କଟକ: କଟକରେ ପୁଣି ଏନ୍କାଉଣ୍ଟର। ଚାଉଳିଆଗଞ୍ଜରେ କମିଶନରେଟ୍ ପୋଲିସ୍ର ଏନ୍କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ। ଉଭୟେ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି। ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନର ଭାଇ ତାହିରଙ୍କୁ ଗୁଳି ଘଟଣାରେ ଉଭୟେ ସଂପୃକ୍ତ ଥିବା ପୋଲିସ୍ କହିଛି। କାଲା ବାବୁ ଓ ଅଲେଖ ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ପାଇ ପୋଲିସ୍ର ଏକ ଟିମ୍ […]
ସୁନ୍ଦରଗଡ଼( ବିଜୟ ବରୁଆ) : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ରେ ପ୍ରଚାର କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ହେମଗିରି ଠାରେ ପ୍ରଥମେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ IGH ହସ୍ପିଟାଲ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ଏଥି ସହ ସେ ବିଜେଡିର ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳ ଏବଂ ସ୍ଥାନୀୟ ବିଧାସଭା ପ୍ରାର୍ଥୀ ଯୋଗେଶ ସିଂଙ୍କ […]
ଭୁବନେଶ୍ୱର : ଫେସବୁକ୍ରେ ବନ୍ଧୁତା, ପରେ ବ୍ୟବସାୟ ପାଇଁ ପ୍ଲାନ। ଆଉ ଶେଷରେ ଲକ୍ଷାଧିକ ଟଙ୍କାର ଠକେଇ। ଜଣେ ସରକାରୀ ବାବୁଙ୍କୁ ଏଭଳି ଚୁନା ଲଗାଇଛନ୍ତି ବିଦେଶିନୀ। ଏହି ବିଦେଶିନୀଙ୍କ ନାଁ କ୍ଲିଫଡ୍ ଜୋଫିଆ। ଘର ଇଂଲଣ୍ଡରେ। ଉଭୟଙ୍କ ମଧ୍ୟରେ ପ୍ରଥମେ ଫେସବୁକ୍ରେ ଫ୍ରେଣ୍ଡସିପ୍ ହେଲା। ଏହାପରେ ବ୍ୟବସାୟ ପାଇଁ ସରକାରୀ ବାବୁଙ୍କୁ ପ୍ରବର୍ତ୍ତାଇଲେ ବିଦେଶୀ ବାନ୍ଧବୀ। କ୍ୟାନସର ଓ ଡାଇବେଟିକ୍ ରୋଗୀଙ୍କ ପାଇଁ ମୁମ୍ବାଇର ଜଣେ ମହିଳାଙ୍କଠାରୁ ହର୍ବାଲ ପାଉଡର କିଣି ଏହାକୁ ପଠାଇଲେ। ଅଧିକ […]
ଭୁବନେଶ୍ୱର : ଶିକ୍ଷକ ନିଯୁକ୍ତି ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ମାର୍କ ନୁହେଁ, ଇଣ୍ଟରଭ୍ୟୁରେ ପ୍ରଦର୍ଶନ ଭିତ୍ତିରେ ହେବ ଶିକ୍ଷକ ନିଯୁକ୍ତି। ଏହି ନିଷ୍ପତ୍ତି ଅନୁସାରେ ଷ୍ଟାଫ ସିଲେକ୍ସନ କମିଶନଙ୍କ ଭଳି ସଂସ୍ଥା ଜରିଆରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ହେବ। ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ଗଣଶିକ୍ଷା ସଚିବ ଏହି ସୂଚନା ଦେଇଛନ୍ତି। ଛାତ୍ର-ଶିକ୍ଷକ ଅନୁପାତ ୧୦ ଅନୁପାତ ୧ କରିବାକୁ ବୈଠକରେ ନିଷ୍ପତ୍ତି […]
