• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rto
ଦଶହରାରେ ଖୋଲା ରହିବ RTO ଅଫିସ୍

ଭୁବନେଶ୍ୱର: ଦଶହରାରେ ଖୋଲା ରହିବ RTO ଅଫିସ୍। ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବା ନେଇ ସୂଚନା ଦେଇଛି ରାଜ୍ୟ ପରିବହନ ବିଭାଗ। ଦଶହରାରେ ନୂଆ ଗାଡ଼ି ବିକ୍ରି ବଢ଼ିବା ସମ୍ଭାବନା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ଓ ୨୬ ତାରିଖ ଦିନ ସମସ୍ତ RTO ଅଫିସ୍ ରାଜ୍ୟର ଖୋଲା ରହିବ। ଏହି ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଯାଏ ଆରଟିଓ ଖୋଲା ରହିବ।

  • Friday, 02 July 2021
କାମ ଦେଉନି ପ୍ଲଜମା ଥେରାପି: ସ୍ପଷ୍ଟୀକରଣ ରଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କରୋନାର ଚିକିତ୍ସାରେ ଦ୍ୱନ୍ଦ୍ୱ। ପ୍ଲାଜମା ଥେରାପି ଓ ରେମଡେସିଭିର୍ କାମ ଦେଉନଥିବା ଚର୍ଚ୍ଚା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, କରୋନାର ଟ୍ରିଟମେଣ୍ଟରେ ପ୍ଲାଜମା ଥେରାପି ଓ ରେମଡେସିଭିର୍ ଫଳପ୍ରଦ ହେଉନଥିବା ସଂପର୍କରେ ICMR ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ କିଛି ଅବଗତ କରାଯାଇନାହିଁ। ତେଣୁ ଏ ନେଇ ଭୟଭୀତ ନ ହେବାକୁ ପ୍ରଦୀପ୍ତ ମହାପାତ୍ର ପରାମର୍ଶ ଦେଇଛନ୍ତି। ଆଗରୁ କୁହାଯାଉଥିଲା ଯେ, ପ୍ଲାଜମା ଥେରାପି ଦ୍ୱାରା କୋଭିଡ […]

  • Friday, 02 July 2021
bhubaneswar-coronavirus
ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ଆଜି ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୦୧ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୪, ଲୋକାଲ୍ କେସ୍ ୧୩୭ ରହିଛି। ସେହିପରି ଆଉ ୨୯୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। Update on newly detected #COVID19 cases in the last 24 hrs under the BMC area on 22nd Oct 2020(till 9am). pic.twitter.com/COAQsX1IHf […]

  • Friday, 02 July 2021
petrol
ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର/ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରି ମାରିଲା ପେଟ୍ରୋଲ ଦର। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟପିଛି। ମହଙ୍ଗା ମାଡ଼ରେ ଜନସାଧାରଣ ଆକ୍ତାମାକ୍ତା ହେଉଥିବା ବେଳେ ଲଗାତର ଭାବେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରର ବିଭିନ୍ନ…

  • Friday, 02 July 2021
aparajita
'ପାତରଅନ୍ତର ଛାଡ଼, ଆମେ ବିକାଶ ଚାହୁଁଛୁ'

ବାଲେଶ୍ୱର: ଉପନିର୍ବାଚନ ପ୍ରଚାର ପାଇଁ ଆଜି ବାଲେଶ୍ୱର ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଅବସରରେ ଆୟୋଜିତ ଏକ ବୈଠକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା। ଆମେ ସମସ୍ତେ ବିକାଶର ରାଜନୀତି ଚାହୁଁଛୁ। ଦଳମତ ନିର୍ବିଶେଷରେ ବିନା ପାତରଅନ୍ତରରେ ବିକାଶ ହେବା ଦରକାର ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଜେପି ବା ସାଧାରଣ ଲୋକ କୋଭିଡ଼ ନିୟମ ଭାଙ୍ଗିଲେ ଦଣ୍ଡ ଦିଆଯାଉଛି। ନିକଟରେ ରବୀନ୍ଦ୍ର ଜେନା […]

  • Friday, 02 July 2021
rain
ପ୍ରବଳ ବର୍ଷିବ, ୫୦ କିମି ବେଗରେ ବହିବ ପବନ !

