କଟକ : ନିଜ ତଣ୍ଟି ନିଜେ କାଟିଲେ ଯୁବକ। କଟକ କ୍ୟାଣ୍ଟନମେଣ୍ଟ ଥାନା ପଟାପୋଲ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶ୍ରୀଚଣ୍ଡି ନାମକ ଜଣେ ଯୁବକ ଛୁରୀରେ ନିଜ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ନୂଆଦିଲ୍ଲୀ: ବିମାନ ଭିତରେ ବି ମଶାଙ୍କ ରାଜୁତି। ଏପରି ଅସ୍ତବ୍ୟସ୍ତ କରି ପକାଇଥିଲେ ଯେ ରାତି ସାରା ଯାତ୍ରୀମାନେ ଶୋଇ ପାରିନଥିଲେ। ହାତରେ କାର୍ଡବୋର୍ଡ, ପେପର, ଲିଫ୍ ଲେଟ୍ ଧରି ମଶା ଘଉଡ଼ାଇବା ଅଭିଯାନ ଆରମ୍ଭ କରିଦେଇଥିଲେ ଯାତ୍ରୀ। ଏଭଳି ସମସ୍ୟା ଇଣ୍ଡିଗୋ ବିମାନରେ ଦେଖିବାକୁ ମିଳିଛି। ଭିଡ଼ିଓ ସୌଜନ୍ୟ: ଏଏନ୍ଆଇ #WATCH A video shot by a passenger at Lucknow airport on a Jet Airways flight shows passengers swatting mosquitoes […]
ଭୁବନେଶ୍ୱର: ଭାରତ ବନ୍ଦ ପାଇଁ ଆଜି ରାଜ୍ୟରେ ହେବାକୁ ଥିବା BPUTର ସମସ୍ତ ପରୀକ୍ଷାକୁ ବାତିଲ୍ କରାଯାଇଛି। BPUT ଅଧିନରେ ଥିବା ୮୮ଟି ସେଣ୍ଟରରେ ପରୀକ୍ଷା ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଭିନ୍ନ ବର୍ଗର ୫୫ଟି ବିଷୟରେ ପରୀକ୍ଷା ହୋଇଥାନ୍ତା। ଆସନ୍ତା ୧୨ରୁ ୨୦ ମଧ୍ୟରେ ପୁନଃ ପରୀକ୍ଷା ପାଇଁ BPUT ଭିସି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏପ୍ରିଲ ୨ରେ ମଧ୍ୟ ଭାରତ ବନ୍ଦ ପାଇଁ ପରୀକ୍ଷା ବାତିଲ ହୋଇଥିଲା।
ମହାରାଷ୍ଟ୍ର: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତ ଗତିରେ ଥିବା ଏକ ଟ୍ରକ୍ ବାରିକେଡ଼ରେ ଚଢ଼ିଯିବାରୁ ଘଟଣାସ୍ଥଳରେ ୧୭ଜଣ ନିର୍ମାଣଧୀନ ଶ୍ରମିକଙ୍କ ମୃତ୍ୟୁ ହେବାସହ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବାର ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶ୍ରମିକମାନେ କର୍ଣ୍ଣାଟକର ବିଜାପୁରରରୁ ପୁନେ ଅଭିମୁଖେ ଯାଉଥିଲେ। ଘଟଣାସ୍ଥଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ମୁମ୍ବାଇ-ବେଙ୍ଗାଲୁରୁ ହାଇୱେ ଓଭରଟର୍ଣ୍ଣିଂ କରିବା ପୂର୍ବରୁ ଖମ୍ବାଟ୍କି ଘାଟ ନିକଟରେ […]
ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଆଜି କିଛି ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ସ୍ଥାନରେ। ବଲାଙ୍ଗିରରେ ରୁଦ୍ର ନାରାୟଣ ସେନା ପକ୍ଷରୁ ପିକେଟିଂ କରାଯାଇ ସହରର ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ କରାଯାଇଛି। ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରୁଛନ୍ତି ରୁଦ୍ର ନାରାୟଣ ସେନାର କର୍ମୀମାନେ। ବନ୍ଦ ଯୋଗୁଁ ବସ୍ ଚଳାଚଳ ପ୍ରଭାବିତ ରହିଛି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ […]
ରାୟଗଡ଼ା: ରାୟଗଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସହିଦ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ନିୟମଗିରି ପାଦ ଦେଶରେ ଥିବା ସକଟା ଗାଁ ନିକଟରେ ଏହି ଘଟଣା ଘଟିଛି। ଗତକାଲି ସଂଧ୍ୟାରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଡିଭିଏଫ୍ ଯବାନ ସଞ୍ଜୟ ମାଝୀ ଗୁରୁତର ଆହତ ହୋଇଥିଲେ। ତେବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସହିଦ ଯବାନଙ୍କ ଘର ରାୟଗଡ଼ା ଆମ୍ବଦଳା ଅଞ୍ଚଳରେ ବୋଲି ରାୟଗଡ଼ା […]
