/odishatv-khabar/media/media_files/2025/12/12/divorce-for-onion-2025-12-12-09-00-36.jpg)
Divorce-For-Onion Photograph: (OTV)
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ପରେ ଛାଡ଼ପତ୍ରକୁ ନେଇ ଆପଣ ଅନେକ ଖବର ଶୁଣିଥିବେ। ହେଲେ ପିଆଜ ଓ ରସୁଣ ପାଇଁ ବିବାହ ବିଚ୍ଛେଦ ହେବା ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥିବା ନିଶ୍ଚିତ। ହେଲେ କଥାଟି ପୁରା ସତ, ଗୁଜରାଟ ଅହମ୍ମଦାବାଦରେ ଏପରି ଏକ ଅଜବ ଘଟଣାର ଶୁଣାଣି କରିଛନ୍ତି ଗୁଜରାଟ ହାଇକୋର୍ଟ। ଦୀର୍ଘ ୨୩ ବର୍ଷ ଧରି ଏକାଠି ରହୁଥିବା ଦମ୍ପତ୍ତିଙ୍କ ଖାଦ୍ୟକୁ ନେଇ ଆରମ୍ଭ ହୋଇଥିଲା ଏହି ବିବାଦ।
ସୂଚନାମୁତାବକ, ଦମ୍ପତିଙ୍କ ବିବାହ ୨୦୦୨ ମସିହାରେ ହୋଇଥିଲା। ତେବେ ପତ୍ନୀ ସ୍ୱାମୀନାରାୟରଣଙ୍କ ଭକ୍ତ ଥିଲେ। ଆଉ ଆଦୌ ପିଆଜ ରସୁଣ ଖାଉ ନଥିଲେ। ହେଲେ ସ୍ୱାମୀଙ୍କ ପୁରା ପରିବାର ପିଆଜ ରସୁଣରେ ତିଆରି ଖାଦ୍ୟ ଖାଉଥିଲେ। ତେବେ ମହିଳାଙ୍କ ଶାଶୁ ତାଙ୍କ ପାଇଁ ବିନା ପିଆଜ ରସୁଣରେ ଅଲଗା ରୋଷେଇ କରୁଥିଲେ। ହେଲେ ଏକଥା ମହିଳା ପସନ୍ଦ କରୁ ନଥିଲେ। ସମୟକ୍ରମେ ଏହି ଭିନ୍ନତା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା। ଆଉ ଆରମ୍ଭ ହୋଇଥିଲା କଳି। ବିବାଦ ଏତେ ବଢ଼ିଗଲା ଯେ ପତ୍ନୀ ନିଜର ପିଲାକୁ ଧରି ଶାଶୂ ଘର ଛାଡ଼ି ଦେଇଥିଲେ। ଫଳରେ ସ୍ବାମୀ ୨୦୧୩ରେ ଅହମଦାବାଦ ଫାମିଲି କୋର୍ଟକୁ ଯାଇ ଛାଡ଼ପତ୍ର ପାଇଁ ଅନୁମତି ମାଗିଥିଲେ। ୨୦୨୪ ଅଦାଲତ ଏହାକୁ ଅନୁମତି ଦେଇଥିବାବେଳେ ସ୍ତ୍ରୀ ଏଥିରେ ସହମତି ପ୍ରକାଶ କରିଥିଲେ।
ହେଲେ ସ୍ୱାମୀ ଠିକଭାବେ ଭରପୋଷଣ ଖର୍ଚ୍ଚ ନଦେବାରୁ ମହିଳା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପତ୍ନୀଙ୍କ ଓକିଲ କୋର୍ଟକୁ ଜଣାଇଥିଲେ ଯେ ମୋଟ ଭରଣପୋଷଣ ଦେୟ ₹୧୩ ଲକ୍ଷ ଥିଲା। ହେଲେ ସ୍ୱାମୀ ମାତ୍ର ୨ଲକ୍ଷ ୭୨ ହଜାର ଟଙ୍କା ଦେଇଥିଲେ। ପରେ ହାଇକୋର୍ଟ ଯାଞ୍ଚ ପରେ ଅବଶିଷ୍ଟ ଟଙ୍କା ସ୍ତ୍ରୀଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।। ସ୍ୱାମୀ ମଧ୍ୟ କିସ୍ତି ମାଧ୍ୟମରେ ଟଙ୍କା ଶୁଝିବାକୁ କୋର୍ଟକୁ ଆଶ୍ୱାସନା ଦେଇଥିଲେ। ଆଉ ବିବାଦଟି ଥମିଥିଲା ।
Clash in Lok Sabha: କଂଗ୍ରେସ ଜନ୍ମକୁଣ୍ଡଳି କାଢ଼ିଲେ ଶାହା ! କହିଲେ ଏମିତି

Comedian Guru Prusty’s Death: ସସପେନ୍ସ ଘେରରେ କମେଡିଆନ ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା , ହାସ୍ୟ ଅଭିନେତା ନରି ପଣ୍ଡା ଦେଲେ ବଡ଼ ବୟାନ

Gold Card Scheme: ଦିଅନ୍ତୁ ୯ କୋଟି, ହୁଅନ୍ତୁ ଆମେରିକା ନାଗରିକ...ଟ୍ରମ୍ପ ସରକାର କଲେ ବଡ଼ ଘୋଷଣା

Congress Storm: PCC ମୁଖିଆ ପଦ ନମିଳିବାରୁ ବିଦ୍ରୋହ କଲେ କି ମୋକିମ୍ ? ଭକ୍ତଙ୍କୁ ଧୂଲେଇ ସହ ସୋନିଆଙ୍କୁ ଚିଠି ପରେ କଂଗ୍ରେସରେ କମ୍ପନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)