ଭୁବନେଶ୍ୱର: ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାର ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ଏହି ୪ ଜିଲ୍ଲାକୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। […]

  • Friday, 02 July 2021
4
ଏଣିକି ଯୋଗାଣ ବିଭାଗର ୪ ବ୍ୟବସ୍ଥା ଅନଲାଇନ୍‌

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାକୁ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତ୍ୱ ଦେଇଛି। ଏଥିପାଇଁ ଧାନ ସଂଗ୍ରହଠାରୁ ଆରମ୍ଭ କରି ରାସନକାର୍ଡ ଆବେଦନ ପର୍ଯ୍ୟନ୍ତ ଏଣିକି ସବୁ କାମ ଅନଲାଇନରେ ହେବ। ମୋ ସରକାର ଓ ଫାଇଭ୍ ଟି କାର୍ଯ୍ୟକ୍ରମ ଜରିଆରେ ଏହି ଅନଲାଇନ ବ୍ୟବସ୍ଥାକୁ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା- ଜଣେ ବି ଗରିବ ଲୋକଙ୍କୁ  ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି […]

  • Friday, 02 July 2021
onion hike
'ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର'

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ସପ୍ତାହେ ଭିତରେ କେଜି ପିଛା ୫୦ରୁ ୯୦ ଟଙ୍କାକୁ ଛୁଇଁଲାଣି। ପିଆଜର ଏ ଅସ୍ୱାଭାବିକ ଦର ବୃଦ୍ଧିକୁ ନେଇ ଘାଇଲା ହେଲାଣି। ଖାଉଟି ଗରିବଠୁ ମଧ୍ୟବିତ୍ତ ଯାଏଁ ସମସ୍ତେ ପିଆଜ ଦରକୁ ନେଇ ବ୍ୟତିବସ୍ତ ହେଉଥିବା ବେଳେ ଦୈନିକ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି। ସେପଟେ ହୋଲସେଲ ଦର ବଢୁଥିବାରୁ ପିଆଜର ବଜାର ମୂଲ୍ୟ ବି ବଢୁଥିବା କହିଛନ୍ତି ଖୁଚୁରା ବ୍ୟବସାୟୀ। ନାସିକ୍‌ରେ ପିଆଜ […]

  • Friday, 02 July 2021
mask
ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨,୫୭ ,୦୪୧କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧିକ ୨୧୦, ଷ୍ଟେଟ୍‌ପୁଲ୍‌ରୁ ୯୩, ଅନୁଗୁଳ-୧୪୯, କଟକ-୧୪୦, ସୁନ୍ଦରଗଡ଼-୧୧୪, ବାଲେଶ୍ୱରରୁ ୧୦୪, ମୟୂରଭଞ୍ଜ, ନବରଙ୍ଗପୁରରୁ ୧୦୦ ଲେଖାଏଁ, ନୂଆପଡ଼ା-୯୯, ଯାଜପୁରରୁ ୮୬, ପୁରୀ-୮୦, କେନ୍ଦ୍ରାପଡ଼ା-୭୨, କଳାହାଣ୍ଡି-୬୮, ଜଗତସିଂହପୁରରୁ ୬୪, ମାଲକାନଗିରି-୬୩, […]

  • Friday, 02 July 2021
7
ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଜେଲ୍ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଶାରଦା ପ୍ରସାଦ ଗୌଡ଼। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଥିଲା। ତାଙ୍କର ୧ କୋଟି ୩୩ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ତେବେ ଏହି ମାମଲାରେ ଆଜି ଭିଜିଲାନ୍ସ ଶାରଦାଙ୍କୁ ଗିରଫ କରିଛି। ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରେ ଭିଜିଲାନ୍ସ ଆଜି ରେଡ୍‌ କରିଛି। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାଜା […]

