ନୂଆଦିଲ୍ଲୀ: ଫେସ୍ବୁକ ତଥ୍ୟ ଲିକ୍ ମାମଲାରେ ନିଜ ପକ୍ଷ ରଖିବାକୁ ପ୍ରଥମ ଥର ପାଇଁ ବିଧିବଦ୍ଧ ଭାବେ ୟୁଏସ୍ କଂଗ୍ରେସ୍ ସମ୍ମୁଖରେ ହାଜର ହେଲେ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ। ୟୁଏସ୍ କଂଗ୍ରେସ ସମ୍ମୁଖରେ ହାଜର ହୋଇ ସେ ନିଜ ଦୋଷ ସ୍ୱୀକାର କରିବା ସହ କହିଥିଲେ ଯେ, ‘‘ମୁଁ ଫେସ୍ବୁକ ଆରମ୍ଭ କରିଥିଲି, ତେଣୁ ସେଥିରେ ହୋଇଥିବା ସମସ୍ତ ଭୁଲ୍ର ଦାୟିତ୍ୱ ମୁଁ ନେଉଛି।’’ କିଛି ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଜୁକରବର୍ଗଙ୍କୁ ୟୁଏସ୍ କଂଗ୍ରେସ […]
ପୁରୀ : ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରର ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସରିବା ପରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କୁ ବନକଲାଗି କରିବା ପାଇଁ ଭିତରକୁ ପ୍ରବେଶ କରିବେ। ଏଥିପାଇଁ ୪ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ସାଢେ ୩ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ସମୟ ନିର୍ଘଣ୍ଟ କରାଯାଇଛି।
ବିଜାପୁର : ଛତିଶଗଡ଼ର ନକ୍ସଲ ପ୍ରବଣ ଅଞ୍ଚଳ ବିଜାପୁରରେ ଆଜି ନକ୍ସଲମାନେ ପୁଲିସ୍ ପ୍ୟାଟ୍ରୋଲିଂ ଟିମ୍ ଉପରେ ହମ୍ଲା କରିଛନ୍ତି। ଏଥିରେ ଦୁଇ ଜଣ ପୁଲିସ୍ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ପୁଲିସ୍ କର୍ମଚାରୀଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଆଜି ପୁଲିସ୍ ବାହିନୀ କ୍ୟାମ୍ପରୁ ପ୍ୟାଟ୍ରୋଲିଂ ପାଇଁ ବିଜାପୁର ସ୍ଥିତ ଏକ ଜଙ୍ଗଲକୁ ଯାଉଥିବା ବେଳେ ଏଭଳି ନକ୍ସଲ ହମ୍ଲାର ଶିକାର ହୋଇଥିବା ଜଣାପଡ଼ିଛି। ହମ୍ଲା ପରେ କିଛି ସମୟ […]
ନୂଆଦିଲ୍ଲୀ : ବିଗତ ୫ ବର୍ଷରେ ବିଜେପି ନେତୃତ୍ୱାଧିନ ସରକାର କେବଳ ପ୍ରତିଶ୍ରୁତି ଦେଇଛି। ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିନାହିଁ ମୋଦି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇ ଆଜି ଏଭଳି ସମାଲୋଚନା କରିଛନ୍ତି କଂଗ୍ରେସର ବହିର୍ଦେଶୀୟ ବିଭାଗ ମୁଖ୍ୟ ସାମ୍ ପିଟ୍ରୋଡ଼ା। ଶହେ ସ୍ମାର୍ଟ ସିଟି, ୧ କୋଟି ନିଯୁକ୍ତି, କଳାଧନ ଫେରାଇ ଆଣିବା, ଯେଉଁଥିରେ ସରକାର ପୂରାପୂରି ବିଫଳ ହୋଇଥିବା କହିଛନ୍ତି ପିଟ୍ରୋଡା। ଏହା ସହ ସରକାର […]
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ପାଟକୁରାରେ କେବେ ହେବ ନିର୍ବାଚନ? ଏଠାରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏବେ ଏମିତି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଆସନ୍ତା ୨୯ ତାରିଖରେ ପାଟକୁରାରେ ଭୋଟଗ୍ରହଣ ହେବାର ଥିଲା। ତେବେ ବେଦ ପ୍ରକାଶଙ୍କ ଦେହାନ୍ତ ପରେ ନିର୍ବାଚନ କମିଶନ ଏଠାରେ ମତଦାନକୁ ସ୍ଥଗିତ ଘୋଷଣା କରିଛନ୍ତି। ଭାରତୀୟ ଜନପ୍ରତିନିଧ ଆଇନ ୧୯୫୧ ଅନୁସାରେ ପ୍ରାର୍ଥୀଙ୍କ ମୃତ୍ୟୁ କ୍ଷେତ୍ରରେ […]
ନୂଆଦିଲ୍ଲୀ : ଶେଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମାନିଲେ ‘ଚୌକିଦାର ଚୋର ହେ’ ବୋଲି କହିନଥିଲେ ସୁପ୍ରିମକୋର୍ଟ। ରାଫେଲ୍ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ କଦର୍ଥ କରିଥିବା ନେଇ ଅଦାଲତ ଅବମାନନା ମାମଲରେ ଦୁଃଖ ପ୍ରକାଶ କଲେ ରାହୁଲ। ରାଜନୈତିକ ଭାବପ୍ରବଣତା ହୋଇ ନିର୍ବାଚନ ପ୍ରଚାରବେଳେ ସେ ଭୁଲ୍ କଥା କହିଥିଲେ ଓ ଏଥିପାଇଁ ସେ ଦୁଃଖିତ ବୋଲି ରାହୁଲ ତାଙ୍କ ଜବାବରେ କହିଛନ୍ତି। କିଛିଦିନ ପୂର୍ବରୁ ରାଫେଲ ପ୍ରସଙ୍ଗରେ ଏକ ମାମଲାର ଶୁଣାଣି କରି […]
ନୂଆଦିଲ୍ଲୀ : ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ଗସ୍ତ ଶେଷ କରି ରାଜସ୍ଥାନର ଚିତୋରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ଏପ୍ରିଲ ୨୯ରେ ଏହି ଆସନ ଲାଗି ମତଦାନ ହେବ। ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ହାରିବାର ସମ୍ମୁଖିନ ହୋଇଥିବାରୁ ଲୋକସଭା ନିର୍ବାଚନରେ ଦଳ ଏଠାରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ […]
ନୂଆଦିଲ୍ଲୀ : ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ବୀର ଚକ୍ର ସମ୍ମାନ। ଅଭିନନ୍ଦନଙ୍କୁ ସମ୍ମାନିତ କରିବା ଲାଗି ବାୟୁ ସେନା ପକ୍ଷରୁ ସୁପାରିସ କରାଯାଇଛି। ବୀର ଚକ୍ର ହେଉଛି ତୃତୀୟ ବୃହତ୍ତମ ସାମରିକ ସମ୍ମାନ। ଆମେରିକାରେ ନିର୍ମିତ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍-୧୬କୁ ଖସାଇ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମିରାଜ-୨୦୦୦ର ପାଇଲଟ୍ ଅଭିନନ୍ଦନ ଫେବ୍ରୁଆରି ୨୭ରେ ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ଅନ୍ୟପକ୍ଷରେ ତାଙ୍କର ସୁରକ୍ଷାକୁ ନଜରରେ ରଖି […]