• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

secury zplus
ନୌସେନା ଓ ବାୟୁସେନା ମୁଖ୍ୟଙ୍କୁ ଜେଡ୍ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ :  ଭାରତୀୟ ବାୟୁସେନା ମୁଖ୍ୟ ଓ ନୌସେନା ମୁଖ୍ୟଙ୍କ ସୁରକ୍ଷା ବଢ଼ାଯାଇଛି। ପାକିସ୍ତାନ ସହ ଉତ୍ତେଜନାକୁ ନଜରରେ ରଖି ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିଏସ୍ ଧାନଓ୍ୱା ଏବଂ ନୌସେନା ମୁଖ୍ୟ ନାଭାଲ ଷ୍ଟାଫ୍ ଆଡମିରାଲ୍ ସୁନିଲ ଲାନ୍‌ବାଙ୍କ ସୁରକ୍ଷା ବ୍ୟବସ୍ଥାକୁ Z+ (ଜେଡ୍ ପ୍ଲସ)କୁ ବଢ଼ାଇ ଦିଆଯାଇଛି। ନିଜ ବାହିନୀର କମାଣ୍ଡୋ ସୁରକ୍ଷା ପାଇଁ ମୁତୟନ ରହିବେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଦୁଇ ମୁଖ୍ୟଙ୍କ ପ୍ରତି ବିପଦ ଥିବାରୁ ସୁରକ୍ଷା ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। […]

  • Friday, 16 July 2021
abhinandan-
ଫେରିଲେ ଅଭିନନ୍ଦନ

ନୂଆଦିଲ୍ଲୀ : ଭାରତ ମାଟିରେ ପାଦ ଦେଇଛନ୍ତି ବାୟୁସେନାର ବୀର ଯବାନ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦସ୍ତାବିଜ୍ ପ୍ରସ୍ତୁତିରେ ବିଳମ୍ଭ ଯୋଗୁଁ ଅଭିନନ୍ଦନଙ୍କ ଭାରତ ଫେରିବାରେ ଅହେତୁକ ବିଳମ୍ବ ହୋଇଥିଲା। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ଅଭିନନ୍ଦନଙ୍କୁ ଇସଲାମାବାଦରୁ ଲାହୋର ଅଣାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ତାଙ୍କ ସମ୍ପର୍କିତ କେତେକ କାଗଜପତ୍ର ପ୍ରସ୍ତୁତ ହୋଇଥିଲା। ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରତ୍ୟର୍ପଣ ପୂର୍ବରୁ […]

  • Friday, 16 July 2021
zodaic1-1-1-1-2-1-1-1-1-1-2-1-1
ଜାନୁଆରୀ ୨୯, ସୋମବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ

ମେଷ: ମନ ଚଞ୍ଚଳ ରହିବ। ସେଥିପାଇଁ ଯେ କୌଣସି ନିଷ୍ପତ୍ତି ନେବାରେ ଆପଣଙ୍କୁ ସମସ୍ୟା ହେବ। ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିବ। ବୃଷ: ସ୍ଥିର ଚିତରେ କାମ କରନ୍ତୁ। ନହେଲେ ଭଲ ସୁଯୋଗ ହାତରୁ ଖସି ଯିବ। କୌଣସି କଥାରେ ଜିଦ୍ କରନ୍ତୁ ନାହିଁ। ମିଥୁନ: ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ଭଲ ରହିଛି। ଉଭୟ ଶାରୀରିକ ଓ ମାନସିକ ଭାବେ ସତେଜ ଅନୁଭବ କରିବେ। ସ୍ୱାଦିଷ୍ଟ ଭୋଜନ ଖାଇବେ। କର୍କଟ: କୌଣସି ପ୍ରସଙ୍ଗକୁ […]