  • Friday, 02 July 2021
ଜାହାଜରୁ ଖସି ପଡ଼ିଲେ ୩ ନାବିକ

ପାରାଦୀପ: ପାରାଦୀପ ପୋର୍ଟ ଆଙ୍କରେଜ ଅଞ୍ଚଳରେ ମାଲ୍‌ବାହୀ ଜାହାଜରୁ ଖସି ପଡ଼ିବା ଯୋଗୁ ୩ ଜଣ ବାଂଲାଦେଶୀ ନାବିକ ଆହତ ହୋଇଛନ୍ତି। ଓସନ୍ ସେଞ୍ଚୁରୀ ନାମକ ଏକ ଜାହାଜରୁ ଖସି ପଡ଼ି ଏହି ୩ ଜଣ ନାବିକ ଅଶାନ୍ତ ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯିବା ବେଳେ ପାରାଦୀପ ବନ୍ଦର ମେରାଇନ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଜାହାଜର ମେଣ୍ଟେନାନ୍ସ କାମ କରିବା ବେଳେ ଏହି ୩ ନାବିକ ଏକ ରେସ୍କ୍ୟୁ ବୋଟ୍‌ ସହ ସମୁଦ୍ର ମଧ୍ୟକୁ ଖସି […]

  • Friday, 02 July 2021
001
ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

କଟକ: ଆଜି ପବିତ୍ର ମହା ସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା। ସବୁ ପୂଜା ମଣ୍ଡପ ଖାଁ ଖାଁ । ନାହିଁ ଭକ୍ତଙ୍କ ଭିଡ। ମୃଣ୍ମୟୀ ପ୍ରତିମାଙ୍କର ଗତକାଲି ଥିଲା ଷଷ୍ଠୀ । ଆଜି ମହାସପ୍ତମୀରେ ପରମ୍ପରା ଅନୁଯାୟୀ, ଅଧିବାସ ଓ ବିଲ୍ୱବରଣ କରାଯାଇଛି । ଆଜି ମା’ଙ୍କର ଚକ୍ଷୁଦାନ ମଧ୍ୟ କରାଯିବ । ପରମ୍ପରା ଓ ରୀତିନୀତି ଅନୁସାରେ କଟକ ସହରର ସମସ୍ତ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲେ ବି […]

  • Friday, 02 July 2021
ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ନିଆଳି: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନିଆଳିର ଜଣେ ଛାତ୍ର ଏଭଳି ଅଭିଯୋଗ ଆଣିଛନ୍ତି। ନିଆଳି ବ୍ଲକ୍ ସିଠାଳୋ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ବିକାଶ ସ୍ୱାଇଁ ଏହି ଅଭିଯୋଗ ଆଣିଛନ୍ତି। କୋଭିଡ୍ ପାଇଁ ବିଜ୍ଞାନରେ ମୋଟ୍‌ ୮୦ ମାର୍କର ପରୀକ୍ଷା ହୋଇଥିଲା। ଅବ୍‌ଜେକ୍ଟିଭ୍‌ରେ ୫୦ ମାର୍କ ଓ ସବ୍‌ଜେକ୍ଟିଭ୍‌ରେ ୩୦ ମାର୍କର ପରୀକ୍ଷା ହୋଇଥିଲା। ହେଲେ ସବ୍‌ଜେକ୍ଟିଭ୍‌ରେ ବିକାଶଙ୍କୁ ୩୦ ମାର୍କରୁ ୪୨ ମାର୍କ ମିଳିଥିବା ବେଳେ […]

  • Friday, 02 July 2021
corona
ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା  ୧,୨୧୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୋଳ ଓ ଗଜପତିରେ ସର୍ବାଧିକ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱରରୁ ୨ ଆକ୍ରାନ୍ତ ଆଖି ବୁଜିଛନ୍ତି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନ ଧରି କମିବାରେ […]

