Advertisment

Gold Card Scheme: ଦିଅନ୍ତୁ ୯ କୋଟି, ହୁଅନ୍ତୁ ଆମେରିକା ନାଗରିକ...ଟ୍ରମ୍ପ ସରକାର କଲେ ବଡ଼ ଘୋଷଣା

ଦିଅନ୍ତୁ ୯ କୋଟି, ହୁଅନ୍ତୁ ଆମେରିକା ନାଗରିକ। ଟ୍ରମ୍ପ ସରକାର କଲେ ବଡ଼ ଘୋଷଣା । ଲଞ୍ଚ ହେଲା ନୂଆ ‘ଗୋଲ୍ଡ କାର୍ଡ’ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନାଗରିକତା ପାଇବା ପାଇଁ ଏବେ ନୂଆ ଗୋଲ୍ଡ କାର୍ଡ ଯୋଜନା ଆରମ୍ଭ କରିଛନ୍ତି ।

author-image
Manas Ranjan Mohanty
Trump-launches-gold-card

Trump-launches-gold-card Photograph: (OTV)

ଦିଅନ୍ତୁ ୯ କୋଟି, ହୁଅନ୍ତୁ ଆମେରିକା ନାଗରିକ। ଟ୍ରମ୍ପ ସରକାର କଲେ ବଡ଼ ଘୋଷଣା । ଲଞ୍ଚ ହେଲା ନୂଆ ‘ଗୋଲ୍ଡ କାର୍ଡ’ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନାଗରିକତା ପାଇବା ପାଇଁ ଏବେ ନୂଆ ଗୋଲ୍ଡ କାର୍ଡ ଯୋଜନା ଆରମ୍ଭ କରିଛନ୍ତି । ଯାହାର ମୂଲ୍ୟ ଆମେରିକା ଡଲାରରେ ୧ ମିଲିଅନ୍ ଧାର୍ଯ୍ୟ କରାଯାଇଛି । ଅର୍ଥାତ ଭାରତୀୟ ମୁଦ୍ରାରେ ୮ କୋଟି ୯୭ ଲକ୍ଷ ଟଙ୍କା ।  ବୁଧବାର ଦିନ ଟ୍ରମ୍ପ ଘୋଷଣା କରି କହିଛନ୍ତି ଯେ, ତାଙ୍କର ବହୁ ପ୍ରତୀକ୍ଷିତ ‘ଗୋଲ୍ଡ କାର୍ଡ’ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି । ଏହି ଯୋଜନାରେ ଜଣେ ବ୍ୟକ୍ତି ୧୦ ଲକ୍ଷ ଡଲାର ଦେଇ ଆଇନଗତ ଭାବେ ଆମେରିକୀୟ ନାଗରିକତା ପାଇପାରିବେ।

Advertisment

ଖାଲି ସେତିକି ନୁହେଁ, ଆମେରିକାର କମ୍ପାନୀ ଗୁଡ଼ିକ ପାଇଁ ମଧ୍ୟ ଗୋଲ୍ଡ କାର୍ଡର ବ୍ୟବସ୍ଥା କରାଯାଇଛି । କମ୍ପାନୀଗୁଡ଼ିକ ପାଇଁ ଆମେରିକା ଗୋଲ୍ଡ କାର୍ଡ ମୂଲ୍ୟ ୨ ମିଲିଅନ୍ ଡଲାର୍ ଧାର୍ଯ୍ୟ କରାଯାଇଛି । ଯାହାଫଳରେ କମ୍ପାନିଗୁଡ଼ିକ ପ୍ରତି କର୍ମଚାରୀଙ୍କୁ ୨୦ ଲକ୍ଷ ଡଲାର ଦେଇ ସେମାନଙ୍କର ବିଦେଶୀ କର୍ମଚାରୀଙ୍କ ପାଇଁ ସମାନ କାର୍ଯ୍ୟ କରିପାରିବେ । ଗତ ଫେବ୍ରୁଆରୀ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଲ୍ଡ କାର୍ଡ ନାଁରେ ଏକ ସ୍ପେଶାଲ୍ ଭିଜା ପ୍ରୋଗ୍ରାମ ଆରମ୍ଭ କରିଥିଲେ । ଯାହାକୁ ଏବେ ନୂଆ ରୂପ ଦେଇଛନ୍ତି । 

ଗୋଲ୍ଡ କାର୍ଡର ଆରମ୍ଭ ସମୟରେ ଆମେରିକା ସରକାର ଏହାର ମୂଲ୍ୟ ୫ ମିଲିଅନ୍ ଡଲାର ସ୍ଥିର କରିଥଲେ । ଅର୍ଥାତ ଭାରତୀୟ ମୂଦ୍ରାରେ ଏହା ୪୪ କୋଟି ଟଙ୍କା ଥିଲେ । ହେଲେ ଏବେ ଗୋଲ୍ଡ କାର୍ଡର ଯୋଜନାରେ ଟ୍ରମ୍ପ ପରିବର୍ତ୍ତନ ଆଣି ୧ ମିଲିଅନ୍ ଡଲାର ରଖିଛନ୍ତି । ଆଉ ଏହା ଘୋଷଣା ହେବା ପରେ ଟ୍ରମ୍ପ ସୂଚନା ଦେଇ କହିଛନ୍ତି, ଏହି କାର୍ଡ ଦ୍ବାରା ଆମେରିକା ସରକାରଙ୍କ ଟ୍ରେଜେରୀକୁ କୋଟି କୋଟି ଟଙ୍କା ଆସିବ । ଆଉ ଏହି ସବୁ ଟଙ୍କା ୟୁନାଇଟେଡ୍ ଷ୍ଟେଟ୍ସ ସରକାରଙ୍କ ଖାତାକୁ ଯିବ । ୩୦ ମିନିଟ୍ ପାଇଁ ଅନ୍‌ଲାଇନ୍‌ରେ ଗୋଲ୍ଡ କାର୍ଡ ବିକ୍ରି ହେବ ବୋଲି ଟ୍ରମ୍ପ କହିଛନ୍ତି । 

Advertisment
Advertisment