  • Friday, 16 July 2021
nachiketa
ଅନୁଭୂତି ବଖାଣିଲେ ନଚିକେତା

ପାକିସ୍ତାନରେ ୮ ଦିନର ଯୁଦ୍ଧବନ୍ଦୀ ଭାବେ ନିଜର ଭୟଙ୍କର ଅନୁଭୂତି ବଖାଣିଛନ୍ତି ୧୯୯୯ କାର୍ଗିଲ ଯୁଦ୍ଧର ହିରୋ ଗ୍ରୁପ୍ କ୍ୟାପ୍‌ଟେନ କେ. ନଚିକେତା। କାର୍ଗିଲ ଯୁଦ୍ଧ ବେଳେ ସେ ଉଡାଉଥିବା ମିଗ୍-୨୭ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କୁ ପାକ୍ ଅଧିକୃତ କାଶ୍ମୀରରେ ଓହ୍ଲାଇବାକୁ ପଡିଥିଲା। ପାକିସ୍ତାନ ସୈନ୍ୟ ତାଙ୍କୁ ଧରିନେଇ ଭୟଙ୍କର ଶାରୀରିକ ନିର୍ଯାତନା ଦେଇଥିଲେ।  ଏମିତିକି ତାଙ୍କୁ ମାରିଦେବାକୁ ଉଦ୍ୟମ ମଧ୍ୟ କରିଥିଲେ। ତେବେ ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ଉଦ୍ଧାର କରିବା […]

  • Friday, 16 July 2021
ta
ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ତୀବ୍ର: ଏକାଠି ହେଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଥିବା ବେଳେ ଏ ପ୍ରସଙ୍ଗ ନେଇ ଆଜି ସଂସଦରେ ଏକାଠି ହୋଇଛନ୍ତି ୨୧ଟି ବିରୋଧୀ ରାଜନୈତିକ ଦଳର ନେତା। ଏଭଳି ସ୍ଥିତିରେ ସମସ୍ତ ବିରୋଧୀ ଦଳ ଦେଶବାସୀଙ୍କ ସାଙ୍ଗରେ ଥିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ସେହିଭଳି ଭାରତୀୟ ବାୟୁସେନା କାର୍ଯ୍ୟାନୁଷ୍ଠାନ ବେଳେ ଜଣେ ପାଇଲଟ୍‌ ନିଖୋଜ ହୋଇଥିବାରୁ ଏଥିପାଇଁ ଗଭୀର ଉଦବେଗ ପ୍ରକାଶ କରାଯାଇଥିଲା। ସେହିପରି ଯବାନଙ୍କ ବଳିଦାନକୁ ନେଇ ରାଜନୀତି କରା ନଯାଉ ବୋଲି କହିଛନ୍ତି […]

  • Friday, 16 July 2021
3
ରାସ୍ତାରେ ଜଳିଗଲା ଯାତ୍ରୀବାହୀ ବସ୍

ଗାନ୍ଧିନଗର: ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌। ଗୁଜୁରାଟର ମେହସାଣା-ଅହମ୍ମଦାବାଦ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବାବେଳେ ହଠାତ୍ ବସ୍‌ରେ ନିଆଁ ଲାଗିଯାଇଥିଲା। ଏହାପରେ ନିଆଁରେ ବସ୍‌ଟି ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ତେବେ ଡ୍ରାଇଭର ଜଣକର ଉପସ୍ଥିତ ବୁଦ୍ଧି ଯୋଗୁ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିବା ପରେ ବସ୍‌କୁ ଡ୍ରାଇଭର ଜଣକ ରାସ୍ତା କ଼ଡ଼କୁ ନେଇ ଯାଇଥିଲେ। ଏହାପରେ ବସ୍‌ରେ ନିଆଁ ଲାଗିବା ଅବସ୍ଥାରେ […]

  • Friday, 16 July 2021
e
ଭାରତୀୟ ବାୟୁସେନା ପାଇଲଟଙ୍କ ସୁରକ୍ଷା ଦାବି କଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ନିଖୋଜ ହୋଇଯାଇଛନ୍ତି। ସେ ଆଜି ମିଗ୍-୨୧ ବିମାନରୁ ଉଡ଼ାଣ ଭରିଥିଲେ ହେଁ ଏଯାଏ ଏୟାରବେସ୍‌କୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି। ଏଥିସହ ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁଥିରେ ଅଭିନନ୍ଦନ ରହିଥିବା ପାକ୍‌ ସେନା ଦାବି କରିଛି। ପାକିସ୍ତାନ ଦ୍ୱାରା ଗିରଫ ପାଇଲଟଙ୍କର ଯେପରି କିଛି କ୍ଷତି ନହୁଏ ତାହା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀରେ ଅବସ୍ଥାପିତ […]

