ କିମ୍ବା ନାହିଁ ତାଙ୍କ ସ୍ମୃତି ତାଙ୍କ ମନରେ ରହିଛି ବୋଲି ରଣେନ୍ଦ୍ର ପ୍ରତାପ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ […]

  • Friday, 02 July 2021
2
ପୋଲିସ୍‌ ଓ ସାମ୍ବାଦିକଙ୍କୁ ଆକ୍ରମଣ କଲେ ଲୋକ

ଭଦ୍ରକ: ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ। ସ୍ଥାନୀୟ ଲୋକେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ସାମ୍ବାଦିକଙ୍କୁ ମଧ୍ୟ ମାଡ଼ ମାରି ସେମାନଙ୍କ ମୋବାଇଲ ଛଡ଼ାଇ ନେଇଥିବା ସୂଚନା ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ହେଲା ସାହିରେ। ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ଭଦ୍ରକ ପୋଲିସ ଚଢ଼ାଉ କରିଥିଲା। କିଛି ନକଲି ଜର୍ଦ୍ଦା ଓ […]

  • Friday, 02 July 2021
biraja
ମା’ ବିରଜାଙ୍କ ପୀଠରେ ମହାନବମୀ ପୂଜା

ଯାଜପୁର: ଆଜି ମା’ ବିରଜାଙ୍କ ପୀଠରେ ମହାନବମୀ ପୂଜା ପାଳିତ ହେଉଛି। ଗତକାଲି ମହାଷ୍ଟମୀରେ ସନ୍ଧି ପୂଜା ପରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ଆଜି ସକାଳୁ ମା’ଙ୍କର ମହାସ୍ନାନ କରାଯିବା ପରେ ନବମୀ ପୂଜା ଚାଲିଛି । ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ହେଉଛି ଶେଷ ଦିନ। ଆଜି ଅପରାହ୍ନରେ ମା’ ବେଢା ପରିକ୍ରମା କରିବା ପରେ ରାତିରେ ଲାଖବିନ୍ଧା ପଡିଆକୁ ଯିବେ । ପରମ୍ପରା ଅନୁଯାୟୀ ସେଠାରୁ ମା’ଙ୍କୁ ରଥରୁ ମନ୍ଦିରକୁ ଅଣାଯାଇ ବିଶେଷ ପୂଜା […]

  • Friday, 02 July 2021
br
ବାରହା ଆକ୍ରମଣରେ ଦୁଇଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡା ଗାଁରେ ବାରହା ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି।  ଗୁରୁତର ଦୁଇଜଣ ହେଲେ ବଡ଼ତ୍ରିବିଡା ଗାଁର ମହାର୍ଗା ରାଉଳ ଓ କାତୁ ରାଉଳ। ସେମାନଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ମହାର୍ଗା  ଓ କାତୁ  ନିଜ ଘର ପଛ ପାଖ ବାଡ଼ିରେ କାମ କରୁଥିବା ବେଳେ ଜଙ୍ଗଲି ବାରହା ସେମାନଙ୍କୁ ଆକ୍ରମଣ କରିଥିଲା। ବାରାହା ଆକ୍ରମଣରେ ଦୁଇଜଣଙ୍କ  ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।  […]

  • Friday, 02 July 2021
onion
ପିଆଜ ଦର ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କହିଲେ ଆହୁରି ବଢ଼ିବ ଦର

ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ ପିଆଜ ଦର ବଢ଼ୁଥିବା ବେଳେ ଚିନ୍ତାରେ ଖାଉଟି। ଏପଟେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ଖାଉଟିଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ପିଆଜ ଦର ବୃଦ୍ଧି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ଖାଉଟି କଲ୍ୟାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆହୁରି ମାସେ ୨ ମାସ ପିଆଜ ଦର ବେକାବୁ ହେବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପିଆଜ ଦର ବୃଦ୍ଧି ପାଇଁ କେନ୍ଦ୍ର ଦାୟୀ ବୋଲି ଆରୋପ ଲଗାଇଛନ୍ତି ଯୋଗାଣ […]

  • Friday, 02 July 2021
bomb
ବୋମାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

କଟକ ଜିଲ୍ଲା ଆଠଗଡ଼ ବ୍ଲକ ଘୋଳପୁର ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ବୋମାମାଡ଼ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ଗୋବିନ୍ଦ ବେହେରା ବୋଲି ଜଣାପଡ଼ିଛି। ବୋମାମାଡ଼କୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକମାନେ ହୋ ହାଲ୍ଲା କରିଛନ୍ତି। ବାଙ୍କି, ସୁବନପୁର ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ପୁଲିସ୍‌ ତଦନ୍ତ […]

