ବଲାଙ୍ଗିର: ବଲାଙ୍ଗିର ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ତାଙ୍କର ଚିକିତ୍ସା କରାଯାଉଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି ସିଡିଏମ୍ଓ। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ହସ୍ପିଟାଲ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତ ୩୦ ତାରିଖରେ ସୁଶାନ୍ତ ଧଳସାମନ୍ତଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲ୍ରୁ ବଲାଙ୍ଗିର ଜେଲକୁ […]
ଭବାନୀପାଟଣା : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ଭାଷଣରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ-“କଳାହାଣ୍ଡିରେ ଆଜି ତାପମାତ୍ର ୪୫ ଡିଗ୍ରୀ ରହିଥିଲା। ଏହା ସତ୍ତ୍ୱେ ବିଜେପି ସମାବେଶକୁ ଦୂରଦୂରାନ୍ତରୁ ଲୋକେ ଆସିଛନ୍ତି। ଏଥିରୁ ବୁଝାପଡ଼ୁଛି ଆଗାମୀ ଦିନରେ ବିଜେପି ସରକାର ଗଢ଼ିବ।” ସେ କହିଥିଲେ-“ବର୍ତ୍ତମାନ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ରଥ ଦୌଡ଼ୁଛି। ଏହି […]
ପୁରୀ : ସରିଲା ରତ୍ନ ଭଣ୍ଡାର ଯାଞ୍ଚ। ବାହାର ୨ଟି ଭଣ୍ଡାର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ବାହାର ଭଣ୍ଡାର ଯାଞ୍ଚ ସାରି ଫେରିଆସିଛନ୍ତି ଯାଞ୍ଚକାରୀ। ଯାଞ୍ଚବେଳେ ଭଣ୍ଡାର ଛାତରେ ଫାଟ ଦେଖିବାକୁ ମିଳିଛି। ଯାଞ୍ଚ ପରେ ବାହାରକୁ ବାହାରିବା ପରେ ତଡ଼ଉ କରଣ ହିମାଂଶୁ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବିଧି ମୁତାବକ ଯାଞ୍ଚ କାର୍ଯ୍ୟ କରାଯାଇଛି। କେବଳ ବାହାର ଭଣ୍ଡାର ଯାଞ୍ଚ ହେଲା, ଭିତର ହେଲାନି ଭଣ୍ଡାର ଘର ଛାତରେ ଫାଟ ରହିଥିବା ଦେଖିପାରିଲୁ […]
ଭୁବନେଶ୍ୱର : ଇମ୍ଫାଗ୍ରୁପ୍ ଦ୍ୱାରା ପରିଚାଳିତ ‘ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍’ ((IMPaCT) ତରଫରୁ ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର ୨୦୧୮’ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ‘ଏକଲବ୍ୟ ପୁରସ୍କାର ’ ପୁରସ୍କାର ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର, ଯାହାର ନଗଦ ପୁରସ୍କାର ରାଶି ୫ଲକ୍ଷ ଟଙ୍କା ରହିଛି। ମୁଖ୍ୟ ପୁରସ୍କାର ଛଡ଼ା ଦୁଇଗୋଟି ଦୃଷ୍ଟାନ୍ତମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଏ, ଯାହାର ପୁରସ୍କାର ରାଶି […]
ଭବାନୀପାଟଣା : ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା। ଦିନ ୧ଟା ୩୦ରେ ଶାହା ଭବାନୀପାଟଣାରେ ପହଞ୍ଚିବେ। ଶାହାଙ୍କ ସମାବେଶ ପାଇଁ ଭବାନୀପାଟଣାର ଲାଲବାହାଦୁର ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି। ମହାସମାବେଶରେ କର୍ମୀ ଓ ନେତାଙ୍କୁ ମିଶନ ୧୨୦ ପ୍ଲସ୍ ପାଇଁ ମନ୍ତ୍ର ଦେବେ ଅମିତ ଶାହା। ସଂଗଠନ ମଜବୁତ ପାଇଁ ସେପ୍ଟେମ୍ବରରେ ବିସ୍ତାରକଙ୍କୁ ଦେଇଥିବା ଟାକ୍ସ କେତେ ପୂରଣ ହୋଇଛି ,ତାର ମଧ୍ୟ ସମୀକ୍ଷା କରିବେ। କୋର୍ ଟିମ୍ […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ନିର୍ମାଣ ଶ୍ରମିକ ସେବା ସପ୍ତାହ। ଏହି ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ନିର୍ମାଣ ଶ୍ରମିକମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସମାଜ କଲ୍ୟାଣକାରୀ ଯୋଜନାରେ ପାଖାପାଖି ୨୨ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ କରିସାରିଛନ୍ତି। ତନ୍ମଧ୍ୟରୁ ୧୧ ଲକ୍ଷ ଶ୍ରମିକ ରାଜ୍ୟ ସରକାରଙ୍କ ଏହି ଯୋଜନାଗୁଡ଼ିକର ଲାଭ ଉଠାଉଛନ୍ତି। ଏଥିସହିତ ସମସ୍ତ ନିର୍ମାଣ […]
ଭୁବନେଶ୍ୱର: ଦୂରଦର୍ଶନ ଅଫିସ ନିକଟ ଏମସିଏଲ କଲୋନୀରୁ ଏକ ନାଗସାପ ଉଦ୍ଧାର କରାଯାଇଛି। ଏମସିଏଲର ଡିସପେନସାରୀ ଅଫିସରେ ଥିବା ଏକ ଅଚଳ ଏସି ଭିତରୁ ଆଜି ନାଗସାପଟି ବାହାରିଥିଲ॥ କିଛିଦିନ ହେବ ଏସିଟି ଖରାପ ହୋଇପଡ଼ିଥିଲା। ତେଣୁ ଏହାକୁ ସଜାଡ଼ିବା ପାଇଁ ମେକାନିକଙ୍କୁ ଡକାଯାଇଥିଲା। ହେଲେ ମେକାନିକ୍ ଆସି ଏସି ସଜାଡିବାକୁ ଗଲା ବେଳେ ନାଗସାପଟି ହଠାତ୍ ଫଣା ଟେକିଥିଲା। ଏହାପରେ ତୁରନ୍ତ ସ୍ନେକ ହେଲ୍ପ ଲାଇନ ନମ୍ବରରେ ଫୋନ କରାଯାଇଥିଲା। ଖବର ପାଇ ସ୍ନେକ୍ ହେଲ୍ପ […]
ନୂଆଦିଲ୍ଲୀ: କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା NIRF ବା ନ୍ୟାସନାଲ ଇନ୍ଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମ୍ୱାର୍କ ଆଜି ପ୍ରକାଶ ପାଇଛି। ଏଥିରେ ବିଶ୍ୱ ବିଦ୍ୟାଳୟ, କଲେଜ୍, ଇଞ୍ଜିନିୟରିଂ, ମ୍ୟାନେଜ୍ମେଣ୍ଟ, ମେଡିକାଲ, ଆର୍କିଟେକ୍ଚର, ଫାର୍ମାସୀ, ଲ ଏବଂ ସାମଗ୍ରିକ ବା ଓଭର-ଅଲ୍, ଏମିତି ୯ଟି ବର୍ଗରେ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀର ମିରଣ୍ଡା ହାଉସ୍ ଶ୍ରେଷ୍ଠ କଲେଜ୍ ବିବେଚିତ ହୋଇଛନ୍ତି। ଓଭର-ଅଲ୍ ରେଟିଂରେ IIT […]
ଭୁବନେଶ୍ୱର: ପୁଣି ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍। ମଧ୍ୟାହ୍ନ ଭୋଜନ ଏବଂ ଆହାରକୁ ନେଇ ହାଇକୋର୍ଟରେ ତାଙ୍କ ବିରୋଧରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସସ୍ୱାର୍ଥ ମାମଲା ଦାଖଲ ହୋଇଛି। ଏଥିରେ ପାଣ୍ଡିଆନ ଓ ଅନ୍ୟ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅଭିଯୋଗ ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ପାଣ୍ଡିଆନ ମାନା ଟ୍ରଷ୍ଟ ନାମକ ଏକ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଏହି ଟ୍ରଷ୍ଟକୁ ବିନା ଟେଣ୍ଡରରେ ୧୭ଟି […]
ନୂଆପଡ଼ା : ଖରିଆରର କପଡ଼ା ବ୍ୟବସାୟୀ କୈଳାଶ ସରାଫଙ୍କ ପୁଅ ବୈଭକକୁ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ୭ ହଜାର ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। କୈଳାସ ସରାଫଙ୍କ ପୁଅ ବୈଭବଙ୍କୁ ଆକ୍ରମଣ କରିବା ସହ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଦେଇଥିଲେ ଜଣେ ଯୁବକ ମନୋରଂଜନ ସରାଫ୍ ଏବଂ ଅନ୍ୟ ଜଣେ ନାବାଳକ। ଉଭୟଙ୍କୁ ଧରିଛି ଖରିଆର ପୋଲିସ। ସୂଚନା ଅନୁସାରେ ମନୋରଂଜନ ସରାଫଙ୍କଠାରୁ ବୈଭବ ୭ ହଜାର ଟଙ୍କା ଉଧାର […]