  • Friday, 16 July 2021
ManaTelangana
ଇଣ୍ଡିଆନ୍‌ ରେଲ୍‌ୱେର ନୂଆ ଜୋନ୍

ନୂଆଦିଲ୍ଲୀ: ଗଠନ ହେବ ରେଳବାଇର ନୂଆ ଜୋନ୍। ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନ ୨୦୧୪ ଅନୁସାରେ ଏହି ଜୋନ୍ ଗଠନ କରାଯିବା ସହ ଏହାକୁ ସାଉଥ୍ କୋଷ୍ଟ ରେଲେଓ୍ୱ ନାଁରେ ନାମିତ କରାଯାଇଛି। ସବୁ ପକ୍ଷଙ୍କ ସହ ବଚାରବିମର୍ଶ ପରେ ନୂଆ ଜୋନ୍ ଗଠନ ଲାଗି ନିଷ୍ପତ୍ତି ହୋଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ବିଶାଖାପାଟଣା ସାଉଥ୍ କୋଷ୍ଟ ରେଲୱେର ମୁଖ୍ୟାଳୟ ରହିବ ଗୁଣ୍ଟକଲ, ଗୁଣ୍ଟୁର୍ ଓ ବିଜୟଓ୍ୱାଡ଼ା ଡିଭିଜନ୍‌ କୁ ଏଥିରେ ସାମିଲ କରାଯାଇଛି। ସେହିପରି […]

  • Friday, 16 July 2021
supreem court
ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ହେବ। ବିଧାୟକଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକ ମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ଗୁରୁବାର ହେବ କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା। କ୍ଷମତାଶୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଫ୍ଲୋର୍ ଟେଷ୍ଟଦେବ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ସଂଖ୍ୟା ନଥିବା ଅଭିଯୋଗ କରି […]

  • Friday, 16 July 2021
adhikari
ହେଲିକପ୍ଟର୍‌ ଦୁର୍ଘଟଣାରେ ନେପାଳ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ୫ ମୃତ

କାଠମାଣ୍ଡୁ: ନେପାଳର ତେହରାଥୁମ୍‌ ଜିଲ୍ଲାରେ ଏକ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ନେପାଳ ପର୍ଯ୍ୟଟନ ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରୀ ୫ ଜଣ ଅନ୍ୟ ସଦସ୍ୟଙ୍କ ସହିତ ପଶ୍ଚିମ ଭାଗରେ ଥିବା ଜିଲ୍ଲା ତାପ୍ଲେଜୁଙ୍ଗରୁ ତେହରାଥୁମ୍‌ ଯାଉଥିବା ବେଳେ ହଠାତ୍‌ ହେଲିକପ୍ଟର୍‌ ଟି ତଳକୁ ଖସିପଡ଼ିଥିଲା।  ତେବେ କେଉଁ କାରଣରୁ ହେଲିକପ୍ଟର୍‌ଟି ତଳକୁ ଖସିପଡ଼ିଲା ତାହା ଜଣାପଡ଼ିନାହିଁ।  

  • Friday, 16 July 2021
modi-rajnath
ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି

ନୂଆଦିଲ୍ଲୀ: ପାକିସ୍ତାନୀ ଜେଟ୍‌ର ଭାରତର ଏୟାର ସ୍ପେସ୍ ଉଲ୍ଲଂଘନ ଓ IAF ଦ୍ୱାରା F-16 ବିମାନକୁ ଖସାଇ ଦେବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଅନ୍ୟପଟେ ଭାରତର ବିମାନକୁ ମଧ୍ୟ ଖସାଇ ଦେଇଥିବା ପାକିସ୍ତାନ ଦାବି କରୁଛି। ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସୁରକ୍ଷାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଦେଶର ସାଂପ୍ରତିକ ସୁରକ୍ଷା ନେଇ ମୋଦିଙ୍କୁ ଅବଗତ କରାଇଛନ୍ତି। NSA  ବିଜ୍ଞାନ […]

  • Friday, 16 July 2021