ବାଲେଶ୍ୱର: ପୁଣି ଏକ ଅମାନବୀୟ ଘଟଣା। ସାମୂହିକ ଭାବେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଏହାକୁ ନେଇ ସିମୁଳିଆ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ଏକ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିଲେ। ଗାଁ ଲୋକଙ୍କ ସହ କିଛି ବିବାଦକୁ ନେଇ […]
ମାଲକାନଗିରି: ମାଲକାନଗିରିରେ ଅଭାବନୀୟ ଘଟଣା। ଜଗନ୍ନାଥ ମନ୍ଦିର ପାଖରେ ଜଳୁଥିବା ଏକ ଘରୁ ୩ ଭଉଣୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ବେଳେ ଘର ଭିତର ପଟୁ ବନ୍ଦ ରହିଥିଲା। ଘରେ ନିଆଁ ଲାଗିଥିବା ଜାଣିପାରି ସ୍ଥାନୀୟ ଲୋକେ ଦମକଳକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସ ସହାୟତାରେ ମୃତଦେହକୁ ଉଦ୍ଧାର କରିଥିଲେ। ଘର ଭିତର ପଟୁ ବନ୍ଦ ଥିବାରୁ ଏହା ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ […]
ସୁରଟ: ସୁରଟ୍ର ପାଣ୍ଡେସରା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମିଳିଲା ସୁରାକ୍। ନାବାଳିକା ଜଣକ ଓଡ଼ିଶାର ନୁହଁନ୍ତି ବରଂ ଆନ୍ଧ୍ରର ବୋଲି ଜଣାପଡ଼ିଛି। ଗତ ଅକ୍ଟୋବର ମାସରୁ ନାବାଳିକା ଜଣକ ନିଖୋଜ ଥିଲେ। ମୃତ ନାବାଳିକାର ବାପା-ମା ସୁରଟରେ ପହଞ୍ଚିଛନ୍ତି। ତେବେ ପରିଚୟ ସ୍ପଷ୍ଟ କରିବା ଲାଗି ସେମାନଙ୍କ ଡିଏନ୍ଏ ଟେଷ୍ଟ କରାଯିବ ବୋଲି ସୁରଟ ପୋଲିସ କମିଶନର ସତୀଶ ଶର୍ମା କହିଛନ୍ତି। ଗତ ୬ତାରିଖରେ ସୁରଟର ଓଡ଼ିଆ ବହୁଳ ପାଣ୍ଡେସରା ଭେସ୍ତାନ ଅଞ୍ଚଳରୁ ୧୧ବର୍ଷୀୟ […]
ପୁରୀ: ଆଜି ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଏଥିପାଇଁ ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପନ୍ନ କରାଯାଇଛି। ରାତି ୧୦. ୫୦ ମିନିଟ୍ରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଗୋପାଳ ବଲ୍ଲଭ ନୀତି କରାଯାଇଥିଲା। ରାତି ୧.୨୦ ମିନିଟ୍ରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ କରାଯାଇଥିଲା। ସେପଟେ ଆଜିଠୁ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥ ନିର୍ମାଣ ପାଇଁ […]
ଗଜପତି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗାରାବନ୍ଧ ଗାଁରେ ଅଭାବନୀୟ ଘଟଣା। ଗାଁ ପୋଖରୀରେ ବୁଡ଼ି ମା’ ସହ ୨ ଶିଶୁପୁତ୍ରଙ୍କ ମୃତ୍ୟୁ। ମୃତକ ହେଲେ ମାବାଣିତ୍ରୀ ସାହୁକାର ଏବଂ ତାଙ୍କ ୧୨ ବର୍ଷ ବୟସର ଶିଶୁପୁତ୍ର ସୁବନ ଏବଂ ୧୦ ବର୍ଷର ଓମ୍। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଗୁଡିକୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ତେବେ କେଉଁ ପରିସ୍ଥିତିରେ ଏହି ୩ଜଣଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଖରୀ […]
ପୁରୀ: ୨ ଦିନ ଧରି ଉପବାସ ରହିବା ପରେ ଶେଷରେ ଶ୍ରୀଜିଉଙ୍କଙ୍କ ଠାରେ ଲାଗି ହେଲା ଭୋଗ। ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯାଇଛି। ରାତି ୧୦. ୫୦ ମିନିଟ୍ରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଗୋପାଳ ବଲ୍ଲଭ ନୀତି କରାଯାଇଥିଲା। ରାତି ୧. ୨୦ ମିନିଟ୍ରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ କରାଯାଇଥିଲା। ଗର୍ଭଗୃହକୁ କେବଳ ପାଳିଆ ସେବାୟତଙ୍କ ପ୍ରବେଶ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ […]
ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ଚଷା ପୁଅ। ଆଜିଠୁ ଆରମ୍ଭ ଚାଷ କାମ। ଅଖି ମୁଠି ବୁଣି ଚାଷ କାମର ଶୁଭାରମ୍ଭ କରିବ ଚାଷୀ। କୃଷି ଭିତ୍ତିକ ଏ ପର୍ବରେ ଲାଗି ଉତ୍ସବମୁଖର ହୋଇଛି ଗାଁ ପରିବେଶ। ବିଶ୍ୱାସ ରହିଛି ଆଜି ଭଳି ପବିତ୍ର ଦିନରେ ଶସ୍ୟ ବୁଣା ହେଲେ ଖଳାକୁ ଆସେ ଭଲ ଫସଲ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚଷା ପୁଅ। ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ଚାଷୀ ଘରେ କୃଷି […]
ଭୁବନେଶ୍ୱର : ଭୁବନେଶ୍ୱରର ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କୁ ବ୍ଲାକମେଲିଂ ଘଟଣାରେ ଟୁଇଷ୍ଟ। ପୂର୍ବରୁ ଘଟଣା ପଛରେ ଜଣେ ଯୁବତୀଙ୍କ ହାତ ଥିବା କୁହାଯାଉଥିବାବେଳେ, ଘଟଣା ନେଇ ମୁହଁ ଖୋଲିଛନ୍ତି ସଂପୃକ୍ତ ଯୁବତୀ। ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯୁବତୀ ଜଣଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଅଧ୍ୟକ୍ଷ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ପୋଲିସର କାର୍ଯ୍ୟାନୁଷ୍ଠାନ ଭୟରେ ପ୍ରଥମେ ଯୁବତୀ ଜଣଙ୍କ ନିଜ ବୟାନକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। ଏହାପରେ ସିଧାସଳଖ ଆସିଥିଲେ […]
ବୌଦ୍ଧ : ବୌଦ୍ଧରେ ଜାଲ୍ ନୋଟ୍ ରାକେଟ୍ର ପର୍ଦ୍ଦାଫାସ୍। ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ପୋଲିସ ୪ ଜଣକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ପୋଲିସ। ଏଥିସହ ପ୍ରିଣ୍ଟର, ଲାପଟପ୍ ଓ ଏକ କାର ଜବତ କରାଯାଇଛି। ଅଭିଯୁକ୍ତମାନେ ବରଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାର ବୋଲି ଜଣା ପଡ଼ିଛି। ବୌଦ୍ଧ ଜିଲ୍ଲାରୁ ସାରା ଓଡ଼ିଶାକୁ ଜାଲ ନୋଟ କାରବାର ବ୍ୟାପିଥିବା ସୁରାକ […]
ଅନୁଗୁଳ: ଅନୁଗୁଳରେ ଜଘନ୍ୟ କାଣ୍ଡ। ନାଲକୋ ଥାନା ବଳରାମପ୍ରସାଦ ସ୍ଥିତ ବନବାସପୁରରେ ଘର ସହ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଦ୍ରୌପଦୀ ପ୍ରଧାନ। ସେ ହିନ୍ଦୋଳ ଅଞ୍ଚଳର ହୋଇଥିବା ବେଳେ ବନବାସପୁରରେ ଏକ କୁଡ଼ିଆ ଘରେ ରହି ମୂଲ ଲାଗି ଚଳୁଥିଲେ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ତାଙ୍କ ଘରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଅାଜି ସକାଳୁ ଭସ୍ମୀଭୂତ କୁଡ଼ିଆ ଭିତରୁ ତାଙ୍କ ଦଗ୍ଧ ମୃତଦେହ ଉଦ୍ଧାର […]
ଅନୁଗୁଳ: ପ୍ରେମ ପାଇଁ ଛାଡ଼ିଲେ ମାଓ ସଂଗଠନ। ୨ ମାଓବାଦୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ସଂଗଠନ ବିରୋଧ କରିବାରୁ ସେମାନେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଅନୁଗୁଳ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨ କ୍ୟାଡର ମାଓବାଦୀ ଦୟାନନ୍ଦ ଓ ଜଲି ଦେହୁରୀ । ସେମାନେ ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେକ୍ସନ୍ କମାଣ୍ଡର ଥିବା ଦୟାନନ୍ଦ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତେବେ ଜଲି ସହ ପ୍ରେମ ସମ୍ପର୍କ କାରଣରୁ […]
ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୨୧ତମ ଶ୍ରାଦ୍ଧ ଦିବସ। ଏନେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଏବଂ ସ୍ମୃତି ଚାରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଫରେଷ୍ଟ ପାର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ସେହିପରି ଆଜି ସକାଳେ ବିନ୍ଦୁ ସାଗରରେ ବିଜେଡି ନେତା ଏବଂ କର୍ମୀଙ୍କ ଦ୍ୱାରା ବିଜୁବାବୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଇଛି। ସେହିପରି କଟକରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଖରାର ପ୍ରଭାବ ଜାରି ରହିବ। କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ସ୍ଥାନ ପାଇଥିଲା। ଭୁବନେଶ୍ୱରର ତାପମାତ୍ରା ୪୧. ୨ ଡିଗ୍ରୀ ସେଲସିୟସ ଥିଲା। ୪୧ ଡିଗ୍ରୀ ସହ ବଲାଙ୍ଗିର, ଟିଟିଲାଗଡ଼ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା। ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟର […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାଙ୍ଗୁରିସିଂ ଗାଁର ବରଜୁ ସାହୁ(୬୦)। ଆଜି ସକାଳେ ବରଜୁ ବାଇଗଣ ତୋଳିବାକୁ କ୍ଷେତକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଏହି ଅଘଟଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବାଙ୍ଗୁରିସିଂ ଠାରେ ଲୋକେ କଟକ-ଅନୁଗୋଳ ରାସ୍ତା ଅବରୋଧ କରିଛନ୍ତି। ଏହି ଅଞ୍ଚଳରେ ଗୋଟିଏ ସପ୍ତାହରେ ହାତୀ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ସଦର […]
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମାର୍ଚ୍ଚ ମାସର ଦରମା ପ୍ରଦାନ ନେଇ ପ୍ରତିବନ୍ଧକ ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର। ଏନେଇ ଅର୍ଥ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟ, ପ୍ରମୁଖ ସଚିବ, ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ୨୦୧୭-୧୮ ବର୍ଷ ପାଇଁ ଆନୁଆଲ ଏଷ୍ଟାବ୍ଲିସ୍ମେଣ୍ଟ ରିପୋର୍ଟ ବା AER ପ୍ରଦାନ ହୋଇନଥିବାରୁ ଦରମା ମିଳିବାରେ ବିଳମ୍ବ ହେଉଥିଲା। ହ୍ୟୁମାନ୍ ରିସୋର୍ସେସ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ ତଥା HRMSକୁ DDOମାନେ ଏହି ରିପୋର୍ଟ ପ୍ରଦାନ […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସାରବର ଅପରାଧ। ୨୦୧୬ ମସିହା ଅପେକ୍ଷା ୨୦୧୭ରେ ପ୍ରାୟ ଦୁଇଗଣ ସାଇବର ଅପରାଧ ବଢ଼ିଛି। ବିଧାନସଭାରେ ବିଧାୟକ ଭୁଜବଳ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିପୋର୍ଟ ଅନୁସାରେ ୨୦୧୬ ମସିହାରେ ରାଜ୍ୟରେ ୩୧୭ଟି ସାଇବର ସଂପର୍କିତ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୯୯ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ୨୦୧୭ ମସିହାରେ ଏହି ଅପରାଧ ପ୍ରାୟ ଦୁଇଗଣ ବୃଦ୍ଧି ପାଇ ୮୨୪ରେ ପହଞ୍ଚିଥିଲା। ଯେଉଁଥିରେ […]
ପୁରୀ: ଅନିଦ୍ରାରେ ମହାପ୍ରଭୁ। ଶ୍ରୀମନ୍ଦିର ନୀତିକାନ୍ତିରେ ଗୁରୁତର ବିଭ୍ରାଟ ଯୋଗୁ କାଲି ରାତିରେ ପହୁଡ ପଡିନଥିବା ସୂଚନା ମିଳିଛି। ପହୁଡ଼ ନ ପଡ଼ିବାରୁ ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ। ଗତକାଲି ଭୋଗମଣ୍ଡପ ବିଳମ୍ବ ଯୋଗୁଁ ବାହାରି ପାରି ନଥିଲା ମହାପ୍ରସାଦ। ଫଳରେ ଶ୍ରୀମନ୍ଦିର ରୋଷ ଘର ଭିତରେ ଏଯାଏ ରହିଛି କାଲିର ଅହ୍ମୁଣିଆ ମହାପ୍ରସାଦ। ଭୋଗ ନ ଲାଗିବାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଥିବା କୁହାଯାଉଛି। ବିଧି ମୁତାବକ ଏସବୁ କୋଇଲି […]