  • Friday, 02 July 2021
coronavrus-1
ଭୁବନେଶ୍ୱରରେ ୧୮୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୧୮୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୪୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୩୮ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ସେହିପରି ଆଜି BMCରେ କରୋନାରୁ ୨୭୬ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ବିଏମ୍‌ସି। ଅନ୍ୟପଟେ ଆଜି ରାଜ୍ୟରେ ଦିନକରେ ୧,୬୯୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୫ କରୋନା ରୋଗୀଙ୍କ […]

  • Friday, 02 July 2021
RAPE-SURVIVOR
ସୁନ୍ଦରଗଡ଼ ବୀରମିତ୍ରପୁର ଥାନାରେ ଦୁଷ୍କର୍ମ ଶିକାର ପୀଡ଼ିତା ନିଖୋଜ

ରାଉରକେଲା: ସୁନ୍ଦରଗଡ଼ ବୀରମିତ୍ରପୁର ଥାନାରେ ଦୁଷ୍କର୍ମ ଶିକାର ପୀଡ଼ିତା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।  ରାଉରକେଲା ସ୍ଥିତ ଏସ୍ଓଏସ୍ ଭିଲେଜ୍‌ରୁ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ କରାଯାଇଛି।  ଗତକାଲି ସଂଧ୍ୟାରୁ ନାବାଳିକାଙ୍କ କୌଣସି ପତ୍ତା ମିଳିନଥିବା ସଟ୍ ଷ୍ଟେ ହୋମ୍-ଏସ୍ଓଏସ୍ ଭିଲେଜ୍ ପକ୍ଷରୁ ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ଓ ପରିବାର ଲୋକଙ୍କୁ ବି ଅବଗତ କରିଥିବା ସୂଚନା ମିଳିଛି। ତେବେ ପ୍ରଶ୍ନ ଉଠୁଛି, ନାବାଳିକା ଜଣକ ଗଲେ କୁଆଡ଼େ […]

  • Friday, 02 July 2021
vk-pandian
ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ୫୦୦ ଭିକ୍ଷୁକଙ୍କ ଥଇଥାନ,

ପୁରୀ: ପୁରୀ ସ୍ୱର୍ଗଦ୍ୱାରର ଉନ୍ନତି, ଗୋଶାଳା, ଭିକ୍ଷୁକ ଥଇଥାନ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ। ପୁରୀ ଯାଇ ଏସବୁର ସ୍ଥିତି ସମୀକ୍ଷା କରିଛନ୍ତି ସଚିବ। ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍ୱର୍ଗଦ୍ୱାର ଉନ୍ନତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଶବ ସତ୍କାର କରିବାକୁ ଯାଉଥିବା ଲୋକଙ୍କ ପାଇଁ ସେଡ୍ ତିଆରି ହେବ ବୋଲି ନିଷ୍ପତ୍ତି ହୋଇଛି। ତା ସହିତ ବଡ଼ଦାଣ୍ଡକୁ ସଫା ସୁତୁରା କରିବାକୁ ବୁଲା ଗୋରୁ ଗୋଶାଳା ସ୍ଥାନାନ୍ତରିତ ହୋଇଛି। […]

  • Friday, 02 July 2021
MAHINDRA - Copy - Copy
ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ୍ ପରେ ଚେତିଲା ପ୍ରଶାସନ

ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡାରେ ଲାଉ ତୁମ୍ବା ବନ୍ଧି ନଦୀ ପାର ହେବା ଘଟଣାରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ୍ ପରେ ଚେତିଲା ପ୍ରଶାସନ। ଚିତ୍ରକୋଣ୍ଡା ରାଳେଗାଡ଼ାର ନେରୁଡ଼ିପାଲି ନଦୀରେ ଦୁଇ ଅଙ୍ଗନଓ୍ୱା଼ଡ଼ି କର୍ମୀ ହେମଲତା ସିସା ଓ ପ୍ରମିଳା ପେନେଲ ଲାଉ ତୁମ୍ବା ବାନ୍ଧି ଭରା ନଦୀ ପାର ହେଉଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଦୃଶ୍ୟ ଦେଖି ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ସହାୟତା […]

  • Friday, 02 July 2021
representative-image
ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କଟକରୁ ୨୮୧, ସୁନ୍ଦରଗଡ଼ରୁ ୨୨୮, ମୟୂରଭଞ୍ଜରୁ ୧୯୯, ଅନୁଗୁଳରୁ ୧୪୫, ବାଲେଶ୍ୱରରୁ ୧୦୬, ପୁରୀ ୮୬, ସୋନପୁର ୮୫, କେନ୍ଦ୍ରାପଡ଼ା ୮୪, ଯାଜପୁର ୭୫ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। 69 from Bargarh […]