ଭୁବନେଶ୍ୱର : ଆସନ୍ତା ୧୨ – ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ପାଗରେ ସେଭଳି କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ ଉପକୂଳରେ ତାପମାତ୍ର କମ୍ ରହିବ ଏବଂ ଅପରାହ୍ଣରେ କାଳବୈଶାଖୀ ବର୍ଷା ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ। ତେବେ ୭ରୁ ୮ ତାରିଖ ପରେ ବର୍ଷାର ମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି। ୮ ରୁ ୧୧ ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ କାଳବୈଶାଖିର […]
ବଲାଙ୍ଗିର : ବଲାଙ୍ଗିରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଦୁଇ ଦିନିଆ ଓଡିଶା ଗସ୍ତର ଶେଷ ଦିନରେ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆୟୋଜିତ ବିଜେପି ଯୁବମୋର୍ଚ୍ଚା ସମାବେଶରେ ଯୋଗଦେଇ ଅମିତ ଶାହା ‘ମିଶନ ୧୨୦’ ଉପରେ ଉତ୍ତର ରଖିଛନ୍ତି। କାଲି ୧୨୦ କଥା କହି ନଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇନଥିଲା। ୧୨୦ କଥା କହିନଥିଲି, କାରଣ ତାଠାରୁ ଅଧିକ ହେବା ଦିଶୁଛି ବୋଲି ଶାହା ଆଜି ସଫେଇ ଦେଇଛନ୍ତି। ସେହିଭଳି ବିଜେପି ଯୁବକର୍ମୀଙ୍କ […]
ଯୋଧପୁର: ବଲିଉଡ଼ ଭାଇଜାନ୍ ସଲମାନ ଖାନ୍ଙ୍କୁ ଲାଗିଛି ଏକ ବଡ଼ ଝଟ୍କା। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦ହଜାର ଟଙ୍କାର ଜୋରିମାନା ମଧ୍ୟ କରିଛନ୍ତି। ଯୋଧପୁରର ଏକ କୋର୍ଟ ଏହି ରାୟ ଦେଇଛନ୍ତି। ବର୍ତ୍ତମାନ କୋର୍ଟରୁ ସିଧାସଳଖ ସଲମାନ୍ ଯୋଧପୁର ସେଣ୍ଟ୍ରାଲ ଜେଲ୍ ଯିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କୋର୍ଟଙ୍କ ଏହି ରାୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। […]
ଯୋଧପୁର: ବଲିଉଡ଼ ଭାଇଜାନ୍ ସଲମାନ ଖାନ୍ଙ୍କୁ ଲାଗିଛି ଏକ ବଡ଼ ଝଟ୍କା। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଖାନ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି। ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ଏହି ରାୟ ଦେଇଛନ୍ତି। ସଲମାନ ଦୋଷୀ […]
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ହତ୍ୟା ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ଢେଙ୍କାନାଳ ଏସ୍ପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ବୋଲି ସୂଚନା ମିଳିଛି। କାମାକ୍ଷାନଗର ବଜାରରେ ୪ରୁ ଅଧିକ ଦୁର୍ବୃତ୍ତ ଏକ ଚୋରା ବୋଲେରୋ ଗାଡ଼ିରେ ଆସି ଯଶୋବନ୍ତଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା।