  • Friday, 02 July 2021
corona
ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୭୯୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୭୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୩୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୭୬୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚିଛି।

  • Friday, 02 July 2021
ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମିର୍‌ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଚଢ଼ଉ ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କ ଡ୍ରୟର୍‌ରୁ ୨ ଲକ୍ଷ ୩୪ ହଜାର ୯ଶହ ଟଙ୍କା ଜବତ କରିଛି। ଏହାସହ ତାଙ୍କ କାର୍ଯ୍ୟାଳୟରେ ତନାଘନା କରିଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍‌ପିଙ୍କ ଉପସ୍ଥିତିରେ ଏହି ଚଢ଼ଉ ହୋଇଥିଲା। ମିର୍‌ ରାଜା ସରକାରୀ ଅଫିସରୁ ଘରକୁ ବାହାରୁଥିବା ବେଳେ ତାଙ୍କ ନାଁରେ ଅଭିଯୋଗ ପାଇ ଅଫିସରେ ପହଞ୍ଚିଥିଲା […]

  • Friday, 02 July 2021
ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଭୁବନେଶ୍ୱର: ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ୱରରେ କରାଗଲା ଗ୍ରୀନ୍‌ କରିଡର୍। ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡର୍‌ରେ ଗଲା ଆମ୍ବୁଲାନ୍ସ। ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବା ଲାଗି ଭୁବନେଶ୍ୱରରେ ଏହି ଗ୍ରୀନ୍‌ କରିଡର୍ କରାଯାଇଥିଲା। ନୟାପଲ୍ଲୀ, ସିଆରପି, ଏଜି ଛକ ଦେଇ ଭୁବନେଶ୍ୱର ବିମାନ ବନ୍ଦର ଯାଏ ଆମ୍ବୁଲାନ୍ସକୁ କଡ଼ା ସୁରକ୍ଷା ଭିତରେ ନିଆଯାଇଥିଲା। ପ୍ରାୟ ସାଢ଼େ ୬ କିଲୋମିଟର୍ […]

  • Friday, 02 July 2021
rain
ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌(ଅବପାତ) ପଶ୍ଚିମବଙ୍ଗ-ବାଂଲାଦେଶ ଅଭିମୁଖେ ଗତି କରୁଛି। ପାଣିପାଗ ବିଭାଗର ଲାଟେଷ୍ଟ୍‌ ବୁଲେଟିନ୍‌ ଅନୁସାରେ, ଏହି ଡିପ୍ରେସନ୍‌ ପାରାଦୀପଠୁ ପୂର୍ବ ଉତ୍ତର ପୂର୍ବଦିଗରୁ ୨ ଶହ କିଲୋମିଟରରେ ଦୂରରେ ରହିଛି। ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜ ଠାରୁ ଦକ୍ଷିଣପୂର୍ବ ଦିଗରେ ୬୦ କିମି ଦୂରରେ ଏବଂ ବାଂଲାଦେଶର ଖେପୁପାରା ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୨୧୦ କି.ମି. ଦୂରରେ ସକ୍ରିୟ ରହିଛି। ଏହି ଡିପ୍ରେସନ୍‌ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ଆଜି ସାଗର-ଦ୍ଵୀପପୁଞ୍ଜ ଏବଂ […]

  • Friday, 02 July 2021
1
କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

କୋରାପୁଟ: ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଜବତ ହୋଇଛି କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ। ତା ପୁଣି ଜଣେ ବ୍ୟକ୍ତିଙ୍କ ଘରୁ। କୋରାପୁଟ ମାଛକୁଣ୍ଡ ଥାନା ଏକଟାପୁଟ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୧୩ କ୍ୱିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଗତକାଲି ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଏକଟାପୁଟ ଗାଁରେ ଚଢ଼ଉ କରିଥିଲେ। ପ୍ରାୟ ୩ ଘଣ୍ଟାର ଅପରେସନ୍ ପରେ ଗଞ୍ଜେଇ […]