  • Friday, 02 July 2021
001
କରୋନା କଟକଣା ଯୋଗୁ ମା' ଦୁର୍ଗାଙ୍କୁ ଅନ୍‌ଲାଇନ୍‌ରେ ଦର୍ଶନ କଲେ ଭକ୍ତ‌

ଭୁବନେଶ୍ୱର: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମାଆ, ହେଲେ ଚର୍ମଚକ୍ଷୁରେ ଦର୍ଶନ କରିପାରୁନି ଭକ୍ତ। ମହାମାରୀ ସାଙ୍ଗକୁ ପ୍ରଶାସନର କଠୋର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପ୍ରତିବନ୍ଧକ ସାଜିଛି। ମଣ୍ଡପରେ ପରଦା ପଛରେ ମାଆ ଆଉ ଘରେ ଅନ୍‌ଲାଇନରେ ଦର୍ଶନ କରୁଛିନ୍ତି ଭକ୍ତ। ଆଜି ମଣ୍ଡପରେ ମହାଷ୍ଟମୀ ପୂଜା ହୋଇଥିବା ବେଳେ ପୀଠରେ ମାଆଙ୍କର ହୋଇଛି ମହାନବମୀ ପୂଜା। ମହାମାୟାଙ୍କ ମହାଷ୍ଟମୀ, ବାଜୁଛି ତୁରୀ ମହୁରୀ ମୃଦଙ୍ଗ ଶବ୍ଦ ଓ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୂଜା […]

  • Friday, 02 July 2021
rani-panda
ବେଣୁଧରଙ୍କ ପାଇଁ ପ୍ରଚାର ମୈଦାନରେ ରାନୀ ପଣ୍ଡା

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଜଲିଉଡ୍ ଅଭିନେତ୍ରୀ ରାଣୀ ପଣ୍ଡା। ତେବେ କୌଣସି ପ୍ରମୁଖ ଦଳ ନୁହେଁ, ବରଂ ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ରାନୀ। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେପି-ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ଏ ହାଇପ୍ରୋଫାଇଲ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ୮୦ ବର୍ଷ ବୟସ୍କ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ। ତାଙ୍କର କଳ ବଳ ନଥିବାରୁ ଅଭିନେତ୍ରୀ […]

  • Friday, 02 July 2021
minor-girl
ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

ରାଉରକେଲା: ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର ହୋଇଛନ୍ତି।  ନାବାଳିକାଙ୍କୁ ବୀରମିତ୍ରପୁର ଝୁରୁମୁର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ। ଗତକାଲି ସଂଧ୍ୟାରୁ ଏସ୍ଓଏସ୍ ଭିଲେଜ୍‌ରୁ ନିଖୋଜ ହୋଇଥିଲେ ନାବାଳିକା। ନିଖୋଜ ନେଇ ଛେଣ୍ଡ ଥାନାରେ ଏତଲା କରିଥିଲେ ଏସଓଏସ କର୍ତ୍ତୃପକ୍ଷ। ଗତ ଜୁଲାଇରେ ବୀରମିତ୍ରପୁର ଥାନାରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ନିଲମ୍ବିତ ହୋଇ ଏବେ ଜେଲ୍‌ରେ ଅଛନ୍ତି। ମାମଲାର […]

  • Friday, 02 July 2021
ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଅନୁଗୁଳ: ଅନୁଗୁଳ-ସମ୍ବଲପୁର ରାସ୍ତା ଜରପଡ଼ା ଥାନା ଅନ୍ତର୍ଗତ ଭାଗିରଥୀପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌ ବୋଲି ସୂଚନା ମିଳିଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ, ଭାଗିରଥୀପୁର […]

  • Friday, 02 July 2021
weather
୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: କିଛିଦିନ ତଳେ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଡିପ୍ରେସନ ଦୁର୍ବଳ ହୋଇ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ଏରିଆ(ଲଘୁଚାପ କ୍ଷେତ୍ର) ପରିଣତ ହୋଇଥିବା ବେଳେ ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଅକ୍ଟୋବର ୨୯ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି ଅକ୍ଟୋବର ୨୯ […]

  • Friday, 02 July 2021
corona 1
ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୬୩୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୭୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧,୨୧୫ରେ ପହଞ୍ଚିଛି। Covid-19 Report For 24th October New […]

  • Friday, 02 July 2021
ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧,୨୪୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Regret to inform the demise of sixteen #COVID19 positive patients while under treatment in hospitals. 1.A 70-year old male of Ganjam district who was also suffering from Hypertension […]

  • Friday, 02 July 2021