ଭୁବନେଶ୍ୱର: କୂଅରୁ ମିଳିଲା ନିଖୋଜ ଡାକ୍ତରାଣୀଙ୍କ ମୃତଦେହ। ଘଟଣା ଘଟିଛି ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ। ମୃତ ଡାକ୍ତରାଣୀଙ୍କ ନାଁ ସଂଘମିତ୍ରା ମିଶ୍ର। ଲକ୍ଷ୍ମୀସାଗଗର ଥାନା ଅନ୍ତର୍ଗତ ଝାରପଡ଼ା ପ୍ଲଟ୍ ନମ୍ବର ୭୧୭ ଥିବା ଏକ ୪୦ ଫୁଟ ଗଭୀର କୂଅ ଭିତରୁ ଗତରାତିରେ ସଂଘମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୯ଟାରୁ ନିଖୋଜ ଥିଲେ ସଂଘମିତ୍ରା। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଗତ ସଂଧ୍ୟାରେ ଘର ପରିସରରେ ଥିବା […]
ଭୁବନେଶ୍ୱର: ନିଶା ସେବନ ସାଙ୍ଗକୁ ବାର୍ଗାର୍ଲଙ୍କ ସହ ଅୟସ୍ ଲାଗି କରୁଥିଲେ ଲୁଟ୍। କମିଶନରେଟ୍ ପୋଲିସ ହାବୁଡରେ ପଡିଛି ରାଜଧାନୀରେ ଲୁଟ୍ରାଜ୍ ଚଳାଇଥିବା ଏମିତି ଏକ ୫ ଜଣିଆ ଗ୍ୟାଙ୍ଗ। ଏମିତିକି ସ୍ପିଡ୍ ବାଇକିଂରେ ଓସ୍ତାଦ ଜଣେ ନାବାଳକ କୁଆଡ଼େ ଏହି ଗ୍ୟାଙ୍ଗର ରିଂ ଲିଡର ବୋଲି ଜଣାପଡିଛି। ଘନ ଘନ ଜେରା ପରେ ଖୋଲିଛି ଏମାନଙ୍କ କଳା କାରନାମାର ଗୁମର। ପୂରା ଫିଲ୍ମୀ ଅନ୍ଦାଜ୍ରେ ଜୀବନ କାଟୁଥିଲେ ଏହି ଲୁଟେରାମାନେ। ନିଶା ସେବନ ଓ ବାର୍ଗାର୍ଲଙ୍କ […]
ଭୁବନେଶ୍ୱର : ମହାନଦୀ ପରେ ଏବେ ଇବ୍ ନଦୀକୁ ଶୁଖାଇବାକୁ ଛତିଶଗଡ଼ର ଷଡ଼ଯନ୍ତ୍ର। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛି ବିଜେଡି। ଏଯାଏଁ ମହାନଦୀ ଟ୍ରିବ୍ୟୁନାଲ ବିଧିବଦ୍ଧ ଭାବେ ଆରମ୍ଭ ହୋଇନାହିଁ। ଟର୍ମ ଅଫ୍ ରେଫରେନ୍ସ ଓ ଭିତ୍ତିଭୂମି କେନ୍ଦ୍ର ସରକାର ଯୋଗାଇ ନାହାଁନ୍ତି। କଟା ଘା’ରେ ଚୂନ ଦେଲା ଭଳି ଇବ୍ ନଦୀର ଉପନଦୀ ମୈନୀରେ ଛତିଶଗଡ଼ ବନ୍ଧ ତିଆରି କରୁଛି। ଏହାଯୋଗୁଁ ଗଭୀର ପ୍ରଭାବ ପଡ଼ିବ ଏବଂ ଇବ୍ ନଦୀ […]
ଭୁବନେଶ୍ୱର : ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଛାତ୍ରଛାତ୍ରୀଙ୍କ ଧାରଣା, ନାରାବାଜି। ଦାବି ପୂରଣ ନେଇ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ଏମିତି ଢଙ୍ଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିଛି ସମର୍ଥନ। ମାଟ୍ରିକ ଖାତା ମୂଲ୍ୟାୟନର ଠିକ୍ ଗୋଟିଏ ଦିନ ଆଗରୁ ଅର୍ଥାତ୍ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିବା ଶିକ୍ଷକଙ୍କ ଆନ୍ଦୋଳନକୁ ପାଖାପାଖି ୨୦ଦିନ ବିତିଲାଣି। ଯୁକ୍ତ ଦୁଇ ମୂଲ୍ୟାୟନ ବର୍ଜନକୁ ବି […]
ଭୁବନେଶ୍ୱର : ଅଧା ଓଡ଼ିଶା ପାଇଁ ସତର୍କ ସୂଚନା। କାଳବୈଶାଖୀ ବର୍ଷା, ପବନ ନେଇ ସତର୍କ କଲା ପାଣିପାଗ ବିଭାଗ। ୧୪ଟି ଜିଲ୍ଲାର ଲୋକଙ୍କୁ ରାତି ୭ଟା ପର୍ଯ୍ୟନ୍ତ ସତର୍କ ସୂଚନା। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ ସମେତ ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ବର୍ଷା ଏବଂ ପବନ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦/୬୦ କି.ମି […]
ଭୁବନେଶ୍ୱର : ନବୀନ ନିବାସରେ ଆଜି ବି ହୋଇଛି ବିଜେଡିର ଯୋଗଦାନ କାର୍ଯ୍ୟକ୍ରମ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ାର ଶତାଧିକ ସଂଖ୍ୟାରେ ନେତା ଓ କର୍ମୀ। କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଏହି ସମସ୍ତ କର୍ମକର୍ତ୍ତା। ଶତାଧିକ ସମର୍ଥକଙ୍କ ଗହଣରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ସମସ୍ତ ନେତା ବିଜେଡିରେ ଯୋଗ ଦେଇଛନ୍ତି। କେନ୍ଦ୍ରାପଡ଼ରେ ଏହି ନେତା ଓ କର୍ମୀଙ୍କ ଯୋଗଦାନରେ କେନ୍ଦ୍ରାପଡ଼ା ଜିଲ୍ଲାରେ […]
ବ୍ରହ୍ମଗିରି : ବ୍ରହ୍ମଗିରିରେ ହାତୀ ଆତଙ୍କ। ବ୍ରହ୍ମଗିରି ବ୍ଲକ ରାମଚନ୍ଦ୍ରପୁର ଲବଙ୍ଗସରରେ ଏକ ହାତୀ ଆଜି ସକାଳୁ ଆତଙ୍କ ସୃଷ୍ଟି କରିଛି। ହାତୀଟି ସାହୁପଡା, ଭଣ୍ଡାରୀକୁଦା ଗହୀରରେ ଧାନ ନଷ୍ଟ କରଥିଲା। ଏହାପରେ ହାତୀଟି ଲବଙ୍ଗସର ଆଡକୁ ଯାଇଥିଲା। ଖବର ପାଇ ହାତୀ ଦେଖିବା ପାଇଁ ଅନେକ ଲୋକ ଏକାଠି ହୋଇଛନ୍ତି। ସେପଟେ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀର ଗତିବିଧି ଅନୁଧ୍ୟାନ କରୁଛନ୍ତି। ହାତୀକୁ ଘଉଡାଇବା ପାଇଁ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଲବଙ୍ଗସର […]
ଭୁବନେଶ୍ୱର: ଦାବି ପୂରଣ ନେଇ ଜିଦ୍ରେ ଅଟଳ ଶିକ୍ଷକ। ଏଣେ ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତାର ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଭୁବନେଶ୍ୱର ବିଜେବି କଲେଜ ଓ ବାଲେଶ୍ୱର ଏଫ୍.ଏମ କଲେଜେର ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି ଛାତ୍ରଛାତ୍ରୀ। ଶିକ୍ଷକମାନଙ୍କ ଦାବି ଅନୁସାରେ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନପାଇବାରୁ ଏହି ଆନ୍ଦୋଳନ ଜାରି ରହିଛି। ଯେପର୍ଯ୍ୟନ୍ତ ଦାବି […]
କୋରାପୁଟ: ସ୍କୁଲ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। କୋରାପୁଟ ଦଶମନ୍ତପୁର ବ୍ଲକ ପରଜାବେଡାପଦର ସେବାଶ୍ରମ ସ୍କୁଲରେ ପଢୁଥିବା ୩ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରଯାଇଥିବା ଅଭିଯୋଗ ହୋଇଛି। ଅପହରଣ ହୋଇଥିବା ଛାତ୍ରୀଙ୍କ ମଧ୍ୟରେ ୨ ଜଣ ଷଷ୍ଠ ଶ୍ରେଣୀ ଏବଂ ଜଣେ ନବମ ଶ୍ରେଣୀର ଛାତ୍ରୀ ବୋଲି ସୂଚନା ମିଳିଛି। ଅନ୍ୟ ଛାତ୍ରୀଙ୍କ କହିବା ଅନୁସାରେ, ୭ ଜଣ ଛାତ୍ରୀ ଶୌଚ ପାଇଁ ଯାଇଥିବାବେଳେ କେହି ଦୁର୍ବୃତ୍ତ ସେମାନଙ୍କ ଉପରେ ଲାଇଟ ପକାଇଥିଲା। କିଛି ଛାତ୍ରୀ ସେଠାରେ ବେହୋସ […]
ପାଟନା: ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ବିବାହ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପ୍ରିଲ ୧୮ରେ ହେବ ନିର୍ବନ୍ଧ ଆଉ ମେ ୧୨ରେ ବିବାହ। ନିମନ୍ତ୍ରଣ କାର୍ଡ଼ ମଧ୍ୟ ଛପା ସରିଛି। ସବୁଠୁ ବଡ଼ କଥା ହେଲା ବିବାହକୁ ନେଇ ଉଭୟ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି। ଆପଣମାନେ କଥାଟା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। ନିଶ୍ଚୟ ଭାବୁଥିବେ କି ଐଶ୍ୱର୍ଯ୍ୟା […]