  • Friday, 02 July 2021
10am-duplicate-bisleri
ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

ରାଜଧାନୀରେ ବ୍ରାଣ୍ଡ ବଦଳରେ ମିଳୁଛି ନକଲି ପାଣି,ପଢ଼ନ୍ତୁ କେଉଁଠି ଠାବ ହେଲା

  • Friday, 02 July 2021
rain
୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ଭୁବନେଶ୍ୱର: ଆଗାମୀ ୨ ଦିନରେ ଓଡ଼ିଶାର କେତେକ ଅଞ୍ଚଳରୁ ବିଦାୟ ନେବ ମୌସୁମୀ। ତାର ଆଉ ୨ ଦିନ ପରେ ସାରା ଓଡ଼ିଶାରୁ ମୌସୁମୀ ଫେରିଯିବ। ମୌସୁମୀ ପ୍ରତ୍ୟାଗମନ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଉପକୂଳ ଓଡ଼ିଶା ସମେତ ୬ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ଯାଏଁ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ […]

  • Friday, 02 July 2021
3
ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଭୁବନେଶ୍ୱର: ବିଦ୍ୟାଳୟ ଛାଡ଼ିବା ପରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ନକଲ ପାଇବା ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ଫଳରେ ଏଣିକି କୌଣସି ପରିସ୍ଥିତିରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ନଷ୍ଟ ହୋଇଯାଇଥିଲେ ବା ହଜି ଯାଇଥିଲେ ଛାତ୍ରଛାତ୍ରୀମାନେ ପ୍ରମାଣ ଓ ସତ୍ୟପାଠ ଦେଇ ଡୁପ୍ଲିକେଟ୍ ଏସଏଲସି ପାଇପାରିବେ। ତେବେ ଏହାର ଅପବ୍ୟବହାର ହେଲେ ସଂପକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ […]

  • Friday, 02 July 2021
vaccine
ଆସୁଛି କରୋନା ଟିକା ! କାହାକୁ ଆଗ ଦିଆଯିବ ଭ୍ୟାକସିନ୍, ଜାଣନ୍ତୁ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ କରୋନା ଟିକା। କରୋନା ଟିକା ଆସିବାକୁ ଥିବାରୁ ଡାଟାବେସ୍ ପ୍ରସ୍ତୁତି ନିର୍ଦ୍ଦେଶ। ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ବେସ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ IMA, ଆୟୁଷ, ନର୍ସିଂ ଆସୋସିଏସନ ସଭାପତି, ପାରାମେଡିକ କର୍ମଚାରୀ ସଂଘ ଓ ଘରୋଇ ମେଡିକାଲ ସଂଘ ସଭାପତିଙ୍କୁ ଚିଠି କରାଯାଇଛି। ସଂଘ ସଦସ୍ୟ ନିଜ ନାଁ ଜିଲ୍ଲାପାଳ, ସିଡିଏମ୍ଓଙ୍କୁ ଦେବାକୁ ଚିଠିରେ ଉଲ୍ଲେଖ ହୋଇଛି। ଅକ୍ଟୋବର ୨୯ ସୁଦ୍ଧା ନାଁ […]

  • Friday, 02 July 2021
eci
ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲେ ୩୦ ଲକ୍ଷ ଟଙ୍କା ମିଳିବ। ଉପନିର୍ବାଚନରେ ନିୟୋଜିତ ପୋଲିଂ ଏବଂ ସୁରକ୍ଷା କର୍ମଚାରୀ ଓ ନିୟୋଜିତ ଇଞ୍ଜିନୟରଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲେ ୩୦ ଲକ୍ଷ ଟଙ୍କା ମିଳିବ। ଏହି ଅନୁକମ୍ପା ରାଶି ନେଇ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଆଗରୁ କରୋନା ଯୋଦ୍ଧାଙ୍କ ପ୍ରତି ଅନୁକମ୍ପା ରାଶି ଘୋଷଣା […]

  • Friday, 02 July 2021