ନୂଆଦିଲ୍ଲୀ : ବାଲାକୋଟ୍ କାର୍ଯ୍ୟାନୁଷ୍ଠାନର ପରବର୍ତ୍ତୀ ଛକାପଞ୍ଝା ବେଳେ ପାକିସ୍ତାନର F-16କୁ ଖସାଇଥିଲେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ରାଡାର ଇମେଜ୍ ଉପସ୍ଥାପନ କରି ଆଜି ଏହାର ପ୍ରମାଣ ଦେଇଛି ଭାରତୀୟ ବାୟୁସେନା। ଏଲଓସିରେ ନିୟୋଜିତ ଆଓ୍ୱାକ୍ସ ରାଡାର ଦ୍ୱାରା ଉତ୍ତୋଳିତ ଚିତ୍ରରୁ ଏହାର ସ୍ପଷ୍ଟ ପ୍ରମାଣ ମିଳିଥିବା ଏୟାର ଭାଇସ ମାର୍ଶାଲ RGK କପୁର କହିଛନ୍ତି। ଗତ ଫେବ୍ରୁଆରୀ ୨୭ ତାରିଖରେ ଏଲଓସିରେ ପାକ୍ ବାୟୁସେନାର ଏକ F-16 ବିମାନକୁ ଭାରତୀୟ ବାୟୁସେନା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ […]
ପୁରୀ : ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଗଜପତି ମହାରାଜ ଯାଉ ନ ଥିବା ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗଜପତି ରତ୍ନଭଣ୍ଡାର ଭିତରକୁ ଯାଆନ୍ତୁ ବୋଲି ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ଗଜପତିଙ୍କ ବଦଳରେ ତାଙ୍କ ପ୍ରତିନିଧି ରତ୍ନ ଭଣ୍ଡାରକୁ ଭିତରକୁ ଯିବେ। ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ଶ୍ରୀମନ୍ଦିର ପରିଚାଳନା ସଭାର ଓ ବିଭିନ୍ନ […]
ବାଲେଶ୍ୱର : ରାତିରେ ଘରେ ପଶି ମହିଳାଙ୍କୁ ଆକ୍ରମଣ। ମହିଳା ଗୁରୁତର ଭାବେ ଆହତ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ପ୍ରତାପପୁରରେ ଏହି ଘଟଣା ଘଟିଛି। ଆହତ ହୋଇଥିବା ମହିଳା ଜଣକ ହେଲେ ରଂଜିତା ବେହେରା। ରଂଜିତାଙ୍କ ସ୍ୱାମୀ ପୁରୁଷୋତ୍ତମ ଓ ପୁଅ ଚେନ୍ନାଇରେ କାମ କରନ୍ତି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ରଂଜିତାକୁ ଭୁଜାଲିରେ ହାଣିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଛି। ଆଜି ସକାଳେ କିଛି ଲୋକ […]
ଭୁବନେଶ୍ୱର: IPS ସ୍ତରରେ ଅଦଳବଦଳ ହୋଇଛି। ସୋମବାର ଓଡ଼ିଶା କ୍ୟାଡ଼ର ବରିଷ୍ଠ ପୁଲିସ ଅଧିକାରୀ ସ୍ତରରେ ପୁଣି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଇପିଏସ୍ ଜୟନାରାୟଣ ପଙ୍କଜଙ୍କୁ କେନ୍ଦୁଝର ଏସ୍ପି ଦାୟିତ୍ୱ ମିଳିଛି। କ୍ରାଇମବ୍ରାଞ୍ଚର ଏସ୍ପି ଦାୟିତ୍ୱ ପଣ୍ଡିତ ରାଜେଶ ଉତ୍ତମ ରାଓ, ନୀତି ଶେଖରଙ୍କୁ କେନ୍ଦ୍ରାପଡ଼ା ଏସ୍ପି, ପ୍ରକାଶ ଆରଙ୍କୁ ଜଗତସିଂହପୁର ଏସ୍ପି, ରବୀନ୍ଦ୍ର କୁମାର ମହାପାତ୍ରଙ୍କୁ ଏସ୍ଆଇଡବ୍ଲୁ ଏସ୍ପି, ଗଗନ ବିହାରି କରଙ୍କୁ ପିଟିଆଇ ଏସ୍ପି, ଅଶ୍ୱିନୀ କୁମାର ମହାନ୍ତିଙ୍କୁ ଝାରସୁଗୁଡ଼ା ଏସ୍ପି, ସୁଧୀର […]
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବାଟିକାରେ ଘଟିଛି ଏକ ଅଭାବନୀୟ ଘଟଣା। ଯାହାକୁ ନେଇ ରାଜଧାନୀରେ ଖୁବ୍ ଚର୍ଚ୍ଚା। ପ୍ରେମିକାର ଓଢ଼ଣୀରେ ପ୍ରେମିକ କରିଛି ଆତ୍ମହତ୍ୟା। ଜୟଦେବ ବାଟିକାରେ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ,ମୃତକଙ୍କ ଘର ବାଲେଶ୍ୱର ଓ ସେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ପ୍ରେମିକା ଜଣଙ୍କ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡିଛି। ପୋଲିସ ସଂପୃକ୍ତ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି। […]