ଛତିଶଗଡ଼ : ପ୍ରଥମ ପର୍ଯ୍ୟାୟ ମତଦାନକୁ ମାତ୍ର ଦିନଟିଏ ବାକି ଥିବା ବେଳେ ଛତିଶଗଡ଼ ଦାନ୍ତେଓ୍ୱାଡାରେ ଲାଲ ହିଂସା। ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡ଼ିକୁ IED ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି ମାଓବାଦୀ। ଏଥିରେ ବିଧାୟକ ମାଣ୍ଡଭିଙ୍କ ମୃତ୍ୟୁ ହୋଇଛି। ତାଙ୍କ ଡ୍ରାଇଭର ଓ ଗାଡ଼ିରେ ଥିବା ୩ ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୫ ଜଣଙ୍କ ଜୀବନ ଯାଇଛି। ଦାନ୍ତେୱାଡ଼ାର କୁଆଗୁଡ଼ା ନିକଟରେ ଏହି ବିସ୍ଫୋରଣ ହୋଇଛି। କେମିତି, କେଉଁ ପରିସ୍ଥିତିରେ ଆକ୍ରମଣ ହେଲା ସେନେଇ ସ୍ପଷ୍ଟ […]
ହାଇଦ୍ରାବାଦ: ଦ୍ୱିତୀୟ ଶ୍ରେଣୀର ଛାତ୍ର ଗୋଟିଏ ଦିନ ପାଇଁ ପୋଲିସ କମିଶନର ହୋଇ ଏବେ ଚର୍ଚ୍ଚାରେ। ମାତ୍ର ଦିନକ ପାଇଁ ହାଇଦ୍ରାବାଦ ପୋଲିସ କମିଶନର ଭାବେ ଗତକାଲି ପୋଲିସ କମିଶନରଙ୍କ ଚୌକିରେ ବସିଥିଲେ ହାଇଦ୍ରାବାଦର ଛାତ୍ର ଡି.ଇଶାନ। ବୁଧବାର ସକାଳେ ଇଶାନ କମିଶନରଙ୍କ ଅଫିସ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଫ୍ରେଣ୍ଡ୍ଲି ପୋଲିସିଂ ଓ ଅଧିକ ସତର୍କତା ପାଇଁ ସିସିଟିଭି କ୍ୟାମେରା ଉପରେ ଗୁରୁତ୍ୱ ରହିବ […]
ବାଲେଶ୍ୱର: ATMକୁ ତାଡ଼ି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ବାହନଗା ବଜାରରେ ଥିବା SBIର ଏକ ATMକୁ ଦୁର୍ବୃତ୍ତ ତାଡ଼ି ନେଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଏଟିଏମ୍କୁ ଜଗିବା ପାଇଁ କୌଣସି ସୁରକ୍ଷା କର୍ମୀ ନଥିଲେ। ଫଳରେ ଏହା ଜାଣିପାରି ଦୁର୍ବୃତ୍ତମାନେ ଏମିତି କରିଥିବାର ସନ୍ଦେହ କରାଯାଉଛି। ATM ମେସିନ୍କୁ ତାଡ଼ି ନେଇ ରାସ୍ତାରେ ପକାଇ ଦେଇଛନ୍ତି ଦୁର୍ବୃତ୍ତ। ହେଲେ ATMରୁ କେତେ ଟଙ୍କା ଲୁଟ୍ ହୋଇଛି ଜଣା […]
ନୂଆଦିଲ୍ଲୀ: ଶାସକ ବିଜେପି ନେତୃତ୍ୱ ଏନ୍ଡ଼ିଏ ସାଂସଦମାନେ ସେମାନଙ୍କର ୨୩ ଦିନର ଦରମା ଓ ଭତ୍ତା ନେବେନି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟରେ ସଂସଦରେ କୌଣସି କାର୍ଯ୍ୟ ହୋଇପାରିନି, ଏକପ୍ରକାର ଗୃହ ଅଚଳ ହୋଇରହିଲା। ଏପରିକି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବାକୁ ଥିବା ବେଳେ ଗୃହ କାର୍ଯ୍ୟ ସୁରୁଖୁରରେ କରିବାକୁ ଦେଲାନି କଂଗ୍ରେସ। ଫଳରେ ଜନସାଧାରଣଙ୍କ ଟଙ୍କାକୁ ସାଂସଦମାନେ ଦରମା ଆକାରରେ […]
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର ଆଜି ଶେଷ ଦିନ। ଆଜି ଶେଷ ଦିନରେ ଶାହା ବଲାଙ୍ଗିରରେ ଆୟୋଜିତ ଜନସମାବେଶରେ ଯୋଗଦେବେ। ଗତକାଲି ଭବାନୀପାଟଣାରେ ମହାସମାବେଶ ପରେ ସାଂଗଠନିକ ସ୍ଥିତି ନେଇ ଦଳୀୟ ନେତାଙ୍କ ସହ ସେ ଆଲୋଚନା କରିଥିଲେ। ଭବାନୀପାଟଣାର ଏକ ହୋଟେଲ୍ରେ ଆୟୋଜିତ ବୈଠକରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ନେତା ଓ କର୍ମୀଙ୍କ ସହ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ […]