• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gift-1
ସ୍କାଏକିଙ୍ଗ୍‌ କୋରିଅରରେ ଆସିଥିଲା ମୃତ୍ୟୁର ପାର୍ସଲ : ପାଟଣାଗଡ଼ ଗିଫ୍ଟ ବୋମା ବିସ୍ଫୋରଣ ଖୋଳତାଡ଼ ପାଇଁ ରାୟପୁରରେ ବଲାଙ୍ଗିର ପୋଲିସ୍

ପାଟଣାଗଡ଼: ନୂଆ ଏକ ଜୀବନ ଆରମ୍ଭ ହେଉଥିଲା। ପାଦରେ ପାଦ ମିଶେଇ ସାରା ଜୀବନ ଆଗକୁ ବଢିବାର ସଂକଳ୍ପ କଢ଼ ମେଲୁଥିଲା। ଡେଣା ଝାଡୁଥିଲା କେତେ କେତେ ଅସୁମାରୀ ସ୍ୱପ୍ନ। ସୌମ୍ୟଶେଖର ଆଉ ରୀନାଙ୍କ ଏ ଯୋଡ଼ିକୁ ଯିଏ ଦେଖୁଥିଲା ଘଡ଼ିଏ ଚାହୁଁଥିଲା। ହେଲେ ଏ ଖୁସିକୁ ୫ ଦିନ ବି ପୂରିଲାନି। ସଦ୍ଦିଚ୍ଛା ଛଳରେ ଆସିଥିବା ମୃତ୍ୟୁର ଉପହାରରେ ଜଳିଗଲା ଜୀବନ। ଛାରଖାର ହୋଇଗଲା ସବୁ କିଛି। ଘଟଣାର ଦିନକ ପରେ ସାଇଣ୍ଟିଫିକ୍ ଟିମ୍, ସମ୍ବଲପୁର […]

  • Friday, 16 July 2021
matric exam
ହ୍ୱାଟ୍ସଆପ୍‌ରେ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ପରେ ଭାଙ୍ଗିଲା ବୋର୍ଡର ନିଦ : ବିଭ୍ରାଟ ଏଡ଼ାଇବାକୁ ଜାରି ହେଲା ସାନି ଗାଇଡ୍ ଲାଇନ୍

ଭୁବନେଶ୍ୱର : ମାତୃଭାଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍‌ରେ ଭାଇରାଲ୍ ହେବା ପରେ ଚେତା ପଶିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗର।  ଆଗକୁ ଥିବା ପରୀକ୍ଷାରେ ଯେପରି ଭୁଲ୍ ନହେବ ସେନେଇ ବୋର୍ଡ ପକ୍ଷରୁ ଜାରି କରାଯାଇଛି ଗାଇଡ୍ ଲାଇନ୍। ଗତକାଲି କିନ୍ତୁ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଉଭୟ ମନ୍ତ୍ରୀ ଓ ସଚିବ ଅସ୍ୱୀକାର କରିଥିଲେ। ଏପଟେ ବାକି ଥିବା ପରୀକ୍ଷାଗୁଡିକ କିପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ, ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତିନି ସୂତ୍ରୀ ଗାଇଡ୍ […]

  • Friday, 16 July 2021
supreme
ଅଯୋଧ୍ୟା ବିବାଦ ମାମଲା : ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦର ସମାଧାନ ପାଇଁ କୋର୍ଟଙ୍କ ଦ୍ୱାରା ମଧ୍ୟସ୍ଥି ନିଯୁକ୍ତ କରାଯିବ କି ନାହିଁ ସେ ସଂପର୍କିତ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ସେହପରି ଯଦି ଆଲୋଚନା ପାଇଁ ମଧ୍ୟସ୍ଥି ନିଯୁକ୍ତ କରାଯାଏ, ଆପୋଷ ବୁଝାମଣାକୁ କୋର୍ଟ ନିଜେ ତତ୍ତ୍ୱାବଧାନ କରିବେ କି ନାହିଁ, ତା ଉପରେ ବି ରାୟ ସଂରକ୍ଷିତ ରଖିଛନ୍ତି। ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ହିନ୍ଦୁ ମହାସଭା, ଆପୋଷ ବୁଝାମଣାକୁ ବିରୋଧ କରୁଥିବା ବେଳେ ଅପରପକ୍ଷ […]

  • Friday, 16 July 2021
dileswar death
ଦିଲେଶ୍ୱରଙ୍କ ମୃତ୍ୟୁ ପରେ ତେଜିଲା ପଲିଟିକାଲ୍ ଓ୍ୱାର୍ : ଶ୍ରଦ୍ଧାଞ୍ଜଳି ଦେଇ ବିଜେପିକୁ  ନରହନ୍ତା କହିଲା ବିଜେଡି

ଭୁବନେଶ୍ୱର: ରାଜନୈତିକ ହିଂସାରେ ଗଡ଼ିଲା ମୁଣ୍ଡ । ୨ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ଆଖିବୁଜିଲେ ସୋହେଲା ବନାବିରା ଆକ୍ରମଣର ଅନ୍ୟ ଜଣେ ଆହତ ଦିଲେଶ୍ୱର ସାହୁ। ବୁର୍ଲା ମେଡ଼ିକାଲରୁ କଟକ ଏସସିବିକୁ ସ୍ଥାନାନ୍ତରର କେଇ ମିନିଟ୍ ପରେ ଚାଲିଗଲା ଦିଲେଶ୍ୱରଙ୍କ ପ୍ରାଣବାୟୁ। ଆଉ ଏପଟେ ରାଜନୀତିର ଚକ୍ରବ୍ୟୁହରେ ସ୍ୱାମୀଙ୍କୁ ହରାଇଥିବା ପତ୍ନୀ ଆଖିର ଲୁହ ବୋଲ ମାନୁନି । ଫାଟିପଡ଼ୁଛି ଆତ୍ମୀୟସ୍ୱଜନଙ୍କ କୋହ। ଦିଲେଶ୍ୱରଙ୍କ ମୃତ୍ୟୁ ପରେ ପତ୍ନୀ ଆରତୀଙ୍କ ମୁଣ୍ଡ ଉପରେ ଏବେ […]

  • Friday, 16 July 2021
puri
ପୁରୀରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ 'ବାୟୋଅଫ' ଅନୁଷ୍ଠିତ : ତୃତୀୟ ଦିନର ଆକର୍ଷଣ ଥିଲା ଓଡିଆ ଚଳଚ୍ଚିତ୍ର ‘ଡଗମା’

ପୁରୀ: ପୁରୀରେ ଚାଲିଛି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ବାୟୋଅଫ’। ଉତ୍ସବର ତୃତୀୟ ଦିନର ଆକର୍ଷଣ ଥିଲା ଓଡିଆ ଚଳଚ୍ଚିତ୍ର ‘ଡଗମା’।  ଆଜିର ସମାଜରେ ମଧ୍ୟ ଗ୍ରାମାଞ୍ଚଳର ଲୋକେ କିଭଳି ଅନ୍ଧବିଶ୍ୱାସର ଶିକାର ହୋଇ  ଗୁଣି ଗାରେଡି, ଡାଆଣି ଓ ମଣିଷ ଦେହରେ ଠାକୁର ଲାଗିବା ଉପରେ ବିଶ୍ୱାସ କରନ୍ତି, ତାକୁ ନେଇ ଫିଲ୍ମଟି ପର୍ଯ୍ୟବେଶିତ ହୋଇଛି। ଏହି ଚଳଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅଙ୍କିତ। ଏହାସହ ମହୋତ୍ସବରେ ବିଦେଶୀ ଚଳଚିତ୍ର ‘ଏକ୍ସଟ୍ରାଅଡିନାରୀ’, ଭୁବନେଶ୍ୱରରୁ ଅାନିମେସନ ଚଳଚିତ୍ର ପ୍ରମୂଖ ପ୍ରଦର୍ଶିତ […]

  • Friday, 16 July 2021
exam
ମୋବାଇଲ ବ୍ୟବହାର ନେଇ କଟକଣା : ପରୀକ୍ଷା ବେଳେ ମୋବାଇଲ ଧରି ପାରିବେନି ପରୀକ୍ଷକ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷକମାନେ ମୋବାଇଲ ବ୍ୟବହାର କରିପାରିବେନି। ଏନେଇ ଜାରି ହୋଇଛି କଟକଣା। କିନ୍ତୁ ଏହାକୁ କେତେକ ପରୀକ୍ଷାକେନ୍ଦ୍ରରେ ପାଳନ କରାଯାଉନଥିବା ନଜରକୁ ଅାସିଛି। ତେବେ ଏହାକୁ କଡାକଡି ପାଳନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ପରୀକ୍ଷକମାନେ କୌଣସି ପରିସ୍ଥିତିରେ ପରୀକ୍ଷା ହଲରେ ନିଜ ପାଖରେ ମୋବାଇଲ ରଖିପାରିବେ ନାହିଁ।  ଏପରିକି ବନ୍ଦ ଥିବା ମୋବାଇଲ ପାଖରେ ମଧ୍ୟ ରଖିପାରିବେ ନାହିଁ।  ପରୀକ୍ଷାର୍ଥୀମାନଙ୍କୁ ଚିହ୍ନଟ କରିବାକୁ ଅାସିଥିବା ଶିକ୍ଷକମାନେ […]

  • Friday, 16 July 2021
naveen-patnaik
୨ଦିନିଅା ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅାଜିଠାରୁ ୨ଦିନିଅା ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଡାକରା କ୍ରମେ ନବୀନ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି। କାର୍ଯ୍ୟସୂଚି ଅନୁସାରେ, ଅାଜି ସଂଧ୍ୟା ୬ଟା୧୫ମିନିଟ୍‌ରେ ନବୀନ ରାଷ୍ଟ୍ରପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତି କେଉଁ କାରଣ ପାଇଁ ନବୀନଙ୍କୁ ଦିଲ୍ଲୀ ଡକାଇଛନ୍ତି ଏବଂ ଉଭୟଙ୍କ ମଧ୍ୟରେ କେଉଁ ପ୍ରସଙ୍ଗ ନେଇ ଅାଲୋଚନା ହେବ ସେ ନେଇ କିଛି ସୂଚନା ମିଳିନି। ଅାସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବେ।

  • Friday, 16 July 2021
bijepur voting
ବିଜେପୁର ଉପନିର୍ବାଚନ : ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସବୁ ବୁଥ୍‌ରେ ଭୋଟରଙ୍କ ଲମ୍ବା ଲାଇନ୍

ବରଗଡ଼ : ବିଜେପୁର ଉପ-ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ନିଜ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସବୁଠି ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ବିଜେପୁର, ଗାଇସିଲାଟ, ବରପାଲି ବ୍ଲକ ଓ ବରପାଲି ଏନଏସିର ସବୁ ମତଦାନ କେନ୍ଦ୍ରରେ ଭୋଟରମାନେ ସାଙ୍ଗରେ ପରିଚୟପତ୍ର ଧରି ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସକାଳ ୮ଟାରୁ  ଅାରମ୍ଭ ହୋଇଥିବା ମତଦାନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୩ଟା ସୁଦ୍ଧା ୫୫ପ୍ରତିଶତ ମତଦାନ ସୂଚନା ମିଳିଛି। ଭୋଟିଂ ଅାରମ୍ଭରୁ […]

  • Friday, 16 July 2021
rail strike dkl
ଢ଼େଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ୍‌ର ରହଣି ଦାବିରେ ରେଳରୋକ୍

ଢ଼େଙ୍କାନାଳ : ଢ଼େଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ୍‌ର ରହଣି ଦାବିରେ ରେଳରୋକ୍। ‌ଆନ୍ଦୋଳନକାରୀମାନେ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ଏକ ଘଣ୍ଟା ପାଇଁ ଅଟକାଇଥିଲେ।  ରେଳରୋକ୍‌ରେ ଓକିଲ ସଂଘ ସହ ବହୁ ସଂଗଠନ ସାମିଲ ହୋଇଥିଲେ। ସମ୍ବଲପୁର ରୁଟ୍‌ରେ ଚାଲିଥିବା ରାଜଧାନୀ ଏକ୍ସପ୍ରେସକୁ ଢେଙ୍କାନାଳ ଷ୍ଟେସନରେ ରହଣି ପାଇଁ ବାରମ୍ବାର ଦାବି ହେଉଛି।

  • Friday, 16 July 2021
cgo--
ନୂଆଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ। ସେଣ୍ଟ୍ରାଲ ଦିଲ୍ଲୀର ସିଜିଓ କମ୍ପ୍ଲେକ୍ସରେ ଥିବା ପଣ୍ଡିତ ଦିନ୍ ଦୟାଲ ଅନ୍ତୋଦୟ ଭବନର ପଂଚମ ମହଲାରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡ ଏତେ ଭୟାବହ ରହିଛି ଯେ ନିଆଁ ଲିଭାଇବା ପାଇଁ ପ୍ରାୟ ୨୫ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଏବେବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଏହି ଭବନରେ ଏୟାର ଫୋର୍ସ, ବନ ବିଭାଗ ସହ ପାନୀୟ ଜଳ ମନ୍ତ୍ରାଳୟ ଭଳି କେନ୍ଦ୍ର ସରକାରଙ୍କ […]

  • Friday, 16 July 2021
gift blast
ବଲାଙ୍ଗିର ଜିଲ୍ଳାର ଗିଫ୍ଟ ପ୍ୟାକେଟ୍‌ ବିସ୍ଫୋରଣ ଘଟଣା : ପାର୍ସଲ ବୋମାଟି ରାୟପୁରରୁ ଆସିଥିବା ପୋଲିସର ସୂଚନା

  ବଲାଙ୍ଗିର : ବଲାଙ୍ଗିର ଜିଲ୍ଳା ପାଟଣାଗଡ଼ର ବ୍ରହ୍ମପୁରା ଭୋଳାନାଥପଡ଼ାରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସର ଛାନଭିନ୍ ଚାଲିଛି। ଗତକାଲି ଅାସିଥିବା ଏହି ପାର୍ସଲ ବୋମାଟି ରାୟପୁରରୁ ଅାସିଥିବା ପୋଲିସ ସୂଚନା ଦେଇଛି। ସ୍କାଏକିଙ୍ଗ କୋରିଅର ଦ୍ୱାରା ଏହା ରାୟପୁରରୁ ଅାସିଥିବା କଥା ପାଟଣାଗଡ଼ସ୍ଥିତ ସ୍କାଏକିଙ୍ଗ କୋରିଅର ପକ୍ଷରୁ ପୋଲିସରେ ସୂଚନା ଦିଅାଯାଇଛି। ବୋମା ଭର୍ତ୍ତି ଏହି ପାର୍ସଲର ଓଜନ ଥିଲା ୨ କିଲୋ ୧୦ ଗ୍ରାମ। ଏହି ସୁରାକ୍  ମିଳିବା ପରେ ବୋମା […]

  • Friday, 16 July 2021
mahanadi
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦ୍ୱିତୀୟ ବୈଠକ ବି ବିଫଳ

ନୂଆଦିଲ୍ଲୀ ( ଶିବାନନ୍ଦ) : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଦୁଇ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ବସିଥିବା ଦ୍ୱିତୀୟ ବୈଠକ ବି ବିଫଳ। ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନ ଥିଲା। ଏ ନେଇ ସେମାନେ ଟ୍ରିବ୍ୟୁନାଲକୁ ଜଣାଇବେ। ଉଲ୍ଲେଖନୀୟ ଯେ, ଗତ ୨୫ ତାରିଖରେ ମଧ୍ୟ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିନଥିଲା। ଗତ ୯ ତାରିଖରେ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନର ଶୁଣାଣି ଶେଷ ହୋଇଥିଲା। […]

  • Friday, 16 July 2021
obc
ପିଏନବି ପରେ ପୁଣି ଏକ ବ୍ୟାଙ୍କ ଠକେଇ ମାମଲାର ପର୍ଦ୍ଦାଫାସ୍; ୩୯୦ କୋଟି ଚଳୁ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇ ମାମଲାର କିଛିଦିନ ନପୂରୁଣୁ ପୁଣି ଏକ ବ୍ୟାଙ୍କ ଠକେଇ ମାମଲା ସାମନାକୁ ଆସିଛି। ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (ଓବିସି)ରୁ ୩୯୦କୋଟି ଠକେଇ ଅଭିଯୋଗରେ, ସିବିଆଇ ଗୁରୁବାର ଦିଲ୍ଲୀର ଏକ ଜୁଏଲାରୀ ଆଉଟଲେଟ ବିରୋଧରେ ମାମଲା ରୁଜୁ କରିଛି। ଦୀର୍ଘ ୬ ମାସ ପୂର୍ବରୁ ଏନେଇ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା। ସିବିଆଇ ଏହି ମାମଲାରେ କାରୋଲ ବାଗ ସ୍ଥିତ ଦ୍ୱାରକା ଦାସ ସେଠ୍ […]

  • Friday, 16 July 2021
konark express
ମୁମ୍ବାଇ଼-କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ ଘଟଣା: ବୋମା ନୁହେଁ, ରଙ୍ଗ ବାକ୍ସ ଥିଲା

ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍‌ରେ ବୋମା ଥିବା ନେଇ  ଆଜି ସକାଳେ ଏକ ସୂଚନା ଆସିଥିଲା। ଟ୍ରେନ୍‌ର ସଂରକ୍ଷିତ ବଗି S-11ରେ ଦୁଇଟି ବାକ୍ସ ସନ୍ଦିଗ୍ଧ ଅବସ୍ଥାରେ ମିଳିବା ପରେ ଏହି ସୂଚନା ଆସିଥିଲା। ତେବେ ଜବତ କରାଯାଇଥିବା ୨ଟି ସନ୍ଦିଗ୍ଧ ବାକ୍ସ ରଙ୍ଗ ବାକ୍ସ ବୋଲି ରେଲୱେ ଅଧିକାରୀ ସ୍ପଷ୍ଟ କରିଛନ୍ତି। ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦୁଇଟିକୁ ଦେଖିବାକୁ ମିଳିଥିଲା। ତେବେ ବାକ୍ସ ଦୁଇଟିର କେହି ଦାବିଦାର […]

  • Friday, 16 July 2021
Nirav Modi
ପିଏନବି ଦୁର୍ନୀତି ମାମଲା: ଚଢ଼ଉ ବେଳେ ଇଡି ଦ୍ୱାରା ୧୦ ହଜାରରୁ ଅଧିକ ବିଦେଶ ହାତବନ୍ଧା ଘଣ୍ଟା ଜବତ

ନୂଆଦିଲ୍ଲୀ: ନିରବ ମୋଦିଙ୍କ ବ୍ୟବସାୟ ସହ ସଂପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ପ୍ରାୟତଃ ୧୦ ହଜାରରୁ ଅଧିକ ବିଦେଶୀ ହାତବନ୍ଧା ଘଣ୍ଟା ଜବତ କରାଯାଇଛି। ଏହି ଘଣ୍ଟା ସବୁ ସମ୍ଭବତଃ ବ୍ୟବସାୟ ଉଦ୍ଦେଶ୍ୟରେ ବିଦେଶରୁ ଆମଦାନୀ କରାଯାଉଥିଲା ବୋଲି ସନ୍ଦେହ କରାଯାଉଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଦୁର୍ନୀତି ଘଟଣାରେ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ସଂପୃକ୍ତି ନେଇ ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ […]

  • Friday, 16 July 2021
konark express
ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ

ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ। ଟ୍ରେନ୍‌ର ସଂରକ୍ଷିତ ବଗି S-11ରୁ ଆରପିଏଫ୍‌ ୨ଟି ସନ୍ଦିଗ୍ଧ ବାକ୍ସ ଜବତ କରିଛି। ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦେଖିବାକୁ ମିଳିଥିଲା। ତେବେ ଏହି ବାକ୍ସର କେହି ଦାବିଦାର ନଥିବାରୁ ଏଥିରେ କଣ ରହିଛି ତାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏନେଇ ଖବର ପାଇ  ବୋମା ସ୍କ୍ୱାଡ୍‌ ଟିମ୍‌ ଟ୍ରେନ୍‌ରୁ ବାକ୍ସକୁ ବାହାର କରି ଯାଞ୍ଚ ଆରମ୍ଭ କରିଛି।

  • Friday, 16 July 2021
bijepur election
ବିଜେପୁର ବ୍ୟାଟେଲ୍

ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପଯର୍ୟନ୍ତ ଚାଲିବ।।   ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର ବିଜେପୁର ପାଇଁ ପ୍ରତିନିଧି ବାଛିବେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଏଥି ମଧ୍ୟରୁ ୧୫୫ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।

  • Friday, 16 July 2021
bijepur election
ବିଜେପୁର ଉପ-ନିର୍ବାଚନ: ଭିଭିପାଟ୍ ମେସିନ୍‌ରେ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ

ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ବିଜେପୁର ଉପ-ନିର୍ବାଚନ ମତଦାନରେ ବାଧାପ୍ରାପ୍ତ ନେଇ ସୂଚନା ମିଳିଛି। ଭିଭିପାଟ୍ ମେସିନ୍ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବିଜେପୁର ବ୍ଲକର ୮୮, ୧୦୨, ୧୪୧ ନଂ ବୁଥ୍‌ରେ ମେସିନ୍‌ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଯାଇଛି। ଭୋଟ୍ ଗ୍ରହଣର ଅଧ ଘଣ୍ଟାଏ ପରେ ଭିଭିପାଟ୍‌ରେ ତ୍ରୁଟି ଦେଖାଯାଇଥିଲା। ବରପାଲି ବ୍ଲକ ୨୦ ନଂ ବୁଥ୍‌ରେ ମେସିନ୍‌ରେ ବି ତ୍ରୁଟି ଅଭିଯୋଗ ହୋଇଛି। ନିର୍ବାଚନ […]

  • Friday, 16 July 2021